ETV Bharat / bharat

ପାଠ୍ୟକ୍ରମରେ ସାମିଲ ହେବ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ

author img

By

Published : Dec 30, 2022, 4:54 PM IST

ଦୀର୍ଘ ଦେଢ ବର୍ଷରୁ ଅଧିକ ସମୟ ଧରି ଦିଲ୍ଲୀ ସିଙ୍ଘୁ ସୀମାରେ ଆନ୍ଦୋଳନ କରିଥିବା ଚାଷୀଙ୍କ ସେ କାହାଣୀ ପଢିବେ ଛାତ୍ରାଛାତ୍ରୀ ( Farmer Protest may add in school curriculum ) । ପଞ୍ଜାବ ସ୍କୁଲ ଶିକ୍ଷା ବୋର୍ଡ ପାଠ୍ୟକ୍ରମରେ ଏହା ସାମିଲ କରାଯିବାକୁ ବିଚାର କରାଯାଉଛି । ଅଧିକ ପଢ଼ନ୍ତୁ

Farmer Protest Will Add in Syllabus
ପାଠ୍ୟକ୍ରମରେ ସାମିଲ ହେବ ଦିଲ୍ଲୀ ଚାଷୀ ଆନ୍ଦୋଳନ

ଚଣ୍ଡିଗଡ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଢ ବର୍ଷ ଯାଏଁ ଚାଷୀ ଆନ୍ଦୋଳନ ହୋଇଥିଲା । ଦିଲ୍ଲୀ ସିଙ୍ଘୁ ସୀମାରେ ଶତାଧୀକ ଚାଷୀ ଏକଜୁଟ ହୋଇ ଆନ୍ଦୋଳନ କରିଥିଲେ । ଯାହା ଚର୍ଚ୍ଚାରେ ଥିଲା । ବର୍ତ୍ତମାନ ଏହି ଚାଷୀ ଆନ୍ଦୋଳନକୁ ପାଠ୍ୟକ୍ରମରେ ସାମିଲ କରିବାକୁ ଯୋଜନା ହୋଇଛି । ପଞ୍ଜାବ ସ୍କୁଲ ଶିକ୍ଷା ବୋର୍ଡ ପାଠ୍ୟକ୍ରମରେ ଏହା ସାମିଲ କରାଯିବାକୁ ବିଚାର କରାଯାଉଛି । ପଞ୍ଜାବ ଶିକ୍ଷାମନ୍ତ୍ରୀ ହରତୋଜ ସିଂ ଏହାକୁ ନେଇ ସୂଚନା ଦେଇଛନ୍ତି ।

ସୂଚନାଅନୁସାରେ ଏହି ଚାଷୀ ଆନ୍ଦୋଳନକୁ ପାଠ୍ୟକ୍ରମରେ ସାମିଲ କରିବାକୁ ବିଚାର କରାଯାଉଛି । ଅଧ୍ୟାପକ ସଂଘ ଦ୍ବାରା ଦୀର୍ଘ ଦିନ ହେବ ଏହା ଉପରେ ଆଲୋଚନା ହେଉଛି । ଅଧ୍ୟାପକ ସଂଘ କହିବା ଅନୁସାରେ ଚାଷୀ ଆନ୍ଦୋଳନ ବିଷୟରେ ପଢି ପିଲାମାନେ ଲୋକତନ୍ତ୍ର ଅଧିକାର ବିଷୟରେ ଜାଣିବାକୁ ପାଇବେ । କିପରି ଏକଜୁଟ ହୋଇ ନାଗରିକ ସରକାରଙ୍କ ଚାଷୀ ବିରୋଧି ନୀତିକୁ ବିରୋଧ କରିଥିଲେ ସେ ବିଷୟରେ ଜାଣିପାରିବେ । କିପରି ଚାଷୀଙ୍କ ଏ ଲଢେଇ ପାଇଁ 3 କୃଷି ଆଇନ ପ୍ରତ୍ୟାହାର କରିଥିଲେ ସରକାର ସେନେଇ ସୂଚନା ପାଇବେ ବିଦ୍ୟାର୍ଥୀ । ଏହି ଆନ୍ଦୋଳନକୁ ପାଠ୍ୟକ୍ରମରେ ସାମିଲ କରିବାକୁ ଚାଷୀଙ୍କ ସହ ମଧ୍ୟ ଆଲୋଚନା ହେଉଛି ।

୨୦୨୦ ସେପ୍ଟେମ୍ବରେ କେନ୍ଦ୍ର ସରକାର ୩ କୃଷି ଆଇନ ଆଣିଥିଲେ । ସେବେଠୁ ଏହାକୁ ବିରୋଧ କରି କୃଷକମାନେ ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ । ପାଖାପାଖି ବର୍ଷେରୁ ଅଧିକ ହେବ ସିଙ୍ଘୁ ସୀମାରେ ଆନ୍ଦୋଳନ କରିଥିଲେ ଚାଷୀ । ଗତବର୍ଷ ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ଏହାପରେ ସଂସଦ ଶୀତ ଅଧିବେଶନର ପ୍ରଥମ ଦିନରେ ଏ ସମ୍ପର୍କିତ ବିଲ ପାରିତ ହୋଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ପରେ ଏହା ଆନୁଷ୍ଠାନିକ ଭାବେ ଉଚ୍ଛେଦ ହୋଇଛି । ଏହାପରେ ଚାଷୀ ଆନ୍ଦୋଳନ ବନ୍ଦ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.