ETV Bharat / bharat

ନିଶା ବଟିକା ଖାଇ ଦୁଇ ଶିଶୁଙ୍କୁ କୂଅକୁ ଫିଙ୍ଗିଦେଲା ବାପା, ଜଣେ ମୃତ - ମହାରାଷ୍ଟ୍ର ଖବର

ନିଶାଖୋର ବାପାର ନାରକୀୟ କାଣ୍ଡ । ନିଶା ବଟିକା ଖାଇ ଦୁଇ ଶିଶୁଙ୍କୁ କୂଅକୁ ଫିଙ୍ଗିଦେଲା ବାପା । 2 ବର୍ଷୀୟ ଶିଶୁପୁତ୍ର ମୃତ । ଗୁରୁତର ଅବସ୍ଥାରେ 8 ବର୍ଷର ନାବାଳକ ଉଦ୍ଧାର । ଅଧିକ ପଢନ୍ତୁ

ନିଶା ବଟିକା ଖାଇ ଦୁଇ ଶିଶୁଙ୍କୁ କୂଅକୁ ଫିଙ୍ଗିଦେଲା ବାପା, ଜଣେ ମୃତ

author img

By

Published : Apr 29, 2023, 10:29 PM IST

ମୁମ୍ବାଇ: ନିଶାସକ୍ତ ବାପାର ନାରକୀୟ କାଣ୍ଡ । ନିଶା ବଟିକା ଖାଇ ନିଜର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗିଦେଲା । ଏଥିରେ ଜଣେ 2ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ 8 ବର୍ଷୀୟ ନାବାଳକ ପୁଅକୁ ଗୁରୁତର ଅବସ୍ଥାରେ ପଡୋଶୀ ଉଦ୍ଧାର କରିଛନ୍ତି । ମହାରାଷ୍ଟ୍ର ଛତ୍ରପତି ଶିବାଜୀ ସମ୍ଭାଜୀନଗର ଚିକଲଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତକୁ ଗିରଫ କରିବା କରିବା ଶିଶୁର ମୃତଦେହ ମଧ୍ୟ ଉଦ୍ଧାର କରି ହସ୍ପିଟାଲରୁ ପଠାଇଛି ।

ନିଶା ବଟିକା ଖାଇ ଦୁଇ ଶିଶୁଙ୍କୁ କୂଅକୁ ଫିଙ୍ଗିଲା ବାପା, ଜଣେ ମୃତ

ସୂଚନା ଅନୁସାରେ, ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର 35 ବର୍ଷୀୟ ରାଜୁ ପ୍ରକାଶ ଭୋସଲେ ଜଣେ ଅଭ୍ୟାସଗତ ନିଶାଖୋର । ଘଟଣା ଦିନ ସେ ନିଶା ବଟିକା ଖାଇବା ପରେ ନିଶାରେ ହିତାହତ ଜ୍ଞାନ ଭୁଲି ଏପରି କରିଛି । ଘର ନିକଟରେ ଥିବା କୂଅରେ ନିଜର ନିଜର 8 ବର୍ଷୀୟ ନାବାଳକ ଓ 2 ବର୍ଷୀୟ ଶିଶୁପୁତ୍ରକୁ ଫିଙ୍ଗି ଦେଇଥିଲା । ନିକଟରେ ଥିବା ପଡୋଶୀ ଯୁବକ ଏହା ଦେଖି ଧାଇଁ ଆସିଥିଲେ । କୂଅରେ ଡେଇଁ ଉଭୟ ଶିଶୁଙ୍କୁ ଉଦ୍ଧାର କରିବା ପ୍ରୟାସ କରିଥିଲେ । ହେଲେ 8 ବର୍ଷୀୟ ଶୁଭମକୁ ଉଦ୍ଧାର କରାଯିବାରେ ଯୁବକଜଣଙ୍କ ସଫଳ ହୋଇଥିଲେ ସୁଦ୍ଧା 2 ବର୍ଷର ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ପାରିନଥିଲା । କିଛି ସମୟ ପରେ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଥିଲା ।

ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଶିଶୁର ମୃତଦେହ ମଧ୍ୟ ଉଦ୍ଧାର କରିଛି । ଅଭିଯୁକ୍ତ 35 ବର୍ଷୀୟ ରାଜୁ ପ୍ରକାଶ ଭୋସଲେକୁ ପୋଲିସ ଥାନାକୁ ନେଇ ଜେରା କରିବା ପରେ ହତ୍ୟା ଅଭିଯୋଗରେ କୋର୍ଟରେ ହାଜର କରିଛି । ଅଭିଯୁକ୍ତ ଜଣେ ଅଭ୍ୟାସଗତ ନିଶାଖୋର । ବହୁ ଦିନରୁ ନିୟମିତ ନିଶା ସେବନ କରି ଘରେ ବିଶୃଙ୍ଖଳା ଓ ହିଂସା କରି ଆସୁଥିଲା । ଅନ୍ୟ ସଦସ୍ୟଙ୍କୁ ମଧ୍ୟ ପୂର୍ବରୁ ଆକ୍ରମଣ କରିସାରିଛି । ଘରେ ଅନ୍ୟ ସଦସ୍ୟଙ୍କ ନଜର ଆଢୁଆଳରେ ସେ ଏପରି ଅଭାବନୀୟ କାଣ୍ଡ ଘଟାଇଥିବା ପୋଲିସ କହିଛି । ଅନ୍ୟପଟେ କୂଅରେ ପଡି ଉଦ୍ଧାର ହୋଇଥିବା ଶୁଭମର ଚିକିତ୍ସା ମଧ୍ଯ ଜାରି ରହିଛି । ତାର ମୁଣ୍ଡ ସମେତ ଶରୀରର ଏକାଧିକ ସ୍ଥାନରେ ଆଘାତ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.