ନୂଆଦିଲ୍ଲୀ : ସମୟ ସଂନ୍ଧ୍ୟା ପ୍ରାୟ ସାଢେ 6ଟା। ହଠାତ ଫୁଟିଲା ଗୁଳି । ଏପରି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ଦିଲ୍ଲୀର ପଶ୍ଚିମମାର୍ଗରେ ଅବସ୍ଥିତ ଇସ୍ରାଏଲ ଦୂତାବାସ ସାମ୍ନାରେ ଫାଏରିଂ ହୋଇଥିବା ସୂଚନା ମିଳିଛି । ଗୁଳି ଫୁଟିବା ପରେ ଉକ୍ତ ଅଞ୍ଚଳ ପୋଲିସ ଛାଉଣିରେ ପରିଣତ ହୋଇଛି । ତେବେ ଶେଷରେ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ ନିଜ ସର୍ଭିସ ବନ୍ଧୁକ ରଖୁଥିବାବେଳେ ତାଙ୍କ ଅଜାଣତରେ ଭୁଲବଶଃତ ଗୁଳି ଫୁଟିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଆଧାରରେ ଉକ୍ତ ମହିଳା କନେଷ୍ଟବଳ ଜଣଙ୍କ ପାଟ୍ରୋଲିଂ ଦାୟିତ୍ବରେ ଥିବା ପିସିଆର ଭ୍ୟାନରେ ଥିଲେ । ସେହି ସମୟରେ ହଠାତ ଅସାବଧାନତା କାରଣରୁ ତାଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା । ତେବେ ଘଟଣା ଘଟିବା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ତାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ ମଧ୍ୟ ପହଞ୍ଚିଥିବା ସୂଚନା ରହିଛି । ତେବେ ଦୂତାବାସ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଗୁଳି ଫୁଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖିବାକୁ ମିଲିଥିଲା । ଘଟଣା ପରେ ପୋଲିସ ମଧ୍ୟ ହାଇଆଲର୍ଟ ମୋଡକୁ ଆସିଥିବା ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ