ETV Bharat / bharat

ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି, ଆଜି କୃଷକ ସଙ୍ଗଠନର ବୈଠକ - Delhi border

ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ସେପଟେ ଶନିବାର ସରକାରଙ୍କ ସହିତ ଆଲୋଚନା ହେବାକୁ ଥିବାରୁ ଆଜି କୃଷକ ସଙ୍ଗଠନ ଗୁଡିକର ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି
ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି
author img

By

Published : Dec 4, 2020, 11:03 AM IST

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ସେପଟେ ପରିସ୍ଥିତିକୁ ଦେଖି ଚାଷୀଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି(ଶନିବାର) ପୁଣି କୃଷକଙ୍କ ସହିତ ଆଲୋଚନା କରିବେ କେନ୍ଦ୍ର ସରକାର । ଏନେଇ ଆଜି କୃଷକ ସଙ୍ଗଠନ ପକ୍ଷରୁ ବୈଠକ ଅନୁଷ୍ଠିତ ହେବ । ସକାଳ 11ଟାରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଥାଉକି, ଗୁରୁବାର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ନେତୃତ୍ବରେ ତିନି କେନ୍ଦ୍ରୀୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଷୀଙ୍କ ସହିତ ବୈଠକ ହୋଇଥିଲା । ହେଲେ ଏଥିରେ କୌଣସି ନଷ୍କର୍ସ ନବାହାରିବାରୁ ଶନିବାର ପୁଣି ଥରେ ବୈଠକ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି । ଏହା ପୂର୍ବରୁ କୃଷକ ସଙ୍ଗଠନ ଗୁଡିକଙ୍କ ମଧ୍ୟରେ ଆଜି ବୈଠକ ହୋଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି ।

ତେବେ ଗତକାଲିର ବୈଠକରେ ଚାଷୀମାନେ ଏମଏସପି ଉପରେ ଗ୍ୟାରେଣ୍ଟି ମାଗିବା ସହ 3ଟି କୃଷି ଆଇନ ପ୍ରତ୍ୟାହର ନେଇ ନିଜ ଦାବିରେ ଅଟଳ ରହିଥିବାବେଳେ ସରକାର ମଧ୍ୟ ନିଜ ନିଷ୍ପତ୍ତିରୁ ଓହରିବାକୁ ନାରାଜ । ଦୀର୍ଘ 7 ଘଣ୍ଟାର ମନ୍ଥନ ପରେ ଚାଷୀଙ୍କୁ ବୁଝାଇବାରେ ବିଫଳ ରହିଛନ୍ତି ସରକାର ।

ସରକାରଙ୍କ ସହ ବୈଠକରେ ଚାଷୀନେତାମାନେ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଦାବି କରିଛନ୍ତି । ସଂସଦ ଅଧିବେଶନ ଡକାଇ କୃଷି ଆଇନକୁ ରଦ୍ଦ କରାଯିବା ଉଚିତ ବୋଲି କହୁଛନ୍ତି ଚାଷୀ ନେତା ।

ସେପଟେ ଚାଷୀଙ୍କୁ ବୁଝାଇବାକୁ ବାରମ୍ବାର ପ୍ରୟାସ ଜାରି ରଖିଛନ୍ତି ସରକାର । ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି, 2ରୁ 3ଟି ବିନ୍ଦୁ ଉପରେ ଚାଷୀ ଚିନ୍ତିତ ଅଛନ୍ତି । ସରକାର ଖୋଲା ମନରେ ଆଲୋଚନା କରୁଛନ୍ତି । ନରେନ୍ଦ୍ର ସିଂ ତୋମାର କହିଛନ୍ତି, ନୂତନ ଅଧିନିୟମରେ APMC ସମାପ୍ତ ହୋଇଯିବ ବୋଲି ଚାଷୀମାନେ ଚିନ୍ତିତ ଅଛନ୍ତି । ଏପିଏମସିକୁ ସଶକ୍ତ କରାଯିବା ଉଚିତ ଏବଂ ଏହାର ବ୍ୟବହାରକୁ ଆହୁରି ବୃଦ୍ଧି କରାଯିବା ଉପରେ ସରକାର ବିଚାର କରିବେ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏମଏସପି (ସର୍ବନିମ୍ନ ସହାୟତା ମୂଲ୍ୟ) ଉପରେ ଲୋକଙ୍କ ସନ୍ଦେହ ରହିଛି । ମୁଁ ଦୋହରାଇବାକୁ ଚାହେଁ ଯେ ଏମଏସପି ସିଷ୍ଟମ ଜାରି ରହିବ ଏବଂ ଆମେ କୃଷକମାନଙ୍କୁ ଏହା ବିଷୟରେ ନିଶ୍ଚିତ କରିବୁ ।

ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଆଜି ବୈଠକର ଚତୁର୍ଥ ପର୍ଯ୍ୟାୟ ସମାପ୍ତ ହୋଇଛି । ସରକାର ଡିସେମ୍ବର 5 ଅପରାହ୍ନ 2ଟାରେ ପୁଣିଥରେ ଚାଷୀନେତାଙ୍କ ସହ ଆଲୋଚନା କରିବେ । ସରକାର ଏହି ସମସ୍ୟା ଉପରେ ଏକ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବେ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.