ETV Bharat / bharat

ହୋଲିରେ ବାପଘରକୁ ଯିବାକୁ ପତ୍ନୀଙ୍କ ଜିଦ୍, ଛୁଟି ପାଇଁ ଏସପିଙ୍କୁ ଗୁହାରି କଲେ ଇନ୍ସପେକ୍ଟର

author img

By

Published : Mar 4, 2023, 12:50 PM IST

Updated : Mar 4, 2023, 1:19 PM IST

ପତ୍ନୀଙ୍କ ମାନଭଞ୍ଜନ ପାଇଁ ଏସପିଙ୍କୁ ଦରଖାସ୍ତ ଲେଖିଲେ ଇନ୍ସପେକ୍ଟର । ସୋସିଆଲ ମିଡିଆରେ ଭାଇରାଲ । ଅଧିକ ପଢନ୍ତୁ

ପତ୍ନୀଙ୍କ ମାନଭଞ୍ଜନ ପାଇଁ ଏସପିଙ୍କୁ ଦରଖାସ୍ତ
ପତ୍ନୀଙ୍କ ମାନଭଞ୍ଜନ ପାଇଁ ଏସପିଙ୍କୁ ଦରଖାସ୍ତ

ଲକ୍ଷ୍ନୌ: ପତ୍ନୀଙ୍କ ମାନଭଞ୍ଜନ ପାଇଁ ଏସପିଙ୍କୁ ଦରଖାସ୍ତ ଲେଖିଲେ ଇନ୍ସପେକ୍ଟର । କାରଣ ବିବାହର ୨୨ ବର୍ଷ ହେଲାଣି ତାଙ୍କର ପତ୍ନୀ ହୋଲିରେ ବାପଘରକୁ ଯାଇପାରୁ ନାହାନ୍ତି । ଏଥିପାଇଁ ପତ୍ନୀ ଖୁବ୍ ଅଭିମାନ କରିଛନ୍ତି । ତେଣୁ ଏଥର ହୋଲିରେ ତାଙ୍କୁ ବାପଘରକୁ ବୁଲାଇ ନେବା ପାଇଁ ଦରଖାସ୍ତ ଲେଖି ଛୁଟି ମାଗିଲେ ଇନ୍ସପେକ୍ଟର । ଯେଉଁ ଦରଖାସ୍ତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶ ଫାରୁକାବାଦରୁ ଏହି ଘଟଣା ସାମ୍ନାକୁ ଆସିଛି ।

ପତ୍ନୀଙ୍କ ମାନଭଞ୍ଜନ ପାଇଁ ଏସପିଙ୍କୁ ଦରଖାସ୍ତ
ପତ୍ନୀଙ୍କ ମାନଭଞ୍ଜନ ପାଇଁ ଏସପିଙ୍କୁ ଦରଖାସ୍ତ

ସାଧାରଣତଃ କୌଣସି ବଡ ପର୍ବପର୍ବାଣି ସମୟରେ ପୋଲିସ କର୍ମୀଙ୍କ ଛୁଟି ବାତିଲ ହୋଇଥାଏ । ହୋଲି ହେଉ କି ଦିୱାଲି ଲୋକଙ୍କ ସୁରକ୍ଷା ପାଇଁ ସେମାନେ ଡ୍ୟୁଟି କରିଥାନ୍ତି । ତେଣୁ ଗତ ୨୨ ବର୍ଷ ହେଲା ଫାରୁକାବାଦର ଜଣେ ପୋଲିସ ଇନ୍ସପେକ୍ଟରଙ୍କ ପତ୍ନୀ ହୋଲିରେ ନିଜ ବାପଘରକୁ ଯାଇପାରୁ ନାହାନ୍ତି । ଏହି କାରଣରୁ ସେ ନିଜର ପୋଲିସ ସ୍ବାମୀ ଉପରେ ଖୁବ୍ ଅଭିମାନ କରିଛନ୍ତି ଏବଂ ଏଥର ହୋଲିରେ ସେ ବାପଘର ଯିବାକୁ ଜିଦ୍ ଧରି ବସିଛନ୍ତି । ପତ୍ନୀର ଇଚ୍ଛା ପୂରଣ କରିବା ପାଇଁ ପୋଲିସ ବାବୁଙ୍କୁ ୧୦ ଦିନର ଛୁଟି ଦରକାର ପଡୁଛି । ଏଥିପାଇଁ ସମ୍ପୃକ୍ତ ଇନ୍ସପେକ୍ଟର ଏସପି ଅଶୋକ କୁମାର ମୀନାଙ୍କୁ ଦରଖାସ୍ତ ଲେଖି ଛୁଟି ନିବେଦନ କରିଛନ୍ତି । ଯାହା ଭାଇରାଲ ହେବା ପରେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ୟୁଜର୍ସ ଇନ୍ସପେକ୍ଟରଙ୍କ ପ୍ରତି ସହାନୁଭୂତି ଦେଖାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅଧିକ ମେକଅପ୍ ନେଇ କଳା ପଡିଗଲା କନ୍ୟା ମୁହଁ, ବାହାଘର ଭାଙ୍ଗିଦେଲା ବର

ଗୁରୁବାର ଦିନ ଏହି ଛୁଟି ଦରଖାସ୍ତ ଏସପି ଅଶୋକ କୁମାରଙ୍କ ନିକଟରେ ପହଞ୍ଚିବା ପରେ ଏହାକୁ ପଢି ସେ ମଧ୍ୟ ମୁରୁକି ହସିଥିଲେ । କେବଳ ଏସପି ନୁହଁନ୍ତି ଯିଏ ବି ଇନ୍ସପେକ୍ଟରଙ୍କ ଦରଖାସ୍ତ ପଢୁଛି ସେ ହସୁଛି । ତେବେ ଇନ୍ସପେକ୍ଟରଙ୍କ ସମସ୍ୟା ବୁଝି ଏସପି ତାଙ୍କୁ ୧୦ ଦିନ ବଦଳରେ ୫ ଦିନର ଛୁଟି ମଞ୍ଜୁର କରିଥିବା ସୂଚନା ମିଳିଛି ।

ଦରଖାସ୍ତରେ ଲେଖାଯାଇଛି ଯେ, ବାହାଘରର ୨୨ ବର୍ଷ ପରେ ବି ଇନ୍ସପେକ୍ଟରଙ୍କ ପତ୍ନୀ ହୋଲିରେ ବାପଘରକୁ ଯାଇପାରି ନାହାନ୍ତି । ତେଣୁ ସେ ବହୁତ ଅଭିମାନ କରିଛନ୍ତି । ଏଥର ହୋଲିରେ ସେ ନିଜ ସ୍ବାମୀଙ୍କୁ ନେଇ ବାପଘର ଯିବାକୁ ଜିଦ୍ ଧରିଛନ୍ତି । ଏଥିପାଇଁ ୧୦ ଦିନର ଛୁଟିର ଆବଶ୍ୟକତା ଅଛି । ଏନେଇ ଅନୁମତି ଦେବାକୁ ସେ ନିବେଦନ କରିଛନ୍ତି ।

Last Updated : Mar 4, 2023, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.