ଶ୍ରୀନଗର: ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ସାରା ଭାରତ ମହାମାରୀ କୋରୋନା ସହ ଯୁଦ୍ଧ କରୁଛି । କାଶ୍ମୀରରେ କୋଭିଡ ସ୍ଥିତିର ମୁକାବିଲା ପାଇଁ ଆଜି(ଶନିବାର) ନିଜ ନିର୍ବାଚନମଣ୍ଡଳୀ ବିକାଶ ପାଣ୍ଠିରୁ 1.40 କୋଟି ଆର୍ଥିକ ସହାୟତା ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା।
ଜିଲ୍ଲା ବିକାଶ ଅଧିକାରୀ ଶ୍ରୀନଗରର ମହମ୍ମଦ ଆଇଜାଜଙ୍କୁ ଲେଖିଥିବା ଏକ ଚିଠିରେ ଅବଦୁଲ୍ଲା କହିଛନ୍ତି ଯେ, ’’କାଶ୍ମୀରରେ କୋଭିଡ ବୃଦ୍ଧି ହେବାର ଭୟାବହ ହାରକୁ ଦୃଷ୍ଟିରେ ରଖି ମୁଁ ନିର୍ବାଚନମଣ୍ଡଳୀର ବିକାଶରୁ ଅର୍ଥ ପ୍ରଦାନ କରୁଛି । ’’ସେ କାଶ୍ମୀରର ସ୍ୱାସ୍ଥ୍ୟ ସେବା ପାଇଁ 50 ଲକ୍ଷ ଟଙ୍କା, ସରକାରୀ ଛାତି ରୋଗ ଡାକ୍ତରଖାନା, ଶ୍ରୀନଗରର ସରକାରୀ ହସ୍ପିଟାଲ ଓ ଶ୍ରୀନଗରର ବେମିନା ହସ୍ପିଟାଲକୁ 30 ଲକ୍ଷ ଲେଖାଏଁ ଟଙ୍କା ଖର୍ଚ୍ଚ କରାଯିବ ।
ଡକ୍ଟର ଅବଦୁଲ୍ଲା କୋଭିଡ -19 ପାଇଁ ସଂକ୍ରମିତ ହୋଇଥିଲେ। ପଜିଟିଭ ରିପୋର୍ଟ ଆସିବା ପରେ ସେ ଶ୍ରୀନଗର ସହରର ସୁପର ସ୍ପେସିଆଲିଟି ଶେର୍-ଇ-କାଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (SKIMS) ସୋରାରେ ଚିକିତ୍ସିତ ହୋଇଥିଲେ।
@ANI