ETV Bharat / bharat

'ସଂକ୍ରମଣ ପାଇଁ ଚାଷୀ ଆନ୍ଦୋଳନକୁ ସ୍ଥଗିତ ରଖି ଆଲୋଚନା କରିବା ଆବଶ୍ୟକ' - ନରେନ୍ଦ୍ର ସିଂ ତୋମାର

ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚାଷୀମାନଙ୍କୁ ଆନ୍ଦୋଳନକୁ ସ୍ଥଗିତ କରିବା ଆବଶ୍ୟକ ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

'ସଂକ୍ରମଣ ପାଇଁ ଚାଷୀଙ୍କୁ ଆନ୍ଦୋଳନକୁ ସ୍ଥଗିତ ରଖି ଆଲୋଚନା କରିବା ଆବଶ୍ୟକ'

author img

By

Published : Apr 11, 2021, 10:20 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ମହାମାରୀର ଦ୍ବିତୀୟ ଲହରୀର ପ୍ରଭାବ ଦେଖିବାକୁ ମିଳିଛି । ହୁ ହୁ ହୋଇ ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଚାଷୀମାନେ ଆନ୍ଦୋଳନକୁ ସ୍ଥଗିତ ରଖି କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ଆବଶ୍ୟକ ଏବଂ ଆଲୋଚନା ପାଇଁ କେନ୍ଦ୍ର ପ୍ରସ୍ତୁତ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର କହିଛନ୍ତି ।

କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସୀମାରେ ଥିବା ବୟସ୍କ ଚାଷୀଙ୍କ ସମେତ ଛୋଟ ପିଲାଙ୍କୁ ଆନ୍ଦୋଳନକୁ ସ୍ଥଗିତ ରଖି ଘରକୁ ଫେରିଯିବା ପାଇଁ ପୂର୍ବରୁ କହିଥିଲେ । ତେବେ ବର୍ତ୍ତମାନ ଦେଶରେ କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହେଉଥିବାରୁ ଚାଷୀମାନଙ୍କୁ କେନ୍ଦ୍ରର କୋଭିଡ଼ ଗାଇଡ଼ଲାଇନ ପାଳନ କରିବାକୁ ସେ କହିଛନ୍ତି । ଏଣୁ ସେମାନଙ୍କୁ ଆନ୍ଦୋଳନକୁ ସ୍ଥଗିତ ରଖି କେନ୍ଦ୍ର ସହ ଆଲୋଚନା କରିବା ଆବଶ୍ୟକ ବୋଲି ତୋମାର କହିଛନ୍ତି ।

ତେବେ ଦେଶରେ ଅନେକ ଚାଷୀ ଓ ଅର୍ଥନୈତିଜ୍ଞ କୃଷି ଆଇନକୁ ସମର୍ଥନ କରୁଥିବା ବେଳେ ଚାଷୀମାନେ ଅହାକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ବୋଲି ତୋମାର କହିଛନ୍ତି । ଉଭୟ ପକ୍ଷ ମଧ୍ୟରେ 11 ଥର ଆଲୋଚନା ହୋଇସାରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଚାଷୀମାନେ 3ଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଜିଦ ଧରିବା ସହିତ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଜାରି ରଖିବେ ବୋଲି କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.