ETV Bharat / bharat

ବିନା ସର୍ଜରୀରେ କଏଦୀଙ୍କ ପେଟରୁ ବାହାରିଲା ମୋବାଇଲ ଫୋନ - ତିହାର ଜେଲରେ ଅଜବ ଘଟଣା

ତିହାର ଜେଲରେ ଅଜବ ଘଟଣା । ମୋବାଇଲ ଫୋନକୁ ଗିଳିଥିବା କଏଦୀଙ୍କୁ ପେଟରୁ ବିନା ସର୍ଜରୀରେ ବାହାରିଲା ଫୋନ । ଅଧିକ ପଢନ୍ତୁ

ବିନା ସର୍ଜରୀରେ କଏଦୀଙ୍କ ପେଟରୁ ବାହାରିଲା ମୋବାଇଲ ଫୋନ

author img

By

Published : Jan 18, 2022, 8:08 PM IST

ନୂଆଦିଲ୍ଲୀ: ମୋବାଇଲ ଜବତ ହେବା ଭୟରେ ଫୋନ ଗିଳି ଦେଲେ କଏଦୀ । ଆଉ ଏହାଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଡାକ୍ତର ବିନା ସର୍ଜରୀରେ କଏଦୀଙ୍କ ପେଟରୁ ମୋବାଇଲ ଫୋନକୁ ବାହାର କରିଛନ୍ତି । ଏଭଳି ବିରଳ ଘଟଣା ତିହାର ଜେଲର କଏଦୀଙ୍କ ସହ ଘଟିଛି । ଦିନଦୟାଲ ଉପଧ୍ୟାୟ ହସ୍ପିଟାଲର ଡାକ୍ତର କଏଦୀଙ୍କ ପେଟରୁ ମୋବାଇଲ ବାହାର କରିଥିବା ଜଣାପଡ଼ିଛି ।

କଏଦୀ ଜଣକ ମୋବାଇଲ ଫୋନ ଗିଳିଦେବା ପରେ ତାଙ୍କୁ ତୁରନ୍ତ ଜେଲର ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ନ ସୁଧୁରିବା ପରେ ତାଙ୍କୁ ପରେ ଦିନଦୟାଲ ଉପାଧ୍ୟାୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଏକ୍ସରେ ପରେ ଏହା ନିଶ୍ଚିତ କରାଯାଇଥିଲା ଯେ କଏଦୀ ପ୍ରକୃତରେ ଫୋନକୁ ଗିଳି ଦେଇଛନ୍ତି । ଡାକ୍ତର ପ୍ରାୟ ୧୦ ଦିନ ଲଗାତାର ଉଦ୍ୟମ ପରେ ବିନା ସର୍ଜରୀର ଫୋନକୁ ବାହାର କରିବାରେ ସଫଳ ହୋଇଛନ୍ତି । ଏବେ କଏଦୀ ଜଣକ ସୁସ୍ଥ ଥିବା ବେଳେ ତାଙ୍କୁ ଜେଲକୁ ନିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ତିହାର ଜେଲରେ କଏଦୀ ନିଜ ପାଖରେ ମୋବାଇଲ ଫୋନ ରଖିଛନ୍ତି କି ନାହିଁ, ତାହା ଯାଞ୍ଚ କରାଯାଏ । ତେବେ ଏହି ଯାଞ୍ଚ ସମୟରେ କଏଦୀ ଜଣକ ଭୟଭୀତ ହୋଇଯାଇଥିଲେ । ଏହା ପରେ ସେ ଜେଲର ସମସ୍ତ ୱାର୍ଡେନ ଏବଂ ଅନ୍ୟ ଅନ୍ତେବାସୀଙ୍କ ଆଗରେ ଫୋନକୁ ଗିଳି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.