ETV Bharat / bharat

କୁକୁରକୁ ନେଇ କଳି: ଗୁଳିମାଡ଼ରେ 2 ମୃତ, 6 ଆହତ - bank guard kills two

କୁକୁରକୁ ନେଇ ବିବାଦ ପରେ ଗୁଳିକାଣ୍ଡ ହୋଇଛି। ଗୁଳିମାଡ଼ରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 6 ଜଣ ଆହତ ହୋଇଛନ୍ତି। ଅଧିକ ପଢନ୍ତୁ

କୁକୁରକୁ ନେଇ ବିବାଦ ପରେ ଫୁଟିଲା ଗୁଳି
କୁକୁରକୁ ନେଇ ବିବାଦ ପରେ ଫୁଟିଲା ଗୁଳି
author img

By

Published : Aug 18, 2023, 3:08 PM IST

କୁକୁରକୁ ନେଇ ବିବାଦ ପରେ ଫୁଟିଲା ଗୁଳି

ଭୋପାଳ: କୁକୁରକୁ ନେଇ କଳିରୁ ଗୁଳିକାଣ୍ଡ ଘଟାଇଲେ ଜଣେ ବ୍ୟାଙ୍କ ସୁରକ୍ଷାକର୍ମୀ । ଗୁଳିମାଡ଼ରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 6 ଜଣ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋରରେ ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି । ତେବେ ରାଜପାଲ ରଜାୱତ ନାମକ ଜଣେ ବ୍ୟକ୍ତି ଏହି ଗୁଳିମାଡ଼ କରିଥିବା ଜଣାପଡିଛି । ସେ ନିକଟସ୍ଥ ବ୍ୟାଙ୍କ ଅଫ୍‌ ବରୋଦା ଶାଖାରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ରହିଥିଲା । କୁକୁରକୁ ନେଇ ପଡ଼ୋଶୀଙ୍କ ସହ ବଚସା ହେବା ପରେ ଉତ୍ତ୍ୟକ୍ତ ହୋଇ ସେ ଏହି ବନ୍ଧୁକରୁ ଗୁଳିଚାଳନା କରିଥିବା ଜଣାପଡିଛି ।

ଏନେଇ ଖଜରାନା ଥାନାର ଅତିରିକ୍ତ ଡେପୁଟି କମିଶନର ଅମ୍ରିନ୍ଦର ସିଂ କହିଛନ୍ତି, "ଏହି ଗୁଳିକାଣ୍ଡ ଗୁରୁବାର ବିଳମ୍ବିତ ରାତି ପାଖାପାଖି 11ଟା ସମୟରେ ହୋଇଥିଲା । ରଜାୱତ ରାସ୍ତାରେ ନିଜର ପୋଷା କୁକୁର ସହ ଚାଲି ଚାଲି ଆସୁଥିଲେ । ସେହି ସମୟରେ ସେଠାରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯୁକ୍ତିତର୍କ ପରେ ରାଜପାଲ ରଜାୱତ ଘରର ଉପର ମହଲାକୁ ଯାଇ ପ୍ରଥମେ ଫାଙ୍କା ଗୁଳିଚାଳନା କରିଥିଲା । ଏହାପରେ ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଗୁଳି ଚାଳନା କରିଥିଲେ । ଯାହାର ଦୃଶ୍ୟ ନିକଟରେ ଥିବା ଏକ ସିସିଟିଭିରେ କଏଦ ହୋଇଛି । ଏହି ଗୁଳିମାଡ଼ରେ ରାହୁଲ ଏବଂ ବିମଲ ନାମକ 2 ଜଣ ବ୍ୟକ୍ତି ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ।"

ଅଧିକ ପଢନ୍ତୁ...ସମ୍ବଲପୁରରେ ଗୁଳିମାଡ: ପୂର୍ବତନ ସ୍ତ୍ରୀର ପ୍ରେମିକକୁ ଗୁଳି କରି ସ୍ବାମୀ ଫେରାର୍

ସେହିପରି ନିକଟରେ ଉପସ୍ଥିତ ଥିବା ଜ୍ୟୋତି, ଲଳିତ, କମଲ, ମୋହିତ ଓ ସୀମାଙ୍କୁ ମିଶାଇ ମୋଟ 6 ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତ ନିକଟସ୍ଥ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଖବର ପାଇ ପୋଲିସ ଘଟଣସ୍ଥଳରେ ପହଞ୍ଚି ବନ୍ଧୁକକୁ ଜବତ କରିବା ସହିତ ଗୁଳିକାଣ୍ଡ ଘଟାଇଥିବା ରାଜପାଲ ରଜାୱତକୁ ଗିରଫ କରିଛି । ସୂଚନା ଅନୁସାରେ, ରଜାୱତର କୁକୁର ପଡ଼ୋଶୀ ଘରେ ଥିବା ଆଉ ଏକ କୁକୁରକୁ କାମୁଡିଥିଲା।

ଏହା ଶୁଣିବା ପରେ ସେଠାରେ ରହୁଥିବା ପ୍ରମୋଦ ନାମକ ଜଣେ ବ୍ୟକ୍ତି ଆସି ନିଜ କୁକୁରଟିକୁ ଉଦ୍ଧାର କରିଥିଲେ । ସମ୍ପୃକ୍ତ ବ୍ୟକ୍ତି ରଜାୱତଙ୍କ କୁକୁରକୁ ସେଠାରୁ ସେ ତଡ଼ିବାକୁ ଚେଷ୍ଟା କରୁଥିବା ବେଳେ ଏହାର ବିରୋଧ କରିଥିଲା ରଜାୱତର ପୁଅ ସୁଧୀର । ଆଉ ପାଟିତୁଣ୍ଡ ଶୁଣି ବିମଲ ଓ ରାହୁଲ ଘର ଭିତରୁ ବାହାରକୁ ଆସିଥିବାବେଳେ ହଠାତ ଗୁଳିମାଡ ହୋଇଥିଲା। ରଜାୱତ ନିଜ ଘରର ପ୍ରଥମ ମହଲାକୁ ଯାଇ 3 ରାଉଣ୍ଡ ଗୁଳି ଚାଳନା କରିଥିଲା । ଏହି ଗୁଳିମାଡ଼ରେ 2 ଜଣଙ୍କ ଜୀବନ ଯାଇଥିବାବେଳେ 6ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି । ଏନେଇ ପୋଲିସ ସିସିଟିଭି ଫୁଟେଜ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.