ETV Bharat / bharat

ହରିୟାଣା କରନାଲରେ କୃଷକ ମହାପଞ୍ଚାୟତ, ଇଣ୍ଟରନେଟ ସେବା ବନ୍ଦ - କେନ୍ଦ୍ରୀୟ କୃଷି ଆଇନ

କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ କୃଷକ ମହାପଞ୍ଚାୟତ ଜାରି ରହିଛି । ଏପରି ସ୍ଥଳେ ଆଜି ହରିୟାଣା କରନାଲରେ ପୁଣି ଥରେ ମହାପଞ୍ଚାୟତ ଆୟୋଜନ ନେଇ ଘୋଷଣା କରିଛି ସଂଗଠନ । ଅଧିକ ପଢନ୍ତୁ...

Farmers mahapanchayat
Farmers mahapanchayat
author img

By

Published : Sep 7, 2021, 10:50 AM IST

ଗାଜିଆବାଦ/ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ କୃଷକ ମହାପଞ୍ଚାୟତ ଜାରି ରହିଛି । ଏପରି ସ୍ଥଳେ ଆଜି ହରିୟାଣା କର୍ଣ୍ଣାଲରେ ପୁଣି ଥରେ ମହାପଞ୍ଚାୟତ ଆୟୋଜନ ନେଇ ଘୋଷଣା କରିଛି ସଂଗଠନ । ଫଳରେ ସୁରକ୍ଷା ଜନିତ କାରଣରୁ ସମଗ୍ର ଅଞ୍ଚଳ ସମେତ ୪ ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଛି ପ୍ରଶାସନ ।

ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁସାରେ ସକାଳ ୧୦ ଟାରେ କରନାଲ ସ୍ଥିତ ମଣ୍ଡିରେ ବସିବ ମହାପଞ୍ଚାୟତ । ସଂଗଠନ ଅଭିଯୋଗ କରିଛି ହରିୟାଣା ସରକାର ସହିଦ ସୁଶୀଲ କାଜଲ ଓ ଅନ୍ୟ ଆହତ କୃଷକଙ୍କୁ ସହାୟତା ଦେବା ବଦଳରେ ତାଙ୍କ ବିରୋଧରେ ମାମଲା ଚଳାଇଛନ୍ତି ସରକାର ।

କୃଷକଙ୍କ ଅଭିଯୋଗ ଅନୁସାରେ କୃଷକଙ୍କ ମୁଣ୍ଡ ଫଟାଇ ଦେବା ମନ୍ତବ୍ୟ ଦେଇଥିବା ଅଫିସରଙ୍କୁ ଦଣ୍ଡିତ କରିବା ବଦଳରେ ସରକାର ପୁରଷ୍କୃତ କରିଛନ୍ତି । ଯାହା ବିରୋଧରେ ଆଜି ମହାପଞ୍ଚାୟତ ହେଉଛି । ଏଥିପାଇଁ ମିଳିତ କିଶାନ ମୋର୍ଚ୍ଚା ମହାପଞ୍ଚାୟତରେ ଅଧିକରୁ ଅଧିକ କୃଷକ ସାମିଲ ହେବାକୁ ନିବେଦନ କରିଛି ।

ଅନ୍ୟପଟେ କୃଷକ ସଂଗଠନର ମହାପଞ୍ଚାୟତକୁ ଦୃଷ୍ଟିରେ ରଖି ହରିୟାଣା ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି । କରନାଲ ସମେତ ଆଖପାଖ ୪ ଟି ଜିଲ୍ଲାର ଇଣ୍ଟରନେଟ ସେବା ବନ୍ଦ ରଖିଛନ୍ତି । ଯାହା ଆଜି ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାବାଦ ବ୍ୟାପକ ପୋଲିସ ବଳ ସମଗ୍ର ଅଞ୍ଚଳରେ ମୁତୟନ ହୋଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.