ETV Bharat / bharat

ପ୍ରେମ ବିବାହ ହେଲା କାଳ, ଜ୍ବାଇଁକୁ ହତ୍ୟା କଲା ଶ୍ବଶୁର - ତେଲେଙ୍ଗାନାରେ ପ୍ରେମ ବିବାହ ହେଲା କାଳ

ତେଲେଙ୍ଗାନାରେ ପ୍ରେମ ବିବାହକୁ ନେଇ ଘଟିଛି ଏକ ଅଭାବନୀୟ କାଣ୍ଡ । ବିବାହକୁ ଦୀର୍ଘ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଥମିଲାନି କ୍ରୋଧର ଝଡ଼ । ଶେଷରେ ଜ୍ବାଇଁକୁ ହତ୍ୟା କଲେ ଶ୍ବଶୁର । ଅଧିକ ପଢନ୍ତୁ

Honor killing: ପ୍ରେମ ବିବାହ ହେଲା କାଳ, ଜ୍ବାଇଁକୁ ହତ୍ୟା କଲା ଶ୍ବଶୁର

author img

By

Published : Apr 18, 2022, 1:13 PM IST

ହାଇଦ୍ରାବାଦ: ପ୍ରେମ ବିବାହକୁ ନେଇ ତେଲେଙ୍ଗାନାର ଭୁବନଗିରି ସହରରେ ଘଟିଛି ହତ୍ୟାକାଣ୍ଡ । ଏଠାରେ ହତ୍ୟାକାରୀ ସାଜିଛନ୍ତି ଯୁବକଙ୍କ ଶ୍ବଶୁର । ପ୍ରେମ ବିବାହ କରି ପରିବାରକୁ ଅସମ୍ମାନ କରିଥିବାରୁ ଦୀର୍ଘ ୨ ବର୍ଷ ପରେ ସୁପାରି ଦେଇ ଯୁବକଙ୍କୁ ତାଙ୍କ ଶ୍ବଶୁର ହତ୍ୟା କରିଥିବା ଜଣାପଡ଼ିଛି । ଯୁବକଙ୍କ ମୃତଦେହ ସିଦ୍ଦିପେଟ ଜିଲ୍ଲା ପେଡ୍ଡାମଟାଲି ମନ୍ଦିର ନିକଟ ନିର୍ମାଣାଧୀନ ରେଲୱେ ଲାଇନ ନିକଟରୁ ଉଦ୍ଧାର ହେବା ପରେ ପ୍ରକୃତ ଘଟଣା ସାମନାକୁ ଆସିଛି ।

ରାମକ୍ରିଷ୍ଣା
ରାମକ୍ରିଷ୍ଣା

ପୋଲିସର କହିବାନୁସାରେ ମୃତ ଯୁବକ ଜଣକ ହେଉଛନ୍ତି ୟାଦାଦ୍ରି ଭୁବନଗିରି ଜିଲ୍ଲା ଲିଙ୍ଗରାଜୁପାଲ୍ଲିର ଅଧିବାସୀ ଇରୁକୁଲା ରାମକ୍ରିଷ୍ଣା(୩୨) । ସେ ଗତ ୧୦ ବର୍ଷ ଧରି ହୋମ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଭାଲିଗୋଣ୍ଡା ଅଞ୍ଚଳରେ କାମ କରୁଥିବା ବେଳେ ୟାଦଗିରିଗୁଟ୍ଟା ପୋଲିସ ଷ୍ଟେସନକୁ ସ୍ଥାନାନ୍ତରିତ ହୋଇଥିଲେ । ସେହି ଅଞ୍ଚଳ ନିକଟରେ ଯୁବକଙ୍କ ଶ୍ବଶୁର ପାଲିପଟି ଭେଙ୍କଟେଶ ରହୁଥିଲେ । ତାଙ୍କ ପଡୋଶୀ ଭାବେ ରାମକ୍ରିଷ୍ଣା ରହୁଥିଲେ । ଏହାରି ମଧ୍ୟରେ ସେ ଭେଙ୍କଟେଶଙ୍କ ଝିଅ ଭାର୍ଗଭୀର ପ୍ରେମରେ ପଡିଥିଲେ । ଏହାପରେ ଗତ ୨୦୨୦ ମସିହା ଅଗଷ୍ଟ ମସିହାରେ ଉଭୟ ପ୍ରେମ ବିବାହ କରିଥିଲେ ।

ଗତ ୬ ମାସ ପୂର୍ବରୁ ଭାର୍ଗଭୀ ଏକ କନ୍ୟା ସନ୍ତାନର ମାଆ ମଧ୍ୟ ହୋଇଥିଲେ । ଏହାପରେ ଗତ ୧୦ ମାସ ପୂର୍ବେ ସେମାନେ ଭୁବନଗିରିକୁ ସ୍ଥାନାନ୍ତରିତ ହୋଇଥିଲେ । ହେଲେ ଭେଙ୍କଟେଶଙ୍କୁ ଏହି ବିବାହ ପସନ୍ଦ ନଥିଲା । ବିବାହ ପରେ ସେ ରାମକ୍ରିଷ୍ଣାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ତାଙ୍କ ଝିଅକୁ ରାମକ୍ରିଷ୍ଣାଙ୍କଠୁ ଦୂରେଇବାକୁ ମଧ୍ୟ ସେ ଅନେକ ପ୍ରଚେଷ୍ଟା କରିଥିଲେ । ଏଥିରେ ବିଫଳ ହେବା ପରେ ବିବାହକୁ ଦୀର୍ଘ ୨ ବର୍ଷ ବିତିଯାଇଥିଲେ ମଧ୍ୟ ସେ ଜ୍ବାଇଁକୁ ହତ୍ୟା କରିଛନ୍ତି ।

ସୁପାରି ଦେଇଥିବା ଲୋକଙ୍କ ସହ ଭେଙ୍କଟେଶ ୧୦ ଲକ୍ଷ ଟଙ୍କାର ଡିଲ କରିଥଲେ । ହତ୍ୟା ପୂର୍ବରୁ ସେ ହତ୍ୟାକାରୀଙ୍କୁ ୬ ଲକ୍ଷ ଟଙ୍କା ଦେଇଥିଲେ । ରାମକ୍ରିଷ୍ଣାଙ୍କୁ ହତ୍ୟାକାରୀ ଏକ ଲେମ୍ବୁ ବଗିଚାକୁ ଡାକିଥିଲେ । ସେଠାରେ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ପୋଲିସ କହିଛି । ରାମକ୍ରିଷ୍ଣାଙ୍କ ମୃତ୍ୟୁ ଘଟିବା ପରେ ତାଙ୍କୁ ଏକ ବ୍ୟାଗରେ କାର ଯୋଗେ ସିଦ୍ଦିପେଟକୁ ଆଣିଥିଲେ । ଏହାପରେ କୁଦାରାମ ଠାରେ ଭୋର ପ୍ରାୟ ୪ଟା ସମୟରେ ତାଙ୍କୁ ପୋତି ଦେଇଥିଲେ । ଏହି ଘଟଣାରେ ପୋଲିସ ମୋଟ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.