ETV Bharat / bharat

NATO ସଦସ୍ୟତା ପାଇଁ ଆବେଦନ ଦାଖଲ କଲେ ସ୍ୱିଡେନ-ଫିନଲ୍ୟାଣ୍ଡ, ଋଷ ଆକ୍ସନକୁ ଅପେକ୍ଷା

author img

By

Published : May 18, 2022, 5:03 PM IST

NATO ରେ ମିଶିବା ପାଇଁ ବିଧବିଦ୍ଧ ଆବେଦନ କଲେ ଦୁଇ ୟୁରୋପୀୟ ରାଷ୍ଟ୍ର ଫିନଲ୍ୟାଣ୍ଡ ଓ ସ୍ବିଡେନ । ଋଷ କହିଲା ମସ୍ତବଡ ଭୁଲ । ପୁଣି ସୃଷ୍ଟି ହୋଇପାରେ ଉତ୍ତେଜନା । ଅଧିକ ପଢନ୍ତୁ

NATOରେ ମିଶିବା ପାଇଁ ଆବେଦନ ଦାଖଲ କଲେ ସ୍ବିଡେନ ଓ ଫିନଲ୍ୟାଣ୍ଡ

ବ୍ରୁସଲେସ: ଉତ୍ତର ଆଣ୍ଟଲାଟିକ ଟ୍ରିଟି ସଂଗଠନ (NATO) ରେ ମିଶିବା ପାଇଁ ବିଧିବଦ୍ଧ ଭାବେ ଆବେଦନପତ୍ର ଦାଖଲ କଲେ ଦୁଇ ଇଚ୍ଛୁକ ରାଷ୍ଟ୍ର ସ୍ବିଡେନ ଓ ଫିନଲ୍ୟାଣ୍ଡ । ଆଜି ଉଭୟ ରାଷ୍ଟ୍ରର ପ୍ରତିନିଧି ତଥା ରାଷ୍ଟ୍ରଦୂତ ବେଲଜିୟମ ରାଜଧାନୀ ବ୍ରୁସୱେସରେ ଥିବା ନାଟୋ ମୁଖ୍ୟାଳୟରେ ମହାସଚିବ ଜେନସ ଷ୍ଟୋଲଟେନବର୍ଗ (Jens Stoltenberg) ଙ୍କ ନିକଟରେ ଏହି ଆବେଦନପତ୍ର ଦାଖଲ କରିଛନ୍ତି । ଋଷର ୟୁକ୍ରେନ ଆକ୍ରମଣ ପରେ ଉଭୟ ୟୁରୋପୀୟ ରାଷ୍ଟ୍ର ସାମରିକ ମେଣ୍ଟ NATO ରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଗତ କିଛି ଦିନ ପୂର୍ବରୁ ଉଭୟ ରାଷ୍ଟ୍ର ଏନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ଘୋଷଣା ମଧ୍ୟ କରିଥିଲେ । ତେବେ ଆଜି ସେମାନେ ବିଧିବଦ୍ଧ ଭାବେ ଆବେଦନପତ୍ର ଦାଖଲ କରିଛନ୍ତି ।

ଅନ୍ୟପଟେ ସୂଚନା ମିଳିଛି ଯେ, ଉଭୟ ରାଷ୍ଟ୍ରର ଆବେଦନ ନେଇ ନାଟୋ ମଧ୍ୟ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିପାରେ । NATO ମହାସଚିବ ଏହି ଦୁଇ ପ୍ରତିନିଧିଙ୍କୁ ସ୍ବାଗତ ମଧ୍ଯ କରିଛନ୍ତି । ଏହା ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଅନ୍ୟ ସମସ୍ତ ନାଟୋ ସହଯୋଗୀ ମଧ୍ୟ ଏହି ପ୍ରସ୍ତାବରେ ସମର୍ଥନ ଜଣାଇଥିବା ମହାସଚିବ ଜେନସ ଷ୍ଟୋଲଟେନବର୍ଗ ସୂଚନା ଦେଇଛନ୍ତି ।

ଦୁଇ ଦେଶ ନାଟୋରେ ମିଶିବା ପାଇଁ ଆଗ୍ରହ ପ୍ରକାଶ ପରେ ଋଷ କଡା ଆପତ୍ତି ଉଠାଇଥିଲା । ଏହା ଏକ ଭୁଲ ନିଷ୍ପତ୍ତି ଏବଂ ଏହା ସାମରିକ ଉତ୍ତେଜନାକୁ ଜନ୍ମ ଦେବ ବୋଲି ଋଷ ଚେତାବନୀ ଦେଇଥିଲା । ଆଜି ଉଭୟ ଦେଶଙ୍କ ବିଧିବଦ୍ଧ ଆବେଦନ ପରେ ଖୁବ ଶୀଘ୍ର ଏହି ଦୁଇ ଦେଶକୁ ନାଟୋର ସଦସ୍ୟତା ମିଳିପାରେ ବୋଲି ମଧ୍ୟ ଆଶା କରାଯାଉଛି । ବର୍ତ୍ତମାନ ନାଟୋରେ ମୋଟ 30 ରାଷ୍ଟ୍ର ସଦସ୍ୟ ଥିବା ବେଳେ ଏବେ ଏହା 32 କୁ ବୃଦ୍ଧି ପାଇବାକୁ ଯାଉଛି । ଯାହା ଋଷର ଚିନ୍ତା ବଢାଇଛି।

ଏପଟେ ତୁର୍କି ରାଷ୍ଟ୍ରପତି ଦୁଇ ଦେଶର ନାଟୋ ସଦସ୍ୟତାକୁ କଡା ବିରୋଧ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗକୁ ତୁର୍କି ଏନେଇ ସହମତି ପ୍ରକାଶ କରୁଛି କି ନାହିଁ । ଯଦି କୌଣସି ନାଟୋ ସଦସ୍ୟ ଅନ୍ୟ ରାଷ୍ଟ୍ରର ଯୋଗଦାନକୁ ବିରୋଧ କରେ, ତେବେ ନୂଆ ସଦସ୍ୟତା ଏହି ସଂଗଠନରେ ସମ୍ଭବ ନୁହେଁ । ଏପଟେ ଦୁଇ ଦେଶର ରାଷ୍ଟ୍ରପତିଙ୍କୁ ମଧ୍ୟ ହ୍ୱାଇଟ ହାଉସରେ ବାଇଡେନ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.