କୋଲକାତା: ପଶ୍ଚିମବଙ୍ଗର ନୂଆ ବାରାକପୁରର ଏକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ବୁଧବାର ରାତି ପ୍ରାୟ 3ଟା ବେଳେ ଏକ ଅନ୍ତ ବସ୍ତ୍ର ଉତ୍ପାଦନ କାରଖାନାରେ ନିଆଁ ଲାଗିଯାଇଥିଲା । ପରେ କାରଖାନା ନିଆଁ ପାଖରେ ଥିବା ଔଷଧ ଦେକାନକୁ ମଧ୍ୟ ବ୍ୟାପିଯାଇଥିଲା ।
ଖବର ପାଇ ଘଟଣାସ୍ଥଳରେ 14ଟି ଆଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । କାରଖାନାରେ କିଛି ଜାଳେଣୀ ସାମଗ୍ରୀ ଥିବାରୁ ନିଆଁ ଖୁବଶୀଘ୍ର ବ୍ୟାପିଯାଇଥିଲା । 4 ଶ୍ରମିକ କାରଖାନାରେ ଅଟକି ରହିଥିବା ଜଣା ପଡିଛି । ତେବେ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ