ETV Bharat / bharat

ଜଳିଗଲା ଜନଶତାବ୍ଦୀ ଏକ୍ସପ୍ରେସ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର - ଡେରାଡୁନ-ନୂଆଦିଲ୍ଲୀ ଜନଶତାଦ୍ଦୀ ଏକ୍ସପ୍ରେସରେ ନିଆଁ

ଡେରାଡୁନ -ନୂଆଦିଲ୍ଲୀ ଜନଶତାଦ୍ଦୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା । ଅଧିକ ପଢନ୍ତୁ....

ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

author img

By

Published : Mar 13, 2021, 3:23 PM IST

Updated : Mar 13, 2021, 3:32 PM IST

ନୂଆଦିଲ୍ଲୀ: ଡେରାଡୁନ-ନୂଆଦିଲ୍ଲୀ ଜନଶତାଦ୍ଦୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଉତ୍ତରାଖଣ୍ଡ କାନସର ନିକଟରେ ଏହି ଅଗ୍ନକାଣ୍ଡ ଘଟିଛି । ତେବେ ସର୍ଟସର୍କିଟ ଯୋଗୁ ସି-4 କମ୍ପାର୍ଟମେଣ୍ଟରେ ନିଆଁ ଲାଗିଛି । ଅନ୍ୟ ବଗି ଗୁଡିକ ସୁରକ୍ଷିତ ଥିବାବେଳେ ତେବେ ଏଥିରେ କେହି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ରହିଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନିଆଁ ଲାଗିବା ପରେ ଉକ୍ତ ବଗିକୁ ଟ୍ରେନରୁ ଅଲଗା କରି ଦିଆଯାଇଥିବାରୁ ନିଆଁ ଅନ୍ୟ ବଗିକୁ ବ୍ୟାପି ପାରିନଥିଲା । ନିଆଁକୁ ସମ୍ପୁର୍ଣ୍ଣ ଆୟତ କରାଯାଇଥିବାବେଳେ ବଗିଟି ସମ୍ପୁର୍ଣ୍ଣ ଜଳି ଯାଇଛି ।

ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି । ସଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବାବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ରେଳବାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 13, 2021, 3:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.