ETV Bharat / bharat

ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଟଳିଲେ ଦୁଇ ମହିଳା ମାଓବାଦୀ - ବିଜାପୁରରେ ଏନକାଉଣ୍ଟର

ସୁରକ୍ଷାକର୍ମୀ ଗୁଳିରେ ଦୁଇ ମହିଳା ମାଓବାଦୀଙ୍କ ମୃତ୍ୟୁ । ଛତିଶଗଡର ବିଜାପୁର ଅନ୍ତର୍ଗତ ଦୁର୍ଧାରେ ସୁରକ୍ଷାକର୍ମୀଙ୍କ ୨ ମହିଳା ମାଓବାଦୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଛତିଶଗଡର ବିଜାପୁର, ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମହିଳା ମାଓବାଦୀ ମୃତ

author img

By

Published : Feb 27, 2022, 3:03 PM IST

ରାୟପୁର: ବିଜାପୁରରେ ସୁରକ୍ଷାବାହିନୀକୁ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ମହିଳା ମାଓବାଦୀ (female Maoists killed in gunfight in Bijapur) । ଆଜି ସକାଳେ ଛତିଶଗଡର ବିଜାପୁର ଅନ୍ତର୍ଗତ ଦୁର୍ଧାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନମୟରେ ଏହି ସଫଳତା ମିଳିଛି (Women naxals killed in Bijapur) ।

ସୂଚନା ଅନୁଯାୟୀ, ଆଜି ସକାଳେ ଏହି ଦୁର୍ଧାରେ ନିକଟରେ ଥିବା ଜବେଲି ଗାଁରେ ମାଓବାଦୀଙ୍କ ଗତିବଧି ରହିଥିବା ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା । ଏହା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା । କମ୍ବିଂ ବେଳେ ମାଓବାଦୀଙ୍କ ପଟୁ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।

ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସେହିପରି ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସେହିପରି 12ଟି ବନ୍ଧୁକ, ଗୋଟିଏ ୯ ଏମଏମ ପିସ୍ତଲ ସହ ବିସ୍ପୋରକ ସାମଗ୍ରୀ ଓ ଅନ୍ୟାନ୍ୟ ମାଓ କାର୍ଯ୍ୟକଳାପ ଜିନିଷ ଜବତ କରିଛି ପୋଲିସ । ତେବେ ସଂପୃକ୍ତ ଅଞ୍ଚଳରେ ଏବେବି କମ୍ବିଂ ଅପରେସନ ଜାରି ରହିଛି । ସିଆରପିଏଫ ଓ ଜିଲ୍ଲା ରିଜର୍ଭ ଗାର୍ଡଙ୍କ ଦ୍ବାରା ଏହି ଅପରେସନରେ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.