ETV Bharat / bharat

Budget 2022: ମୋଟ ୩୯.୪୫ ଲକ୍ଷ କୋଟିର ବ୍ୟୟବରାଦ - ବଜେଟ୍ ଆଗତ କଲେ ଅର୍ଥମନ୍ତ୍ରୀ

ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ, ଅଭିବୃଦ୍ଧି ୯.୨୭ ପ୍ରତିଶତ ଆକଳନ

author img

By

Published : Feb 1, 2022, 11:13 AM IST

Updated : Feb 1, 2022, 1:35 PM IST

ନୂଆଦିଲ୍ଲୀ: ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚତୁର୍ଥ ପାଇଁ ବଜେଟ୍ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ଆକଳନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ ୩୯.୪୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର । ବଜେଟ୍‌ରେ ୪ଟି ଦିଗ ଉପରେ ଗୁରୁତ୍ବାରୋପ କରାଯାଇଛି । ୨୦୧୪ରୁ ଆମ ସରକାର ଲୋକଙ୍କ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇଛି ବୋଲି କହିଲେ ଅର୍ଥମନ୍ତ୍ରୀ । ଏକ୍ସପ୍ରେସ ହାଇୱେର ବିସ୍ତାର ପାଇଁ ଖର୍ଚ୍ଚ ହେବ ୨୦ ହଜାର କୋଟି । ପିଏମ୍‌ ଗତିଶକ୍ତି ଯୋଜନାରେ ବିଶ୍ବସ୍ତରୀୟ ଭିତ୍ତିଭୂମିର ବିକାଶ ହେବ ।

୨୦୨୧-୨୨ ବଜେଟ୍‌ରେ ଘରୋଇ ନିବେଶ ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଦ୍ରୁତି ବୃଦ୍ଧି ଘଟିଥିଲା । ଚଳିତ ବଜେଟ୍‌ରେ ଯୁବ, ମହିଳା, କୃଷି, ଏସ୍‌ସି/ଏସଟି ବର୍ଗ ଉପକୃତ ହେବେ । ଆମେ ଓମିକ୍ରନ ଲହର ଦେଇ ଗତି କରୁଛୁ । ଦ୍ରୁତ ଟୀକାକରଣ ମହାମାରୀ ମୁକାବିଲାରେ ଖୁବ୍ ସହାୟକ ହୋଇଛି । ଅର୍ଥନୀତି ଟ୍ରାକକୁ ଫେରୁଛି । ସବ୍‌କା ପ୍ରୟାସରେ ଏକ ସୁଦୃଢ ଅଭିବୃଦ୍ଧି ହାସଲ କରିପାରିବୁ ବୋଲି ମୋର ବିଶ୍ବାସ ରହିଛି ବୋଲି କହିଲେ ଅର୍ଥମନ୍ତ୍ରୀ ।

Last Updated : Feb 1, 2022, 1:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.