ଶ୍ରୀନଗର: ତାମିଲନାଡୁର ଜଣେ 76 ବର୍ଷୀୟ ମହିଳାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସେ ଆଜି (ସୋମବାର) ବିଶ୍ବ ପ୍ରସିଦ୍ଧ ସ୍କାଇ-ରିସର୍ଟକୁ ‘ଗୁଲମାର୍ଗ’ ବୁଲିବାକୁ ଆସିଥିଲେ ।
ଅଫିସିଆଲ ସୂତ୍ରରୁ ଜଣାପଡିଛି ଯେ, ଏହି ମହିଳା ପର୍ଯ୍ୟଟକଙ୍କ ଘର ତାମିଲନାଡୁର କସ୍ତୁରୀ ଠାରେ । ସେ କାଶ୍ମୀରର ପ୍ରସିଦ୍ଧ ସ୍ବାସ୍ଥ୍ୟ ରିସର୍ଟ ‘ଗୁଲମାର୍ଗ’ ରେ ବୁଲୁଥିବା ବେଳେ ତାଙ୍କୁ ବଡ ଧରଣର ହୃଦଘାତ ହୋଇଥିଲା ।
ତେବେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ