ETV Bharat / bharat

UP Farmers Protest: ଦିଲ୍ଲୀ ଯାଉଥିବା ଚାଷୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି, ଉପୁଜିଲା ଟ୍ରାଫିକ ସମସ୍ୟା

author img

By

Published : May 28, 2023, 6:43 PM IST

ଦିଲ୍ଲୀ ଜନ୍ତର ମନ୍ତରଠାରେ ଆନ୍ଦୋଳନରତ ମହିଳା କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ବାହାରିଲେ ଉତ୍ତର ପ୍ରଦେଶ ଚାଷୀ ୟୁନିଅନ । ପୋଲିସ ଅଟକାଇବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି ହୋଇଥିବା ସୂଚନା। ଅଧିକ ପଢନ୍ତୁ

UP Farmers Protest
UP Farmers Protest

ଲକ୍ଷ୍ନୌ: କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ବାହାରିଲେ ଉତ୍ତରପ୍ରଦେଶର ଚାଷୀ ଭାଇ । ରବିବାର ସେମାନେ ଦିଲ୍ଲୀ ଅଭିମୁଖେ ବାହାରିବା ବେଳେ ତାଙ୍କୁ ଛିଜାରସି ଟୋଲ ପ୍ଲାଜା ନିକଟରେ ଅଟକାଇଥିଲା ଉତ୍ତରପ୍ରଦେଶ ପୋଲିସ । ଏହି ସମୟରେ ଉଭୟ ଚାଷୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ରାସ୍ତାରେ ବଡ଼ ଟ୍ରାଫିକ ସମସ୍ୟା ଉପୁଜିଥିଲା । ହେଲେ ଚାଷୀ ନଶୁଣିବାରୁ ସେମାନଙ୍କୁ ଦିଲ୍ଲୀ ଯିବା ଲାଗି ପୋଲିସ ବାଧ୍ୟ ହୋଇ ଅନୁମତି ଦେଇଥିବା ଜଣାପଡ଼ିଛି ।

ସେପଟେ ହାପୁଡ ଓ ଏହାର ଆଖପାଖ ନିକଟ ଅମରୋହା, ବୁଲନ୍ଦସହରରୁ ଆସିଥିବା ଚାଷୀମାନେ ଛିଜାରସି ଟୋଲ୍‌ ପ୍ଲାଜା ନିକଟରେ ପହଞ୍ଚିଥିଲେ । ସେପଟେ ପୂର୍ବରୁ ବହୁ ସଂଖ୍ୟାରେ ପୋଲିସ କର୍ମୀ ସ୍ଥିତିକୁ ନିୟନ୍ତ୍ରଣକୁ ନେବା ଲାଗି ଉପସ୍ଥିତ ରହିଥିଲେ । ଧୋଲାନା ଏସଡିଏମ ଏବଂ ସିଓ ବରୁଣ ମିଶ୍ରା ଦିଲ୍ଲୀ ଅଭିମୁଖେ ବାହାରିଥିବା ଚାଷୀଙ୍କୁ ବୁଝାଇବା ଲାଗି ଉଦ୍ୟମ କରିଥିବା ବେଳେ ସେ ବିଫଳ ହୋଇଥିଲେ । ଏହାପରେ ଚାଷୀ ସମୂହ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲେ। ଏହାପରେ ଉକ୍ତ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଟୋଲ୍‌ ପ୍ଲାଜା ନିକଟରେ ଚାଷୀମାନେ ଧାରଣା ଦେଇଥିବା କାରଣରୁ ଶତାଧିକ ଗାଡ଼ି ଅଟକି ରହିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- Wrestlers Protest: ନୂଆ ସଂସଦ ଭବନ ଅଭିମୁଖେ ପଦଯାତ୍ରା କରୁଥିଲେ କୁସ୍ତିଯୋଦ୍ଧା, ଉଠାଇ ନେଲା ପୋଲିସ

ଟ୍ରାଫିକ ସମସ୍ୟା ଉପୁଜିବା ପରେ ପୋଲିସ ଚାଷୀମାନଙ୍କୁ ବୁଝାସୁଝା କରିବାକୁ ପୁଣି ଚେଷ୍ଟା କରିଥିଲା । ମାତ୍ର ଚାଷୀମାନେ କୌଣସି ବୁଝାମଣା କରିବାକୁ ପ୍ରସ୍ତୁତ ନଥିଲା । ଏହାପରେ ପୋଲିସ ବାଧ୍ୟ ହୋଇ ସେମାନଙ୍କୁ ଦିଲ୍ଲୀ ଯିବା ଲାଗି ଅନୁମତି ଦେଇଥିବା ଜଣାପଡ଼ିଛି । ଚାଷୀମାନେ ଧାରଣାସ୍ଥଳରୁ ହଟିବା ପରେ ଯାତାୟାତ ସ୍ବାଭାବିକ ହୋଇଛି । ଚାଷୀଙ୍କ ଧାରଣା ହଟିବା ପରେ ମଧ୍ୟ ଛିଜାରସି ଟୋଲ ପ୍ଲାଜା ନିକଟରେ ପୋଲିସ କର୍ମୀ ଉପସ୍ଥିତ ରହିଛନ୍ତି । ସେପଟେ ସେଠାରେ ବିଭିନ୍ନ ସ୍ଥାନରୁ ଆସୁଥିବା ଚାଷୀମାନଙ୍କୁ ବୁଝାସୁଝା କରି ନିଜ ଘରକୁ ପଠାଯାଉଛି ।

ଏନେଇ ସିଓ ବରୁଣ ମିଶ୍ରା କହିଛନ୍ତି, " ଛିଜାରସି ଟୋଲ ପ୍ଲାଜା ନିକଟରେ ଚାଷୀଙ୍କ ଏକ ଗାଡ଼ି ଦିଲ୍ଲୀ ଅଭିମୁଖେ ବାହାରିଥିଲା । ସେମାନଙ୍କୁ ଅଟକାଇ ପୋଲିସ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ହେଲେ ସେମାନେ ନ ବୁଝିବା ପରେ ପ୍ରାୟ 6ଟି ଗାଡିରେ ଆସିଥିବା ଚାଷୀଙ୍କୁ ଦିଲ୍ଲୀ ଯିବାକୁ ଅନୁମତି ଦିଆଯାଇଛି । ସେପଟେ 30ରୁ 35 ଜଣ ଚାଷୀଙ୍କୁ ବୁଝାସୁଝା କରାଇ ନିଜ ଘରକୁ ପଠାଯାଇଛି।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.