ETV Bharat / bharat

Tweet Against Justice: ଦିଲ୍ଲୀ ହାଇକୋର୍ଟଙ୍କୁ କ୍ଷମା ମାଗିଲେ ବିବେକ ଅଗ୍ନିହୋତ୍ରୀ

author img

By

Published : Dec 6, 2022, 9:12 PM IST

ଜଷ୍ଟିସ ମୁରଲିଧରଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେବା ମାମଲାରେ ସିନେ ନିର୍ମାତା ଓ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଦିଲ୍ଲୀ ହାଇକୋର୍ଟଙ୍କୁ ମାଗିଲେ କ୍ଷମା । ଅଧିକ ପଢନ୍ତୁ

Tweets against Justice: ଦିଲ୍ଲୀ ହାଇକୋର୍ଟଙ୍କୁ କ୍ଷମା ମାଗିଲେ ବିବେକ ଅଗ୍ନିହୋତ୍ରୀ

ହାଇଦ୍ରାବାଦ: ବିଚାରପତିଙ୍କ ବିରୋଧରେ କରିଥିବା ଟ୍ବିଟ ପାଇଁ ଦିଲ୍ଲୀ ଉଚ୍ଚନ୍ୟାୟଳୟକୁ କ୍ଷମା ପ୍ରାର୍ଥନା କରିଛନ୍ତି ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ (Filmmaker Vivek Agnihotri apologises to Delhi HC)। ପୂର୍ବତନ ଦିଲ୍ଲୀ ହାଇକୋର୍ଟ ବିଚାରପତି ତଥା ଏବେ ଓଡିଶା ଉଚ୍ଚନ୍ୟାୟାଲୟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ମୁରଳୀଧରଙ୍କର ସମ୍ପର୍କରେ ବିବାଦୀୟ ଟ୍ବିଟ କରିଥିଲେ ଅଗ୍ନିହୋତ୍ରୀ । ସେ ତାଙ୍କ ଟ୍ବିଟ ପାଇଁ ଦୁଃଖିତ ଏହି ମତକୁ ପ୍ରତ୍ୟାହାର କରୁଥିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କୁ ଏକ ସତ୍ୟପାଠ ଜରିଆରେ ଜଣାଇଛନ୍ତି ଅଗ୍ନିହୋତ୍ରୀ ।

ଜଷ୍ଟିସ ସିଧାର୍ଥ ମୃିଦୁଲ ଓ ତଲଓ୍ବନ୍ତ ସିଂଙ୍କୁ ନେଇ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ମାର୍ଚ୍ଚ 16 ରେ ଅଗ୍ନିହୋତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି । ଖଣ୍ଡପୀଠ କହିଛନ୍ତି, ଅଗ୍ନିହୋତ୍ରୀ କୋର୍ଟ ଅବମାନନା କରିଛନ୍ତି । ସେ କୋର୍ଟରେ ଉପସ୍ଥିତ ରହି ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା କରିବାକୁ ପଡିବ । କେବଳ ଏକ ସତ୍ୟାପଠ ଜରିଆରେ ଏହି କ୍ଷମା ପ୍ରାର୍ଥନା ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.