ETV Bharat / bharat

ଜୀବନ ହାରିଲେ AIMIM ମୁଖ୍ୟ ଆସାଦୁଦ୍ଦିନ ଓଓ୍ବେସୀଙ୍କ ସମୁଦି - ଆସାଦୁଦ୍ଦିନ ଓଓ୍ବେସୀ

AIMIM ମୁଖ୍ୟ ଆସାଦୁଦ୍ଦିନ ଓଓ୍ବେସୀଙ୍କ ସମୁଦି ତଥା ତାଙ୍କ ଝିଅଙ୍କ ଶ୍ବଶୁର ନିଜକୁ ଗୁଳି କରିଛନ୍ତି । ଅଧିକ ପଢନ୍ତୁ

Asaduddin Owaisis elative dies by suicide
AIMIM ମୁଖ୍ୟ ଆସାଦୁଦ୍ଦିନ ଓଓ୍ବେସୀଙ୍କ ସମୁଦିଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ
author img

By

Published : Feb 28, 2023, 1:36 PM IST

ହାଇଦ୍ରାବାଦ: ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ୱୱେସୀଙ୍କ ସମୁଦି ନିଜକୁ ଗୁଳି କରିଛନ୍ତି । ୱୱେସୀଙ୍କ ଝିଅଙ୍କ ଶ୍ବଶୁର 60 ବର୍ଷୀୟ ଅର୍ଥୋପେଡିକ ସର୍ଜନ ଡାକ୍ତର ମାଜହାରୁଦ୍ଦିନ ଅଲ୍ଲୀ ଖାନ ନିଜକୁ ଗୁଳି କରି ଜୀବନ ହାରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ହାଇଦ୍ରାବାଦ ସ୍ଥିତ ବଞ୍ଜାରା ହିଲରେ ଥିବା ବାସଭବନରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ହାଇଦ୍ରାବାଦସ୍ଥିତ ୱୱେସୀ ହସ୍ପିଟାଲରେ ଅର୍ଥୋପେଡିକ ସର୍ଜନ ଥିଲେ ମାଜହାରୁଦ୍ଦିନ ଅଲ୍ଲୀ ଖାନ । ତାଙ୍କର ଆତ୍ମହତ୍ୟା ପଛରେ ପାରିବାରିକ କିମ୍ବା କୌଣସି ଆର୍ଥିକ ସମସ୍ୟା ଥିବା ଅନୁମାନ କରାଯାଉଛି । ଆସାଦୁଦ୍ଦିନ ୱୱେସୀ ପରିବାର ଲୋକଙ୍କୁ ଭେଟିଛନ୍ତି ।

ପୋଲିସ ସୂଚନା ଅନୁସାରେ, ମାଜହାରୁଦ୍ଦିନ ଅଲ୍ଲୀ ଖାନ ଆସାଦୁଦ୍ଦିନ ୱୱେସୀଙ୍କ ଝିଅଙ୍କ ଶ୍ବଶୁର । ସେ ଅର୍ଥୋପେଡିକ ସର୍ଜନ । ଗତକାଲି (ସୋମବାର) ସେ ନିଜ ବାସଭନବରେ ନିଜକୁ ଗୁଳି କରିଥିଲେ । ଏହାପେର ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାରିବାରିକ ବିବାଦ ପାଇଁ ମାଜହାରୁଦ୍ଦିନ ଏହିପରି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଆସାଦୁଦ୍ଦିନ ୱୱେସୀଙ୍କ ସାନ ଝିଅ ମାଜହାରୁଦ୍ଦିନ ଅଲ୍ଲୀ ଖାନଙ୍କ ପୁଅ ଅବିଲ ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ ।

ରବିବାର ରାତି ପର୍ଯ୍ୟନ୍ତ ସେ କିଛି କାର୍ଯ୍ୟ କରିଥିଲେ । ଏହାପରେ ସକାଳୁ ବାହାରକୁ ଯାଇ ଘରକୁ ଫେରି ରୁମ ବନ୍ଦ କରିଦେଇଥିଲେ । କିଛି ସମୟ ବିଶ୍ରାମ କରିବେ ବୋଲି କହିଥିଲେ । ଦୀର୍ଘ ସମୟ ଧରି ସେ ଘରୁ ବାହାରି ନଥିଲେ । ଏହାପରେ ଝରକା ତାଡି ଘର ଭିତରକୁ ପଶିଥିଲେ ପରିବାର ଲୋକ । ରୁମରେ ଅଚେତ ଅବସ୍ଥାରେ ପଡିଥିଲେ । ତାଙ୍କ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । 60 ବର୍ଷୀୟ ସର୍ଜନ ଡାକ୍ତର ମାଜହାରୁଦ୍ଦିନ ଅଲ୍ଲୀ ଖାନ ଏପରି ନିଷ୍ପତ୍ତି କାହିଁକି ନେଲେ ତାର ତଦନ୍ତ ଜାରି ରହିଛି ।

1993ରେ ଅଫିଆ ରାସିଦଙ୍କୁ ବିବାହ କରିଥିଲେ ମାଜହାରୁଦ୍ଦିନ । ସେମାନଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା । ମାଜହାରୁଦ୍ଦିନ ଘରୋଇ ହିଂସା ନେଇ ମାମଲା ମଧ୍ୟ ରହିଛି । 2019ରେ ମାଜହାରୁଦ୍ଦିନଙ୍କ ସହ ପତ୍ନୀ ରାସିଦ ଝଗଡା କରି ହାତ କାଟି ଦେଇଥିଲେ । ଆଫିଆ ରାସିଦ 3 ମାସ ତଳେ ବିଦେଶରୁ ହାଇଦ୍ରାବାଦ ଫେରିଥିଲେ । ସ୍ବାମୀଙ୍କ ସହ ପଡୁନଥିବାରୁ ସେ ଉପର ମହଲାରେ ରହୁଥିଲେ ଓ ଗ୍ରାଉଣ୍ଡ ଫ୍ଲୋରରେ ମାଜହାରୁଦ୍ଦିନ ରହୁଥିଲେ । ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ମଧ୍ୟ କିଛି ଦିନ ହେବ ବିବାଦ ଉପୁଜିଥିଲା । ଏନେଇ ମାନସିକ ସ୍ଥିତି ହରାଇ ସେ ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.