ETV Bharat / bharat

'ଆଇନକୁ ପ୍ରତ୍ୟାହାର ବ୍ୟତୀତ ବିକଳ୍ପ ବିଷୟରେ ଆଲୋଚନା କରନ୍ତୁ କୃଷକ'

author img

By

Published : Jan 17, 2021, 5:13 PM IST

କୃଷି ଆଇନକୁ ରଦ୍ଦ କରିବା ବ୍ୟତୀତ ଅନ୍ୟ ବିକଳ୍ପ ବିଷୟରେ କୃଷକ ମାନେ ଆଲୋଚନା କରନ୍ତୁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି । ଅଧିକ ପଢନ୍ତୁ...

Farmers discuss other options besides repealing the law
'ଆଇନକୁ ପ୍ରତ୍ୟାହାର ବ୍ୟତିତ ଅନ୍ୟ ବିକଳ୍ପ ବିଷୟରେ କୃଷକ ଆଲୋଚନା କରନ୍ତୁ'

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ ଜାରୀ ରହିଛି ଆନ୍ଦୋଳନ । ଦୀର୍ଘ 54 ଦିନ ଚାଲିଛି ଆନ୍ଦୋଳନ । କୃଷି ଆଇନକୁ ରଦ୍ଦ କରିବା ବ୍ୟତିତ ଅନ୍ୟ ବିକଳ୍ପ ବିଷୟରେ କୃଷକ ମାନେ ଆଲୋଚନା କରନ୍ତୁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ।

ଦେଶର ଅଧିକାଂଶ କୃଷି ବିଶେଷଜ୍ଞ ନୂତନ କୃଷି ଆଇନକୁ ସମର୍ଥନ କରୁଛନ୍ତି । ଏହି ଆଇନକୁ ସୁପ୍ରିମକୋର୍ଟ ରଦ୍ଦ କଲା ପରେ ଏହା ଆଉ ଲାଗୁ କରାଯିବ ନାହିଁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି । ଦୀର୍ଘଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନ ଜାରୀ ରଖିଛନ୍ତି । ସରକାର ନୂତନ କୃଷି ଆଇନରେ କିଛି ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ମାଗିଛନ୍ତି । କିନ୍ତୁ କୃଷକ ମାନେ ଏହି ରଦ୍ଦ କରିବା ବ୍ୟତୀତ ଆଉ କୌଣସି ବିକଳ୍ପ ପ୍ରଦାନ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୃଷକଙ୍କ ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧି ନବମ ପର୍ଯ୍ୟାୟ ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି କିନ୍ତୁ କୌଣସି ନିଷ୍କର୍ସ ବାହାରିନାହିଁ । ଆସନ୍ତା 19 ତାରିଖରେ ଦଶମ ପର୍ଯ୍ୟାୟ ଆଲୋଚନା କରିବେ ।

ସୂଚନାଥାଉକି କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି କୃଷି ବିଲ ଯଥା କୃଷକ ସଶକ୍ତିକରଣ ଏବଂ ସୁରକ୍ଷା ଚୁକ୍ତିନାମା, କୃଷି ସେବା ଆଇନ, 2020 । କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ ପଦୋନ୍ନତି ଏବଂ ସୁବିଧା ଅଧିନିୟମ, 2020 ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଅଧିନିୟମ, 2020 । ଏହି ଆଇନ ଗୁଡିକ ରଦ୍ଦ କରିବା ପାଇଁ କୃଷକ ମାନେ ଆନ୍ଦୋଳନ କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.