ETV Bharat / bharat

ଚାଲିଥିଲା ଝିଅର ମେହେନ୍ଦୀ ସେରିମନି, ହୃଦଘାତରେ ବାପା ମୃତ

author img

By

Published : Dec 12, 2022, 10:59 PM IST

ଝିଅର ମେହେନ୍ଦୀ ସେରିମନିରେ ନାଚୁଥିବା ବେଳେ ଚାଲିଗଲା ବାପାର ଜୀବନ । ଏଭଳି ଦୁଃଖଦ ଘଟଣା ଉତ୍ତରାଖଣ୍ଡ ହଲଦ୍ବାନୀରେ ଘଟିଛି । ଅଧିକ ପଢନ୍ତୁ

ଚାଲିଥିଲା ଝିଅର ମେହେନ୍ଦୀ ସେରିମନି, ହୃଦଘାତରେ ବାପା ମୃତ
ଚାଲିଥିଲା ଝିଅର ମେହେନ୍ଦୀ ସେରିମନି, ହୃଦଘାତରେ ବାପା ମୃତ

ଡେରାଡୁନ: ଘରେ ଥିଲା ଖୁସିର ମାହୋଲ । ବାପା ନିଜ ଅଲିଅଳି ଝିଅର ବିବାହ ପାଇଁ ଜୋରଦାର ପ୍ରସ୍ତୁତି କରିଥିଲେ । ଆଉ କିଛି ସମୟର ବ୍ୟବଧାନରେ ଝିଅର ବିବାହ ରହିଥିବା ବେଳେ ମେହେନ୍ଦୀ ସେରିମନିର ଆୟୋଜନ ହୋଇଥିଲା (Father death in daughter marriage)। ଝିଅ ବିବାହ ଖୁସିରେ ମେହେନ୍ଦୀ ସେରିମନିରେ ନାଚୁଥିବା ସମୟରେ ହଠାତ ଚାଲିଗଲା ବାପାର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଉତ୍ତରାଖଣ୍ଡ ହଲଦ୍ବାନୀରେ ଘଟିଛି । କ୍ଷଣିକ ମଧ୍ୟରେ ଖୁସିର ମାହୋଲ ଦୁଃଖରେ ପରିଣତ ହୋଇଛି ।

ବିବାହର ଗୋଟିଏ ରାତି ପୂର୍ବରୁ ମେହେନ୍ଦୀ ଉତ୍ସବର ଆୟୋଜନ ହୋଇଥିଲା । ଏହି ସମୟରେ ବ୍ୟକ୍ତି ଜଣକ ଖୁସିରେ ନାଚୁଥିବା ସମୟରେ ହଠାତ ତଳେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ସମ୍ପର୍କୀୟ ତାଙ୍କୁ ହସ୍ପିଟାଲ ନେଇଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ପିତାଙ୍କ ମୃତ୍ୟୁ ଭିତରେ ଝିଅର ବିବାହ ରବିବାର ରାତିରେ ହଲଦ୍ବାନୀର ଏକ ମଣ୍ଡପ (Haldwani Banquet Hall))ରେ କରାଯାଇଛି । ମାତା ମାମୁଁ କନ୍ୟାଦାନ କରିଥିଲେ। ତେବେ ବିଳମ୍ବିତ ରାତିରେ ନାଚୁଥିବା ବେଳେ ଝିଅର ପିତା ଡ୍ୟାନ୍ସ ଫ୍ଲୋରରେ ପଡ଼ିଥିଲେ। ଏହା ବିବାହ ସମାରୋହରେ ହଇଚଇ ସୃଷ୍ଟି କରିଥିଲା ।

ଏହା ବି ପଢନ୍ତୁ- ଯୁବକଙ୍କୁ ଚଳନ୍ତା ଟ୍ରକ ଆଗରେ ବାନ୍ଧି ନେଲେ ଥାନା, ଭିଡିଓ ଭାଇରାଲ

ହୃଦଘାତର ଶିକାର ହୋଇଥିବା ଏହି ବ୍ୟକ୍ତିଙ୍କ ଅଲମୋରା ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏ ନେଇ ଝିଅକୁ ମଧ୍ୟ ସୂଚନା ଦିଆଯାଇନାହିଁ । ପିତାଙ୍କ ଦେହ ଖରାପ ହୋଇଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଝିଅକୁ କୁହାଯାଇଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.