ETV Bharat / bharat

ପାଟନା ରେଲଓ୍ୱେ ଷ୍ଟେସନରେ ଚାଲିଲା ଅଶ୍ଳୀଳ ଭିଡିଓ, ମାମଲା ରୁଜୁ - ପାଟନା ଜଙ୍କସନରେ ଚାଲିଲା ଅଶ୍ଳୀଳ ଭିଡିଓ

ବିହାର ପାଟନା ଜଙ୍କସନ ଫ୍ଲାଟଫର୍ମରେ ଲାଗିଥିବା ଇନଫରମେସନ ଡିସପ୍ଲେ ଚାଲିଲା ଅଶ୍ଳୀଳ ଭିଡିଓ । ଏକାଧିକ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ରେଳବାଇ ପୋଲିସର ମାମଲା ରୁଜୁ । ଅଧିକ ପଢନ୍ତୁ

ପାଟନା ଜଙ୍କସନରେ ଚାଲିଲା ଅଶ୍ଳୀଳ ଭିଡିଓ, ମାମଲା ରୁଜୁ

author img

By

Published : Mar 20, 2023, 8:56 PM IST

ପାଟନା: ପ୍ଲାଟଫର୍ମରେ ସୂଚନା ଓ ବିଜ୍ଞାପନ ପ୍ରସାରଣ ପାଇଁ ଲାଗିଥିବା ଡିସପ୍ଲେରେ ଚାଲିଲା ଅଶ୍ଳୀଳ ଭିଡିଓ । ଏନେଇ ରେଳବାଇ ପୋଲିସ ଏହି ଦାୟିତ୍ବରେ ଥିବା ଏକାଧିକ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପାଟନା ଜଙ୍କନସର ପ୍ଲାଟଫର୍ମ ନମ୍ବର 10 ରେ ଲାଗିଥିବା ଡିସପ୍ଲରେ ହଠାତ 3 ମିନିଟ୍ ଚାଲିଲା ଅଶ୍ଳୀଳ ଭିଡିଓ । ଏହାକୁ ପରେ ବନ୍ଦ କରାଯାଇଥିଲା । ହେଲେ ଏହା କିପରି ଚାଲିଲା ତାହା ଜଣାପଡିନଥିବା ବେଳେ ଏକାଧିକ ରେଳବାଇ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି ରେଳବାଇ ପୋଲିସ ।

ମିଳିଥିବା ସୂଚନା ଅନୁସାରେ, 10 ନମ୍ବର ପ୍ଲାଟଫର୍ମରେ ଦିନ 9:56 ରୁ 9:59 ପର୍ଯ୍ୟନ୍ତ ପ୍ରାୟ ତିନି ମିନିଟ ଧରି ଏହି ଭିଡିଓ ଚାଲିଥିଲା । ପୁରା ପ୍ଲାଟଫର୍ମରେ ଅପ୍ରିତିକର ସ୍ଥିତି ସୃଷ୍ଟି ହୋଇଥିଲା । ଯାତ୍ରୀମାନେ ଲଜ୍ଜା ଅନୁଭବ କରିଥିଲେ । ପରିବାର ଓ ଛୋଟ ପିଲାଙ୍କ ସହ ଯାତ୍ରା ପାଇଁ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ପାଇଁ ଏହି କିଛି କ୍ଷଣ ଅତି ଲଜ୍ଜାଜନକ ଓ ଅସ୍ବାଭାବିକ ଥିଲା । କିଛି ଯାତ୍ରୀ ଏହା ଦେଖି ଉକ୍ତ ସ୍ଥାନରୁ ଦୂରକୁ ଉଠି ପଳାଇଥିଲେ । କେହି କିଛି ବୁଝିବା ପୂର୍ବରୁ ଏହାକୁ ପୁନଃ ବନ୍ଦ କରାଯାଇଥିଲା । ହେଲେ ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖାଯାଇଥିଲା ।

ତେବେ ଘଟଣା ପରେ ରେଲବାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଷ୍ଟେସନରେ ସୂଚନା ଓ ବିଜ୍ଞାପନ ପ୍ରସାରଣ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏପରି ହୋଇଥିବା ପ୍ରାୟତଃ ସ୍ପଷ୍ଟ ଅନୁମାନ କରାଯାଉଛି । ତେବେ ନିର୍ଦ୍ଦିଷ୍ଟ ଭାବେ କାହାର ତ୍ରୁଟି ସାମ୍ନାକୁ ଆସିନଥିବା ବେଳେ ରେଳବାଇ ପୋଲିସ ଏକାଧିକ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ଆଧାରରେ ଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

ଅନ୍ୟପଟେ ରେଳବାଇ କର୍ମଚାରୀଙ୍କ ଏପରି କାରନାମା ଓ ରେଳ ଷ୍ଟେସନ ପରି ସର୍ବସାଧାରଣ ସ୍ଥାନରେ ଏପରି ଅଶ୍ଳୀଳତାର ପ୍ରଦର୍ଶନକୁ ସାଧାରଣରେ ନିନ୍ଦା କରାଯାଇଛି । ଏହି ଖବର ଏବେ ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚାରେ ରହିଛି । ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.