ଲକ୍ଷ୍ନୌ: ଗାଜିଆବାଦ ସାହିବାଦ ଇଣ୍ଡଷ୍ଟ୍ରିଆଲ୍ ଏରିଆ ସାଇଟର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । କାରଖାନାଟି ମେଡିକାଲ୍ ଉପକରଣ ଉତ୍ପାଦନ କରୁଥିବା ଜଣାପଡିଛି । ତେବେ ଏଥିରେ କାହାର ମୃତ୍ୟୁ ହୋଇନଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ
ଏଥିରେ 14 ଜଣ ଆହତ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଥିବା ବେଳେ ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ 4 ଅଗ୍ନିଶନ ବାହିନୀ ପହଞ୍ଚି ନିଆଁ ଆୟତ କରିବା ସହ ସ୍ଥିତି ଉପରେ ନଜର ରଖିଛି । ଆଉ କେହି କାରଖାନାରେ ଫସି ରହିଯାଇଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ