ETV Bharat / bharat

ଯୌତୁକରେ ବରକୁ ବୁଲଡୋଜର ଉପହାର ଦେଲେ କନ୍ୟାର ପିତା - ବରକୁ ବୁଲଡୋଜର ଯୌତୁକ ଦେଲେ କନ୍ୟାଙ୍କ ବାପା

ବିବାହରେ ଯୌତୁକ ଭାବେ ବରକୁ ବୁଲଡୋଜର ଉପହାର ଦେଲେ ଶ୍ବଶୁର ଘର ଲୋକେ । ଅଧିକ ପଢନ୍ତୁ

ବରକୁ ବୁଲଡୋଜର ଯୌତୁକ ଦେଲେ କନ୍ୟାଙ୍କ ବାପା
ବରକୁ ବୁଲଡୋଜର ଯୌତୁକ ଦେଲେ କନ୍ୟାଙ୍କ ବାପା
author img

By

Published : Dec 17, 2022, 12:16 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଢୁଛି ବୁଲଡୋଜରର ଲୋକପ୍ରିୟତା । ବିବାହରେ ଯୌତୁକ ଭାବେ ବରକୁ ବୁଲଡୋଜର ଉପହାର ଦେଲେ ଶ୍ବଶୁର ଘର ଲୋକେ(Hamirpur groom got bulldozer as dowry) । ବରଙ୍କୁ ବୁଲଡୋଜର ଉପହାର ଦିଆଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶରେ ଯୌତୁକ ଭାବେ ବୁଲଡୋଜର ଦିଆଯିବା ଏହା ପ୍ରଥମ ଘଟଣା ।

ବିକାଶ ବ୍ଲକ ଦେଓଗାଁରୁ ସାମ୍ନାକୁ ଆସିଛି ଏପରି ଘଟଣା । ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ପର୍ଶୁରାମ ତାଙ୍କ ଝିଅ ନେହାର ବିବାହ ସମୟରେ ବରକୁ ଏପରି ଉପହାର ଦେଇଛନ୍ତି । ଗତ ଡିସେମ୍ବର ୧୫ ତାରିଖରେ ସୋଖର ନିବାସୀ ଭାରତୀୟ ନୌସେନାରେ ଚାକିରି କରୁଥିବା ଯୋଗେନ୍ଦ୍ରଙ୍କ ସହ ନେହାଙ୍କର ବିବାହ ହୋଇଥିଲା । ସୁମେରପୁରର ଏକ ଗେଷ୍ଟ ହାଇଉସରେ ବିବାହର ଆୟୋଜନ କରାଯାଇଥିଲା । ଏଠାରେ କନ୍ୟାଙ୍କ ବାପା ଅବସରପ୍ରାପ୍ତ ସେନା କର୍ମଚାରୀ ପର୍ଶୁରାମ ଦାମି କାର ବଦଳରେ ବରଙ୍କୁ ବୁଲଡୋଜର ଯୌତୁକ ଆକାରରେ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ମୋଦିଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ, ଆଜି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ BJP

ତେବେ ବରକୁ ଯୌତୁକରେ ବୁଲଡୋଜର ଦିଆଯିବା ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାହିଁକିନା ବିବାହ ସମୟରେ ଏପରି ଯୌତୁକ ଦେବା ରାଜ୍ୟରେ ପ୍ରଥମ ଘଟଣା । ପର୍ଶୁରାମ ପ୍ରଜାପତି କହିଛନ୍ତି ଯେ ମୋ ପତ୍ନୀ ବର୍ତ୍ତମାନ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଛି । ଯଦି ଚାକିରି ନମିଳେ ତେବେ ଏହା ଆମକୁ ରୋଜଗାର ଦେବ । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ବୁଲଡୋଜର ସାରା ଦେଶରେ ଆଲୋଚନାର ବିଷୟ ପାଲଟିଥିଲା । ଏହାପର ଠାରୁ ରାଜ୍ୟରେ ବୁଲଡୋଜରରର ଲୋକପ୍ରିୟତା ବଢିଚାଲିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.