ETV Bharat / bharat

'ଟ୍ରାକ୍ଟରରେ ତେଲ ଭର୍ତ୍ତି କରି ରଖ ଦିଲ୍ଲୀରୁ କେତେବେଳେ ମଧ୍ୟ ଆସିପାରେ ଡକରା'

author img

By

Published : Feb 28, 2021, 6:11 PM IST

ଟ୍ରାକ୍ଟରରେ ତେଲ ଭର୍ତ୍ତି କରି ରଖ ଦିଲ୍ଲୀରୁ କେତେବେଳେ ମଧ୍ୟ ଆସିପାରେ ଡାକରା । ଚାଷୀଙ୍କୁ ଏଭଳି କହିଛନ୍ତି କୃଷକ ନେତା ରାକେଶ ଟିକାୟତ । ଅଧିକ ପଢନ୍ତୁ...

rakesh tikayat
'ଟ୍ରାକ୍ଟରରେ ତେଲ ଭର୍ତ୍ତି କରି ରଖ ଦିଲ୍ଲୀରୁ କେତେବେଳେ ମଧ୍ୟ ଆସିପାରେ ଡାକରା'

ନୂଆଦିଲ୍ଲୀ: ଟ୍ରାକ୍ଟରରେ ତେଲ ଭର୍ତ୍ତି କରି ରଖ ଦିଲ୍ଲୀରୁ କେତେବେଳେ ମଧ୍ୟ ଆସିପାରେ ଡାକରା ବୋଲି କହିଛନ୍ତି ବିକେୟୁ (ଭାରତ କିଷାନ ୟୁନିୟନ)ର ମୁଖପାତ୍ର ରାକେଶ ଟିକାୟତ । ଗତକାଲି ହରିୟାଣାର ବାଗପତରେ ଏକ କୃଷକ ରାଲିକୁ ସମ୍ଭୋଧନ କରିବାବେଳେ ବେଳେ ରାକେଶ ଟିକାୟତ କହିଛନ୍ତି ଯେ କେନ୍ଦ୍ର ସରକାର ଯଦି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ନ କରନ୍ତି ତେବେ 40 ଲକ୍ଷ ଟ୍ରାକ୍ଟର ଦିଲ୍ଲୀ ପ୍ରବେଶ କରିବେ ବୋଲି କହିଛନ୍ତି ।

ରାକେଶ ଟିକାୟତ କହିଛନ୍ତି ଯେ, କେନ୍ଦ୍ର ସରକାର ଆଣିଥିବା ତିନୋଟ କୃଷି ବିଲ ପ୍ରତ୍ୟାହାର କରନ୍ତୁ । ଆମକୁ ସଂଶୋଧନ ଦରକାର ନାହିଁ ଏହି ନୂତନ କୃଷି ଆଇନ ପ୍ରତ୍ୟାହାର କରାଯାଉ । କୃଷକଙ୍କୁ କୌଣସି ସୂଚନା ନିଆଯାଇନାହିଁ ଏହି ଆଇନରେ ବୋଲି କହିଛନ୍ତି । ନିକଟରେ ଏକ କୃଷି ମହାପଞ୍ଚାୟତରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ ରାକେଶ ଟିକାୟତ କହିଛନ୍ତି ଯେ କେନ୍ଦ୍ର ସରକାର ଯଦି କୃଷି ଆଇନ ପ୍ରତ୍ୟାହାର ନ କରନ୍ତି ତେବେ 40 ଲକ୍ଷ ଟ୍ରାକ୍ଟର ଦିଲ୍ଲୀ ପହଞ୍ଚିବ ବୋଲି କହିଥିଲେ ।

ସୂଚନାଥାଉକି, କେନ୍ଦ୍ର ସରକାର ନୂତନ ଭାବେ ପ୍ରଣୟନ କରିଥିବା 3ଟି କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ କୃଷକ ସଂଗଠନ ଦୀର୍ଘ 3 ମାସରୁ ଊର୍ଦ୍ଧ୍ବ ସମୟ ହେଲା ଆନ୍ଦୋଳନ ଜାରୀ ରଖିଛନ୍ତି । ଏହି ଆଇନକୁ ବିରୋଧ କରି ଜାନୁୟାରୀ 26ରେ ଦିଲ୍ଲୀର ଲାଲ କିଲ୍ଲାରେ ହିଂସା ସୃଷ୍ଟି ହୋଇଥିଲା । ଏହା ପରେ ସରକାର ଓ କୃଷକ ସଂଗଠନ ମଧ୍ୟରେ କୌଣସି ପ୍ରକାରର ନିଷ୍କର୍ସ ବାହାରି ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.