ETV Bharat / bharat

G-20 ସମ୍ମିଳନୀକୁ ବିରୋଧ, ଅମୃତସରରେ ମୋଦିଙ୍କ ପୋଷ୍ଟର ଜାଳିଲେ ଚାଷୀ

ପଞ୍ଜାବରେ ଜି-୨୦ ସମ୍ମିଳନୀକୁ ବିରୋଧ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ପୋଷ୍ଟର ଜାଳିଲେ ଚାଷୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 8, 2023, 9:43 PM IST

Farmers protested against the G20 summit

ଚଣ୍ଡିଗଡ଼: ଗୋଟିଏ ପଟେ ଜି-୨୦ ସମ୍ମିଳନୀକୁ ନେଇ ସାରା ଦେଶ ଗର୍ବ ଅନୁଭବ କରୁଥିବା ବେଳେ ଏହି ମହାସମ୍ମିଳନୀରେ ଦେଖିବାକୁ ମିଳିଛି ବିରୋଧାଭାଷ । ପଞ୍ଜାବ ଅମୃତସରରେ ଜି-୨୦କୁ ବିରୋଧ କରିଛନ୍ତି ଚାଷୀ । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ଏକ ପୋଷ୍ଟର ମଧ୍ୟ ଜାଳିଛି । କେନ୍ଦ୍ର ସରକାର ଗ୍ଲୋବାଲାଇଜେନ ନାଁରେ ପଲିସି ତିଆରି ହେଉଛି । ଏହାଦ୍ବାରା ସାଧାରଣ ଜନତାଙ୍କୁ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ ଆଣି ଗୋଲ୍ଡେନ୍‌ ଗେଟ ସମ୍ମୁଖରେ ଚାଷୀମାନେ ଆନ୍ଦୋଳନ କରିଛନ୍ତି ।

ଚାଷୀଙ୍କ କହିବା କଥା ପଞ୍ଜାବ ସମେତ ସମଗ୍ର ଦେଶର ଅର୍ଥନୈତିକ ସମ୍ବଳ ଉପରେ କେନ୍ଦ୍ର ସରକାର ଦୃଷ୍ଟି ଆରୋପ କରିଛନ୍ତି । ଏହି ଜି -20 ସମ୍ମିଳନୀରେ ଭାଗ ନେଉଥିବା ବିଶ୍ବନେତାମାନେ ମଧ୍ୟ ଅର୍ଥନୈତିକ ସମ୍ବଳ ହାସଲ କରିବାରେ ବିଶେଷଜ୍ଞ । ତେବେ କେନ୍ଦ୍ର ସରକାର ଗ୍ଲୋବାଲାଇଜେସନ ବା ଜଗତୀକରଣ ଏବଂ ଶିଳ୍ପାୟନ ନାଁରେ କର୍ପୋରେଟ୍ ହାଉସ୍ ହାତରେ ସବୁକିଛି ଟେକି ଦେବା ଲାଗି ନୀତି ପ୍ରସ୍ତୁତ କରୁଛନ୍ତି। ଏହାଦ୍ବାରା ଦେଶରେ ବିଭିନ୍ନ ରାଜ୍ୟ ତଥା ସାଧାରଣ ଲୋକଙ୍କ ଅଧିକାରକୁ ମଧ୍ୟ ଉଲ୍ଲଙ୍ଘନ କରାଯାଉଛି ।

ଏହା ବି ପଢନ୍ତୁ- President Biden in Delhi: ଭାରତରେ ଆମେରିକା ରାଷ୍ଟ୍ରପତି ବାଇଡେନ, କିଛି ସମୟ ପରେ ଦ୍ବିପାକ୍ଷିକ ବୈଠକ

ଅର୍ଥନୈତିକ ସମ୍ବଳ ଉପରେ କେନ୍ଦ୍ର ସରକାର ଘାତକ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏନେଇ ଚାଷୀ ନେତା ସରୱାନ ସିଂ ପନ୍ଧେର କହିଛନ୍ତି, "ଜଗତୀକରଣ ଏବଂ ଶିଳ୍ପାୟନ ନାଁରେ ବିଶ୍ବନେତାଙ୍କ ସହିତ ମିଶି କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଅଧିକାରକୁ ଉଲ୍ଲଂଘନ କରୁଛନ୍ତି । କିଛି କର୍ପୋରେଟ ହାଉସ ହାତରେ ସବୁକିଛି ଟେକି ଦେବା ଲାଗି ନୀତି ପ୍ରସ୍ତୁତ କରୁଛନ୍ତି । ଯାହାକୁ ଆମେ ସମ୍ପୂର୍ଣ୍ଣ ନିନ୍ଦା କରୁଛୁ । ହେଲେ ଏହି ଜବରଦଖଲ ପଞ୍ଜାବରେ ଘଟିବାକୁ ଆମେ ଦେବୁ ନାହିଁ।"

ଚାଷୀ ନେତା ପନ୍ଧେର ଆହୁରି କହିଛନ୍ତି, "ଆମେ ଜି-20 ସମ୍ମିଳନୀକୁ ବିରୋଧ କରୁଛୁ । କାରଣ ଜି-୨୦ ଦେଶମାନେ ନେଇଥିବା ନିଷ୍ପତ୍ତି ସବୁବେଳେ ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ବିରୁଦ୍ଧରେ ରହିଥାଏ । ଭାରତ ଏକ ବିକାଶଶୀଳ ଦେଶ । ଏଣୁ ଦେଶ ସର୍ବଦା ପ୍ରୋ-କର୍ପୋରେଟ୍ ନୀତି ପ୍ରଣୟନ କରି ଏହାର ଶ୍ରମ ଏବଂ ପ୍ରାକୃତିକ ସମ୍ପଦର ଶୋଷଣ କରୁଛି ।" ସୂଚନା ଥାଉ କି ସେପ୍ଟେମ୍ବର ୯ ଓ ୧୦ ତାରିଖ ଦିଲ୍ଲୀରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ । ଏଥିରେ ଅନେକ ବିଶ୍ବନେତା ସାମିଲ ହେବାକୁ ଥିବା ବେଳେ ଆଜି ଭାରତରେ ପହଞ୍ଚି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.