ETV Bharat / bharat

ଠାକରେଙ୍କୁ ଚାପୁଡା ମାରିବା ବୟାନ ଘଟଣା: କେନ୍ଦ୍ରମନ୍ତ୍ରୀ କହିଲେ ଅପରାଧ କରିନି

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ନାଁରେ ମାମଲା ରୁଜ୍ଜୁ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇ ଫସିଲେ ରାଣେ । ତେବେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ଖୋଦ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ...

ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ କଥା କହି ଫସିଲେ ନାରାୟଣ

author img

By

Published : Aug 24, 2021, 10:15 AM IST

Updated : Aug 24, 2021, 1:15 PM IST

ପୁଣେ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ନାମରେ ମାମଲା ରୁଜ୍ଜୁ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ରାଣେ । ଏ ନେଇ ପୁଣେ ଚାଟୁରଶ୍ରୀଙ୍ଗୀ ପୋଲିସ ଷ୍ଟେସନରେ ଆଇପିସି ଧାରା ୫୦୫ ଓ ୧୫୩ ଅଧୀନରେ ନାରାୟଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି ।

ମହାରାଷ୍ଟ୍ରର ବିଭିନ୍ନ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଯାହାର ଉତ୍ତର ରଖିଛନ୍ତି ଖୋଦ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ‘ମୋ ନାଁରେ କେଉଁଠି ମାମଲା ରୁଜୁ ହୋଇଛି ତାହା ମୁଁ ଜାଣିନାହିଁ । ମୁଁ ଜଣେ ସାଧାରଣ ନାଗରିକ ନୁହେଁ । ମୁଁ କିଛି ଅପରାଧ କରିନାହିଁ । ବରଂ ସ୍ବାଧୀନତା ଦିବସରେ ଜାଣିନଥିବା ବ୍ୟକ୍ତିଙ୍କୁ ଚାପୁଡା ମାରିବା ପାଇଁ କହିଛି । ଏହା କେବଳ ମୋ ବାକ୍ୟ ଥିଲା ଆଉ ଏହା ଅପରାଧ ନୁହେଁ ।’

ସ୍ବାଧୀନତା ଦିବସ ଘଟଣାକୁ ନେଇ ନାରାୟଣ କହିଥିଲେ ଯଦି ‘ମୁଁ ସେଠାରେ ଥାଆନ୍ତି ଠାକରେଙ୍କୁ ଏକ ଶକ୍ତ ଚାପୁଡା ଚାପୁଡା ମାରିଥାନ୍ତି’ । ପ୍ରକାଶ ଥାଉ କି ପତାକା ଉତ୍ତୋଳନ ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପାଖରେ ଥିବା ସହଯୋଗୀଙ୍କୁ ଏହା 60ତମ ସ୍ବାଧୀନତା ଦିବସ ବୋଲି ପ୍ରଶ୍ନ କରିଥିଲେ । ଯାହାର ଜବାବ ଦେଇଛନ୍ତି ନାରାଣ ରାଣେ । ‘ଦେଶ ସ୍ବାଧୀନ ହେବାକୁ କେତେ ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି । ସେ ଜଣଙ୍କୁ ପଚାରିଥିଲେ ଏହା ଡାଇମଣ୍ଡ ଜୁବଲୀ କି? ଯଦି ଏହି ପରି ପ୍ରଶ୍ନ କିଏ ପଚାରେ ମୁଁ ତାଙ୍କୁ ଗୋଟିଏ ଚାପୁଡା ମାରିଥାନ୍ତି । କିଏ ସରକାର ଚଳାଉଛି ମୁଁ ଜାଣେ ନାହିଁ । କୌଣସି ଡ୍ରାଇଭର ନଥିବା କହିଛନ୍ତି ନାରାୟଣ ରାଣେ ’।

ନାରାୟଣ ରାଣେ ଜନଆଶୀର୍ବାଦ ଯାତ୍ରାରେ ଥିବା ସମୟରେ ରାୟଗଡ ଜିଲ୍ଲାରେ ଏଭଳି ବିବାଦୀୟ ବୟାନ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 24, 2021, 1:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.