ନୂଆଦିଲ୍ଲୀ: ବିଭିନ୍ନ ପ୍ରକଳ୍ପରେ ଖର୍ଚ୍ଚ ପାଇଁ ସୁଧମୁକ୍ତ 50 ବର୍ଷର ଋଣ ହିସାବରେ ଅର୍ଥ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ 15 ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। 2021-22 ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟ ପାଇଁ ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଜନା ଉପରେ ବ୍ୟୟ ବିଭାଗ ଏହି ପରିପ୍ରେକ୍ଷୀରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି।
ପୁଞ୍ଜି ବ୍ୟୟ, ନିଯୁକ୍ତି ସୃଷ୍ଟି କରିଥାଏ ବିଶେଷତଃ ଗରିବଙ୍କ ଉପରେ ଏହାର ଅନେକ ପ୍ରଭାବ ରହିଛି । ଅର୍ଥନୀତିର ଭବିଷ୍ୟତର ଉତ୍ପାଦନ କ୍ଷମତାକୁ ବଢାଇଥାଏ ଏବଂ ଅର୍ଥନୈତିକ ଅଭିବୃଦ୍ଧି ହୋଇଥାଏ । ଅର୍ଥ ମନ୍ତ୍ରଣାଳୟ ଅନୁସାରେ, କେନ୍ଦ୍ରର ପ୍ରତିକୂଳ ଆର୍ଥିକ ସ୍ଥିତି ସତ୍ତ୍ବେ ପୁଞ୍ଜି ବ୍ୟୟ ପାଇଁ ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ପାଇଁ ଏକ ଯୋଜନା ଆରମ୍ଭ କରିବାକୁ ଗତ ବର୍ଷ ନିଷ୍ପତ୍ତି ନିଆଯାଇଛି।
ଏହି ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କୁ 50 ବର୍ଷର ସୁଧମୁକ୍ତ ଋଣ ଆକାରରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। 2020-21 ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ପାଇଁ 11, 830 କୋଟିରୁ ଅଧିକ ଟଙ୍କା ରାଜ୍ୟକୁ ମୁକ୍ତ କରାଯାଇଥିଲା। ମହାମାରୀ ବର୍ଷରେ ଏହା ରାଜ୍ୟ ସ୍ତରର ପୁଞ୍ଜି ବ୍ୟୟକୁ ବଜାୟ ରଖିବାରେ ସାହାଯ୍ୟ କଲା । ଏହି ଯୋଜନାର ସକରାତ୍ମକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟ ସରକାରଙ୍କ ଅନୁରୋଧକୁ ବିଚାରକୁ ନେଇ ସରକାର 2021-22 ବର୍ଷରେ ଏହି ଯୋଜନା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।