ଭୋପାଳ: ପାରିବାରିକ କଳହରୁ ବର୍ବର କାଣ୍ଡ । ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହେବାରୁ ନିଜ ବାପଘରକୁ ରାଗିକି ଚାଲିଗଲେ ପତ୍ନୀ । ଏହାପରେ ସ୍ବାମୀ ଭିଆଇଲେ ଲୋମଟାଙ୍କୁରା କାଣ୍ଡ । ପ୍ରଥମେ ନିଜର ଦୁଇ ନାବାଳକ ଛୁଆଙ୍କୁ କୂଅରେ ଫିଙ୍ଗି ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା । ମଧ୍ୟପ୍ରଦେଶ ଦିବାସ ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା ।
![ଦୁଇ ଛୁଆଙ୍କୁ କୂଅରେ ଫିଙ୍ଗି ପିତାଙ୍କ ଆତ୍ମାହୂତି](https://etvbharatimages.akamaized.net/etvbharat/prod-images/mp-dew-01-family-death-pkg-mp10039_25032021125408_2503f_1616657048_101.jpg)
ସୂଚନାଯୋଗ୍ୟ, ବରୋଠା ଥାନା ଅନ୍ତର୍ଗତ ତୋଲାପୁରା ଗ୍ରାମରେ ବସବାସ କରୁଥିବା ମୁକେଶ ପରମାରଙ୍କ ନିଜ ପତ୍ନୀଙ୍କ ସହ ବଚସା ହୋଇଥିଲା । ଫଳରେ ମହିଳା ଜଣକ ଉତକ୍ଷିପ୍ତ ହୋଇ ଏକା ନିଜ ବାପଘରକୁ ଚାଲି ଯାଇଥିଲେ । ଏହାପରେ ମୁକେଶ ନିଜର ଗୋଟିଏ ଦଶ ବର୍ଷର ଓ ଆଉ ଗୋଟେ 7 ବର୍ଷର ଛୋଟ ପୁଅକୁ ଘର ପାଖରେ ଥିବା କୂଅକୁ ଫିଙ୍ଗି ଦେଇଥିଲେ । ପରେ ନିଜ ଗାଡିରୁ ପେଟ୍ରୋଲ କାଢି ସେଥିରେ ନିଜକୁ ଓ ନିଜ ଘରକୁ ନିଆଁ ଲଗାଇଥିଲେ । ଫଳସୂରୁପ, ଦୁଇ ଛୁଆଙ୍କ ସମେତ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ