ETV Bharat / bharat

ମହିଳା ଚିତ୍ରକାରଙ୍କ ତୂଳୀରେ ଦ୍ବିଗୁଣିତ ହେଉଛି କାଶ୍ମୀରର ସୁନ୍ଦରତା - ଚିତ୍ରରେ କାଶ୍ମୀର

ଜମ୍ମୁ କାଶ୍ମୀରରେ ମହିଳା ଚିତ୍ରକାରଙ୍କ ୫ ଦିନିଆ କ୍ୟାମ୍ପ । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆଙ୍କୁଛନ୍ତି କାଶ୍ମୀରର ସୁନ୍ଦର ଚିତ୍ର । ଅଧିକ ପଢନ୍ତୁ

ମହିଳା ଚିତ୍ରକାରଙ୍କ ତୂଳିରେ ଦ୍ବିଗୁଣିତ ହେଉଛି କାଶ୍ମୀରର ସୁନ୍ଦରତା

author img

By

Published : Jun 25, 2022, 6:41 PM IST

ଶ୍ରୀନଗର: ମହିଳା ଚିତ୍ରକାରଙ୍କ ତୂଳୀରେ ଦ୍ବିଗୁଣିତ ହେଉଛି କାଶ୍ମୀରର ସୁନ୍ଦରତା । ବିଭିନ୍ନ ରାଜ୍ୟରୁ ଆସିଥିବା ୬୦ରୁ ଊର୍ଦ୍ଧ୍ବ ଚିତ୍ରକାର ପ୍ରକୃତିକୁ ତୋଳି ଧରୁଛନ୍ତି କାଗଜ-ତୂଳୀରେ । ଚଳିତ ବର୍ଷ ଅଧିକ ବିଦେଶ ପର୍ଯ୍ୟଟକଙ୍କ ଆଗମନ ହେଉଥିବାରୁ ସେମାନଙ୍କ ନିକଟରେ ରଙ୍ଗତୂଳୀ ମାଧ୍ୟମରେ କାଶ୍ମୀରର ସୁନ୍ଦରତାକୁ ଅତି ସହଜରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ପ୍ରୟାସ ।

ମହିଳା ଚିତ୍ରକାରଙ୍କ ତୂଳିରେ ଦ୍ବିଗୁଣିତ ହେଉଛି କାଶ୍ମୀରର ସୁନ୍ଦରତା

୫ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁରହିଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ମହିଳା ଚିତ୍ରକାରମାନେ ଶ୍ରୀନଗର ସ୍ଥିତ ଝେଲମ ନଦୀ ଉପରେ ଥିବା ଐତିହାସିକ ଜିରୋ ବ୍ରିଜକୁ ଅଙ୍କନ କରିଛନ୍ତି । ସେମାନେ ସମଗ୍ର ଜିରୋ ବ୍ରିଜ, ବୋଟ ଫ୍ଲୋର୍ଟିଙ୍ଗ ଏବଂ ହାଉସ୍ ବୋର୍ଟ ଅଙ୍କନ କରିଛନ୍ତି । ମହିଳା ଚିତ୍ରକାରମାନେ କହିଛନ୍ତି ଯେ, 'କାଶ୍ମୀରର ସୁନ୍ଦରତାକୁ ରଙ୍ଗର ତୂଳୀରେ ଚିତ୍ରିତ କରିବା ପାଇଁ ଭାରତର ଭୂସ୍ବର୍ଗ କାଶ୍ମୀରକୁ ବାଛିଛନ୍ତି । ମହିଳା କଳାକାରମାନେ କୌଣସି ଗୁଣରେ କମ୍ ନୁହଁନ୍ତି ।' ଏଥିସହ ସେମାନେ ଅନ୍ୟ ଚିତ୍ରକାରମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଆହ୍ବାନ କରିଛନ୍ତି ଏହି ମହିଳା ଚିତ୍ରକାରମାନେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.