ETV Bharat / bharat

ଗାଜିପୁର ସୀମାରେ ଆନ୍ଦୋଳନ, 200 ଚାଷୀଙ୍କ ବିରୋଧରେ ଏତଲା

author img

By

Published : Jul 2, 2021, 1:42 PM IST

ଗାଜିପୁର ସୀମାରେ ଆନ୍ଦୋଳନରତ 200 ଚାଷୀଙ୍କ ବିରୋଧରେ ଏତଲା ଦାଏର ହୋଇଛି । ଅଧିକ ପଢନ୍ତୁ....

ଗାଜୀପୁର ସୀମାରେ ଆନ୍ଦୋଳନ, 200 ଚାଷୀଙ୍କ ବିରୋଧରେ ଏତଲା ଦାଏର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିପୁର ସୀମାରେ ଆନ୍ଦୋଳନ କରିବା ସହିତ ବିଜେପି କର୍ମୀଙ୍କ ଗାଡି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତି କରି ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା ପ୍ରାୟ 200 ଜଣ ଚାଷୀଙ୍କ ବିରୋଧରେ ଗୁରୁବାର କୌଶମ୍ବି ପୋଲିସ ଷ୍ଟେସନରେ ଏତଲା ଦାଏର ହୋଇଛନ୍ତି । ତେବେ ଏ ସମ୍ପର୍କରେ ସିଟି SP ଜ୍ଞାନେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଗତ 7 ମାସ ଧରି ଗାଜିପୁର ସୀମାରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ବୁଧବାର ବିଜେପି କର୍ମୀମାନେ ଦିଲ୍ଲୀ-ମେରୁଟ ଏକ୍ସପ୍ରେସ ୱେରେ ଏକ ଶୋଭାଯାତ୍ରା କରୁଥିବା ସମୟରେ ବିଜେପି କର୍ମୀ ଏବଂ ଚାଷୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । କୃଷକଙ୍କ ବିରୋଧକୁ ଦମନ କରିବା ପାଇଁ ପୋଲିସ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେବା ପରେ ଏହି ବିବାଦ ଉପୁଜିଥିଲା ବୋଲି ଭାରତୀୟ କିଷାନ ୟୁନିଅନ (BKU)ର ନେତା ଧର୍ମେନ୍ଦ୍ର ମଲିକ କହିଛନ୍ତି ।

ସେପଟେ BKUର ଜିଲ୍ଲା ମୁଖ୍ୟ ଜିତେନ୍ଦ୍ର ସିଂଙ୍କ ଅଭିଯୋଗ ମୁତାବକ ଗାଜିଆବାଦ ପୋଲିସ ଆଉ ଏକ FIR ଦାଏର କରିଛି । ଅନେକ କୃଷକ ପୋଲିସ ବିରୋଧରେ ପ୍ରଦର୍ଶନ ଆରମ୍ଭ କରିବାରୁ ବିଜେପି କର୍ମୀଙ୍କ ବିରୋଧରେ ହୋଇଥିବା FIRକୁ ପୋଲିସ ପୂର୍ବରୁ ଗ୍ରହଣ କରୁନଥିଲା ବୋଲି BKU ପକ୍ଷରୁ କୁହାଯାଇଥିଲା । ସେପଟେ କୌଶମ୍ବି ପୋଲିସ ଷ୍ଟେସନରେ ଦାଏର ହୋଇଥିବା FIR ଇଣ୍ଡିଆ ପ୍ୟାନେଲ କୋଡ ଧାରା 147(ଦଙ୍ଗା), 323(ଆଘାତ), 504(ବିଶୃଙ୍ଖଳା ପରିସ୍ଥିତି ଉପୁଜେଇବା) ଓ 506(ଅପରାଧିକ ଭୟ) ଭଳି ପରିସ୍ଥିତି ସୃଷ୍ଟି କରିଥିବାରୁ ଚାଷୀଙ୍କ ବିରୋଧରେ ମାମଲା ଦାଏର ହୋଇଛି ବୋଲି ପୋଲିସ କହିଛି ।

ଚାଷୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରାନଗଲେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆନ୍ଦୋଳନ ହେବା ସହିତ ଉତ୍ତରପ୍ରଦେଶରେ ପୋଲିସ ଷ୍ଟେସନକୁ ଘେରାଉ କରାଯିବ ବୋଲି ଧର୍ମେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.