ETV Bharat / bharat

ବାଣ କାରଖାନାରେ ବିସ୍ଫୋରଣ: 5 ମୃତ, 14 ଆହତ

ତାମିଲନାଡୁର ବିରୁଧୁନଗର ଜିଲ୍ଲାର ସିଭାକାସୀ ନିକଟ କାଲାୟାର କୁରିଚିରେ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ 5 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ 14 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ..

ବାଣ କାରଖାନାରେ ବିସ୍ଫୋରଣ, 5 ମୃତ 14 ଆହତ
ବାଣ କାରଖାନାରେ ବିସ୍ଫୋରଣ, 5 ମୃତ 14 ଆହତ
author img

By

Published : Feb 25, 2021, 8:06 PM IST

ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାର ସିଭାକାସୀ ନିକଟ କାଲାୟାର କୁରିଚିରେ ବାଣ କାରଖାନାରେ ବିସ୍ପୋରଣ । ବିସ୍ଫୋରଣରେ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 14 ଜଣ ଆହତ ହୋଇଛନ୍ତି। କର୍ମଚାରୀ ମାନେ ବାଣ ଉତ୍ପାଦନ କରୁଥିବା ସମୟରେ ଏହି ବିସ୍ଫୋରଣ ହୋଇଛି । ଏହି କାରଖାନାରେ ପ୍ରାୟ 200 କର୍ମଚାରୀ କାମ କରନ୍ତି ।

ବାଣ କାରଖାନାରେ ବିସ୍ଫୋରଣ, 5 ମୃତ 14 ଆହତ

ଏହି ବିସ୍ଫୋରଣରେ 13ରୁ ଅଧିକ କୋଠା ଭୁଶୁଡି ପଡିଛି । ତିନି ଜଣ ମହିଳାଙ୍କ ସମେତ 5 ଜଣଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ନିଆଁ ଲିଭାଇବା ପାଇଁ ତିରୁଥାନଗାଲ, ସିଭାକାସୀ ଏବଂ ବିରୁଧୁନଗର ଭଳି ବିଭିନ୍ନ ସ୍ଥାନରୁ 5 ଟି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶିବକାସିର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ପୁଡୁପଟ୍ଟୀ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଅଧିକ ତଦନ୍ତ ଚାଲିଛି। ଏହାପୂର୍ବରୁ ଫେବୃଆରୀ 12 ରେ ତାମିଲନାଡୁର ବିରୁଧୁନଗର ଜିଲ୍ଲାର ସତ୍ତୁର ନିକଟ ଆଖାନକୁଲାମରେ ବାଣ ବିସ୍ଫୋରଣ ହୋଇ 23 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ଜଣ ଆହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.