ETV Bharat / bharat

ପ୍ରେମ ବିବାହ କଲା ଝିଅ, ବଞ୍ଚି ଥାଉ ଥାଉ ପିଣ୍ଡ ଦାନ କଲା ବାପା

ଝିଅ ନିଜ ଇଚ୍ଛାରେ ପ୍ରେମ ବିବାହ କରିବାରୁ ବାପା ଝିଅର ଅନ୍ତିମ ସଂସ୍କାର କରିବା ସହ ଝିଅ ନାଁରେ ପିଣ୍ଡଦାନ କରିଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଔରାୟା ଅଞ୍ଚଳରେ । ଅଧିକ ପଢ଼ନ୍ତୁ

ବଞ୍ଚି ଥାଉଥାଉ ଝିଅର ପିଣ୍ଡ ଦାନ କଲା ବାପା
ବଞ୍ଚି ଥାଉଥାଉ ଝିଅର ପିଣ୍ଡ ଦାନ କଲା ବାପା
author img

By

Published : Mar 12, 2023, 7:31 AM IST

ଲକ୍ଷ୍ନୌ: କୁହାଯାଏ ବାପା-ଝିଅଙ୍କ ସମ୍ପର୍କ ସବୁଠୁ ମଧୁର । ଝିଅ ଜନ୍ମ ହେଉ ହେଉ ବାପା ନିଜ ଝିଅକୁ ନେଇ ନିଜ ମନରେ କାହିଁ କେତେ ସ୍ବପ୍ନ ସଜାଇଥାଏ । ନିଜ ଝିଅକୁ ସବୁ ଖୁସି ଦେବାକୁ ସବୁବେଳେ ଚେଷ୍ଟା କରିଥାଏ ବାପା । କିନ୍ତୁ ଝିଅ ବଞ୍ଚି ଥାଉଥାଉ ନିଜ ବାପା ତାର ପିଣ୍ଡଦାନ କରିଦେବା ଆପଣ କେବେ ଶୁଣିଛନ୍ତି କି ? କିଛି ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଔରାୟା ଅଞ୍ଚଳରୁ । ଝିଅ ନିଜ ଇଚ୍ଛାରେ ପ୍ରେମ ବିବାହ କରିବାରୁ ବାପା ଝିଅର ଅନ୍ତିମ ସଂସ୍କାର କରିବା ସହ ଝିଅ ନାଁରେ ପିଣ୍ଡଦାନ କରିଛି ।

ସୂଚନା ଅନୁସାରେ ଉତ୍ତରପ୍ରଦେଶ ଔରାୟାର ଦିବ୍ୟାପୁରର ଜନୈକା ଯୁବତୀ ସେହି ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ପରେ ଉଭୟ ଘରେ ନଜଣାଇ ମନ୍ଦିର ଯାଇ ବିବାହ କରିନେଲେ । କିନ୍ତୁ ଯେତେବେଳେ ଯୁବତୀଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣା ପଡ଼ିଲା, ସେମାନେ ଏହାକୁ ବିରୋଧ କରିବା ସହ ଉଭୟଙ୍କ ବିବାହକୁ ସ୍ବୀକାର କରି ନଥିଲେ । ଏହି ଘଟଣା ଜାଣିବା ପରେ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କୁ ନିଜ ସାଥିରେ ନେଇ ଯିବାକୁ ଚେଷ୍ଟା କଲା ପ୍ରେମିକ । ଫଳରେ ଉଭୟ ପକ୍ଷ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ମ୍ୟାଚ୍‌ ଦେଖିବାକୁ ଯାଉଥିବା ଦର୍ଶକଙ୍କୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ମେସେଜ, ତଦନ୍ତ ଆରମ୍ଭ

ଏହାପରେ ଯୁବତୀ ଜଣକ ପ୍ରେମିକର ହାତ ଧରି ଥାନାର ଦ୍ବାରସ୍ଥ ହୋଇଥିଲେ । ସେଠାରେ ପୋଲିସ ଉଭୟଙ୍କର କୋର୍ଟ ମ୍ୟାରେଜ ସାର୍ଟିଫିକେଟ ଦେଖି ଯୁବତୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ଯିବାକୁ ଅନୁମତି ଦେଇଥିଲା । ନିଜ ଭଉଣୀ ପ୍ରେମିକ ସହ ଯିବାର ଦେଖି ଗଭୀର ମର୍ମାହତ ହୋଇ ଯୁବତୀଙ୍କ ଭାଇ କିଛି ବିଷାକ୍ତ ପଦାର୍ଥ ଖାଇଦେଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସେପଟେ ଯୁବତୀଙ୍କ ବାପା ନିଜ ଝିଅ ଆଜି ଠାରୁ ମରିଗଲା ବୋଲି କହି ଲଣ୍ଡା ହେବ ସହ ଝିଅର ପିଣ୍ଡଦାନ କରିଛନ୍ତି । ଏନେଇ ଯୁବତୀଙ୍କ ବାପା କହିଛନ୍ତି, "ପିଲାଦିନରୁ ଝିଅର ସବୁ ଇଚ୍ଛା ପୂରଣ କରିଥିଲି । କିନ୍ତୁ ସେ ନିଜ ଇଚ୍ଛାରେ ପ୍ରେମ ବିବାହ କଲା । ଥରେ ମଧ୍ୟ ଭାବିଲାନି ଯେ ତାର ପରିବାରର କଣ ହେବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.