ETV Bharat / bharat

ସିଦ୍ଧୁଙ୍କ ପରାମର୍ଶଦାତା ମୁସ୍ତଫାଙ୍କ ନାମରେ ହେଟ ସ୍ପିଚ୍ ଅଭିଯୋଗ, ଥାନାରେ ଏତଲା

author img

By

Published : Jan 23, 2022, 10:21 PM IST

ନବଜୋତ ସିଂ ସିଦ୍ଧୁଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ମୁସ୍ତଫାଙ୍କ ବିରୋଧରେ ଏତଲା ଦାଏର । ଭାଇରାଲ ହେବାରେ ଲାଗିଛି ହେଟ ସ୍ପିଚ୍ ଭିଡିଓ । କଂଗ୍ରେସକୁ ଘେରିଲା ବିଜେପି । ଅଧିକ ପଢନ୍ତୁ

ସିଦ୍ଧୁଙ୍କ ପରାମର୍ଶଦାତା ମୁସ୍ତଫାଙ୍କ ନାମରେ ହେଟ ସ୍ପିଚ ଅଭିଯୋଗ, ଥାନାରେ ଏତଲା

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ମୁଖ୍ୟ ପରାମର୍ଶଦାତା ତଥା ପ୍ରଦେଶର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ମହମ୍ମଦ ମୁସ୍ତଫାଙ୍କ ବିରୋଧରେ ଏତଲା ଦାୟର ହୋଇଛି । ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଁ ପ୍ରୟାସ କରିବା ଓ ଘୃଣ୍ୟ ଭାଷଣ ଦେବା ଅଭିଯୋଗରେ ମୁସ୍ତଫାଙ୍କ ବିରୋଧରେ ଏତଲା ଦାୟର ହୋଇଥିବା ସୂଚନା ମିଳିଛି ।

ଭାରତୀୟ ଦଣ୍ଡବିଧି ସଂହିତା (IPC)ର ଧାରା 153 A (ଧର୍ମ, ଜାତି, ଜନ୍ମସ୍ଥାନ, ବାସସ୍ଥାନ, ଭାଷା ଇତ୍ୟାଦି ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଅନୁଯାୟୀ ପଞ୍ଜାବର ମଲେରକୋଟଲା ନଗର ପୋଲିସ ଷ୍ଟେସନରେ ଏହି FIR ପଞ୍ଜିକୃତ ହୋଇଛି । ମୁସ୍ତଫାଙ୍କର ଏକ ନିର୍ଦ୍ଦିଷ୍ଟ ଭିଡିଓ ଭାଇରାଲ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଏହି ଭାଇରାଲ ଭିଡିଓରେ ମୁସ୍ତଫା କିଛି ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ମଧ୍ୟ ବୟାନବାଜି ଆରମ୍ଭ ହୋଇଛି ।

ଭିଡିଓ ପ୍ରଘଟ ହେବା ପରେ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି । ବିଜେପି ନେତାଙ୍କ ଅଭିଯୋଗ ଅନୁସାରେ, ଭିଡିଓ ମଲେରକୋଟଲାର ଏକ ସଭାସ୍ଥଳରୁ ଭାଇରାଲ ହୋଇଛି । ଯେଉଁଠାରେ ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ରଜିଆ ସୁଲତାନାଙ୍କ ସ୍ୱାମୀ ମୁସ୍ତଫା ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ପ୍ରତିଷ୍ଠାତା କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ମୁସ୍ତଫାଙ୍କୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.