ETV Bharat / bharat

ସରକାର ନିମନ୍ତ୍ରଣ କଲେ ଚାଷୀ ଆଲୋଚନା ପାଇଁ ପ୍ରସ୍ତୁତ: ରାକେଶ ଟିକାୟତ

author img

By

Published : Apr 12, 2021, 7:53 AM IST

କେନ୍ଦ୍ର ସରକାରଙ୍କ ପାରିତ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେନ୍ଦ୍ର ଯଦି ଆମକୁ ନିମନ୍ତ୍ରଣ କରେ ତେବେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଭାରତୀୟ କିଷାନ ସଂଘର ନେତା ରାକେଶ ଟିକାୟତ । ଅଧିକ ପଢନ୍ତୁ...

ଭାରତୀୟ କିଷାନ ସଂଘର ନେତା ରାକେଶ ଟିକାଇତ
ଭାରତୀୟ କିଷାନ ସଂଘର ନେତା ରାକେଶ ଟିକାଇତ

ଗାଜିଆବାଦ: କେନ୍ଦ୍ର ସରକାରଙ୍କ ପାରିତ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେନ୍ଦ୍ର ଯଦି ଆମକୁ ନିମନ୍ତ୍ରଣ କରେ ତେବେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଭାରତୀୟ କିଷାନ ସଂଘର ନେତା ରାକେଶ ଟିକାୟତ । ସେ ଆହୁରି କହିଛନ୍ତି ଜାନୁଆରୀ 22ରୁ ଆଲୋଚନା ଯେଉଁଠି ଶେଷ ହୋଇଥିଲା ସେଇଠୁ ଆରମ୍ଭ ହେବ ଏବଂ ଦାବି ଅପରିବର୍ତ୍ତିତ ରହିବ ।

ଆଲୋଚନା ଅରମ୍ଭ ହେବା ପୂର୍ବରୁ ନଭେମ୍ବର 2020ରେ ଦିଲ୍ଲୀର ତିନୋଟି ସୀମା ସିଙ୍ଘୁ,ଟିକିର ଓ ଗାଜିପୁରରେ ବିକ୍ଷୋଭକାରୀଙ୍କ ସଂସ୍ଥା ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଆମନ୍ତ୍ରଣ କରିବାକୁ ପଡିବ ବୋଲି ସେ କହିଛନ୍ତି । ଜାନୁଆରୀ 22ରୁ ଆଲୋଚନା ଯେଉଁଠି ଶେଷ ହୋଇଥିଲା ପୁନଃ ସେଇଠୁ ଆରମ୍ଭ ହେବ । ସେଇ ସମାନ ଦାବି ରହିବ । ସମସ୍ତ କଳା କୃଷି ଆଇନ ରଦ୍ଦ କରାଯିବା ଉଚିତ । ଫସଲ ଏମଏସପି ( ସର୍ବନିମ୍ନ ସର୍ମଥନ ମୂଲ୍ୟ) ପାଇଁ ଏକ ନୂତନ ନିୟମ ଲାଗୁ କରିବା ଦରକାର ବୋଲି କହିଛନ୍ତି ବିକେୟୁ ନେତା ।

ଦେଶବ୍ୟାପୀ କୋରୋନା ସଂକ୍ରମଣ ବୃଦ୍ଧି ଘଟୁଥିବାବେଳେ ହରିୟାଣରେ ମଧ୍ୟ ସ୍ଥିତି ସଂଙ୍ଗୀନ ରହିଛି । ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ ଚିନ୍ତାରେ ଅଛନ୍ତି ବୋଲି କହିଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ । ଆନ୍ଦୋଳନକାରୀ ଚାଷୀଙ୍କ ସହିତ ପୁନଃ ଆଲୋଚନା କରିବାକୁ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ କହିଛନ୍ତି ।

ଜାନୁଆରୀ 22ରେ ବିକ୍ଷୋଭକାରୀ ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ମାତ୍ର କିଛି ନିଷ୍କର୍ସ ବାହାରି ନଥିଲା । ଜାନୁଆରୀ 26ରେ ଦିଲ୍ଲୀରେ ଆନ୍ଦୋଳନକାରୀ ଟ୍ରାକ୍ଟର ରାଲି କରିଥିଲେ ଯାହା ଜାତୀୟ ରାଜଧାନୀରେ ପୋଲିସ ଓ କୃଷକଙ୍କ ମଧ୍ୟରେ ହିଂସାକୁ ବଢାଇଥିଲା । ନଭେମ୍ବର 2020ରୁ ଦିଲ୍ଲୀର ବିଭିନ୍ନ ସୀମାରେ ନୂତନ କୃଷି ଆଇନ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.