ETV Bharat / bharat

ଅସୁସ୍ଥ ମାଇ ଚିତା, ଡାକ୍ତରଙ୍କ ତତ୍ତ୍ୱବଧାନରେ ଶାଶା

author img

By

Published : Jan 27, 2023, 7:38 AM IST

ନାମିବ୍ୟାରୁ ଭାରତକୁ ଆସିଥିବା ଆଠ ଚିତା ବାଘ ମଧ୍ୟରୁ ଅସୁସ୍ଥ ଅଛି ମାଇ ଚିତା ଶାଶା । କିଡନୀ ଜନିତ ସମସ୍ୟା ଯୋଗୁଁ ଅସୁସ୍ଥ ହୋଇପଡିଛି ଶାଶା । ଅଧିକ ପଢନ୍ତୁ

Female cheetah brought from Namibia falls ill

ଭୋପାଳ: କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଚିନ୍ତାଜନକ ଖବର । ନାମ୍ବିଆରୁ ଭାରତକୁ ଆସିଥିବା ଆଠ ଚିତା ବାଘ ମଧ୍ୟରୁ ମାଇ ଚିତା ଶାଶା ଅସୁସ୍ଥ ହୋଇପଡିଛି । କିଡନୀ ସମସ୍ୟା ଏବଂ ଡିହାଇଡ୍ରେସନରେ ମାଇ ଚିତାଟି ଗୁରୁତର ହୋଇ ପଡ଼ିଥିବା ଗୁରୁବାର ଜଙ୍ଗଲ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ୨୦୨୨ ସେପ୍ଟେମ୍ବର ୧୭ ନାମ୍ବିଆରୁ ଆସିଥିବା ୮ଚିତାଙ୍କୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ପ୍ରଥମେ ଏହି ଚିତାଙ୍କୁ ଏକ ସ୍ବତନ୍ତ୍ର ଏନକ୍ଲୋଜରରେ ଛଡା ଯାଇଥିଲା । ଆଠ ଚିତାଙ୍କ ମଧ୍ୟ ୩ଟି ମାଇ ଚିତା ରହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ମାଇ ଚିତା ଶାଶା ଅସୁସ୍ଥ ହେବା ପରେ ବଡ ଏନକ୍ଲଜରରୁ ଛୋଟ ଏନକ୍ଲୋଜରକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଅସୁସ୍ଥ ଚିତା ଡାକ୍ତରଙ୍କ ତତ୍ତ୍ବାବଧାନରେ ରହିଛି । ଭୋପାଳର ପ୍ରାଣୀଧନ ବିଶେଷଜ୍ଞଙ୍କ ଏକ ଟିମ୍ ମଧ୍ୟ ଏହାର ନିରୀକ୍ଷଣ ପାଇଁ ଡକାଯାଇଛି । ଏନେଇ ଜଙ୍ଗଲ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

DFO ପ୍ରକାଶ କୁମାର ବର୍ମା କହିଛନ୍ତି, "ନାମ୍ବିଆରୁ ଆସିଥିବା ଆଠଟି ଚିତାଙ୍କ ଦୈନିକ ମନିଟରିଂ କରାଯାଉଛି । ମନିଟରିଂ ସମୟରେ ସେମାନଙ୍କ ମଧ୍ୟରୁ ମାଇ ଚିତା ଶାଶା ସାମାନ୍ୟ ଦୁର୍ବଳ ଥିବା ଜଣାପଡିଥିଲା । ଏହାପରେ ଶାଶାକୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ଅସୁସ୍ଥ ହେତୁ ଶାଶାର ଆଉ ଏକ ଡାକ୍ତରୀ ପରୀକ୍ଷା କରାଯିବା ପରେ ଡିହାଇଡ୍ରେସନ୍ ଏବଂ କିଡନୀ ଜନିତ ସମସ୍ୟା ସାମ୍ନାକୁ ଆସିଥିଲା । ଏହା ବ୍ୟତୀତ ସୋନୋଗ୍ରାଫି କରିବାକୁ ଆମ ପାଖରେ କିଛି ମେସିନ ନଥିବାରୁ ଭୋପାଳରୁ ଏକ ଡାକ୍ତରୀ ଟିମ ପୋର୍ଟେବଲ୍ ମେସିନ ନେଇ ଏଠାକୁ ଆସିବା ପରେ ପରୀକ୍ଷା କରିଥିଲେ । ସେମାନେ ଏହାର ରିପୋର୍ଟ ପରେ ପ୍ରଦାନ କରିବେ ।"

ଚିତା ପ୍ରକଳ୍ପ ମାଧ୍ୟମରେ ଭାରତକୁ ଗତବର୍ଷ ଆସିଛନ୍ତି ୮ ଚିତା । ପ୍ରାୟ ୭୦ବର୍ଷ ପରେ ଚିତା ବାଘ ଆଣିଛନ୍ତି କେନ୍ଦ୍ର ସରକାର । ଆଫ୍ରିକୀୟ ଦେଶ ନାମ୍ବିଆରୁ ପ୍ରଥମ ପର୍ଯ୍ୟାୟରେ ମୋଟ ୮ଟି ଚିତା ଅଣାଯାଇଛି । ତେବେ ବନ୍ୟପ୍ରାଣୀ ବିଷାରଦଙ୍କ ସୂଚନା ଅନୁସାରେ ବର୍ଷ ୧୯୪୭-୪୮ରେ ଭାରତର ଶେଷ ଚିତାକୁ ଶିକାର କରାଯାଇଥିଲା । ପରେ ଭାରତର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ ଚିତାଙ୍କ ଉପସ୍ଥିତି ନେଇ ଅନୁଧ୍ୟାନ କରାଯାଇଥିଲେ । ସେମାନେ ପ୍ରାୟ ବିଲୁପ୍ତ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତ ଦେଇଥିଲେ । ବର୍ତ୍ତମାନ ଚିତାଟିରୁ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ସୂଚନା ଦିଆଯାଇଛି । ତା ସହିତ ଏବେ ଶାଶା ଡାକ୍ତରଙ୍କ ତତ୍ତ୍ୱବଧାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.