ETV Bharat / bharat

୩୦ ଯାଏଁ ଗିରଫ ହେବେନି ଚନ୍ଦ୍ରବାବୁ ନାଇଡୁ; ଅନ୍ତରୀଣ ସୁରକ୍ଷା ବଢାଇଲେ ସୁପ୍ରିମକୋର୍ଟ

ଫାଇବର ନେଟ ଦୁର୍ନୀତି ମାମଲାରେ ୩୦ ତାରିଖ ପର୍ଯ୍ୟନ୍ତ ଗିରଫ ହେବେନି ଚନ୍ଦ୍ରବାବୁ ନାଇଡୁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 10, 2023, 8:54 AM IST

ଚନ୍ଦ୍ରବାବୁ ନାଇଡୁଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ସୁପ୍ରିମକୋର୍ଟରୁ ସାମାନ୍ୟ ଆଶ୍ବସ୍ତି । ନଭେମ୍ବର ୩୦ ପର୍ଯ୍ୟନ୍ତ ଗିରଫ ହୋଇପାରିବେନି ଟିଡିପି ମୁଖ୍ୟ । ଫାଇବର ନେଟ୍‌ ଦୁର୍ନୀତି ମାମଲାରେ ଗୁରୁବାର ସର୍ବୋଚ୍ଚ ଅଦାଲତ ଗିରଫଦାରୀ ବିରୋଧରେ ନାଇଡୁଙ୍କ ଅନ୍ତରୀଣ ସୁରକ୍ଷା ଅବଧି ଆସନ୍ତା ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଆସନ୍ତା ୩୦ରେ ଫାଇବର ନେଟ୍ ଦୁର୍ନୀତି ମାମଲାର ଶୁଣାଣି ହେବ ।

ବିଚାରପତି ଅନିରୁଦ୍ଧ ବୋସ୍ ଓ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ନାଇଡୁଙ୍କ ଓକିଲ ସିଦ୍ଧାର୍ଥ ଲୁଥ୍ରାଙ୍କୁ କହିଛନ୍ତି, ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଏଫଆଇଆର ରବ୍ଦ କରିବା ନେଇ ହୋଇଥିବା ଆବେଦନ ଉପରେ ଦୀପାବଳି ଛୁଟି ପରେ ରାୟ ଆସିବ । ଏହି ରାୟ ଆସିବା ପରେ ଫାଇବର ନେଟ ଦୁର୍ନୀତି ମାମଲା ସମ୍ପର୍କିତ ଆବେଦନର ଶୁଣାଣି କରାଯିବ । ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ୪ ସପ୍ତାହ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜେଲରୁ ବାହାରିଲେ ଚନ୍ଦ୍ରବାବୁ, ପୂର୍ବାହ୍ନରେ ଅନ୍ତରୀଣ ଜାମିନ ଦେଇଥିଲେ ହାଇକୋର୍ଟ

ଏହାପରେ ସର୍ବୋଚ୍ଚ ନ୍ୟାୟଳୟ କହିଥିଲେ ଯେ, ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ରାୟ ସଂରକ୍ଷିତ ରଖାଯାଇଛି । ନଭେମ୍ବର ୩୦ ତାରିଖରେ ଫାଇବର ନେଟ୍ ଦୁର୍ନୀତି ମାମଲାରେ ହୋଇଥିବା ଆବେଦନର ଶୁଣାଣି କରାଯିବ । ସେପର୍ଯ୍ୟନ୍ତ ନାଇଡୁଙ୍କୁ ଗିରଫ କରାଯାଇ ପାରିବ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଫାଇବର ନେଟ ଦୁର୍ନୀତି ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯିବ ନାହିଁ ବୋଲି ପୂର୍ବରୁ ଆନ୍ଧ୍ର ସରକାର ସୁପ୍ରିମକୋର୍ଟକୁ ଜଣାଇଥିଲେ ।

ପ୍ରକାଶ ଥାଉକି, ଟିଡିପି ମୁଖ୍ୟ ନାଇଡୁ ଫାଇବର ନେଟ ଦୁର୍ନୀତି ମାମଲାରେ ଆନ୍ଧ୍ର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ହେଲେ କୋର୍ଟ ଏହାକୁ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅକ୍ଟୋବର ୨୦ରେ, ସୁପ୍ରିମକୋର୍ଟ ଏହି ମାମଲାରେ ନାଇଡୁଙ୍କ ଆଗୁଆ ଜାମିନ ଆବଦେନର ଶୁଣାଣିକୁ ନଭେମ୍ବର ୯ ଯାଏଁ ସ୍ଥଗିତ ରଖିଥିଲେ । ହେଲେ ଦକ୍ଷତା ବିକାଶ ଦୁର୍ନୀତି ମାମଲା ରାୟ ଆସିବା ପରେ ଏହି ଆବେଦନର ଶୁଣାଣି କରାଯିବ ବୋଲି ଏବେ କୋର୍ଟ କହିଛନ୍ତି ।

ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୩୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଫାଇବର ନେଟ୍‌ ପ୍ରକଳ୍ପର ଆରମ୍ଭ କରିଥିଲେ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମର ଟେଣ୍ଡର ସମୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା । ଏହାଦ୍ବାରା ବିପୁଳ ପରିମାଣର ରାଜସ୍ୱ ହାନି ଘଟିଥିବା ଆନ୍ଧ୍ର ସିଆଇଡି ଅଭିଯୋଗ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.