ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଏକ ଅଟୋ ଯୋଗେ ଛେଳିପଲ ନେଇ ଥାନାରେ ପହଞ୍ଚିଛନ୍ତି କୃଷକ। ସୂଚନା ଅନୁସାରେ, ସାଢ ଥାନା ଅଧୀନ ଭିତରଗାଁ ସ୍ଥିତ ଗୌରୀକକରା ଅଞ୍ଚଳରେ ଥିବା ଏକ କ୍ଷେତରେ ଛେଳିମାନେ ପଶି ଫସଲ ନଷ୍ଟ କରିଥିଲେ । ଯାହା ଦେଖିବା ପରେ ଜମି ମାଲିକ ରାଗି ଯାଇ ସେହି ଛେଳିପଲକୁ ନେଇ ଥାନାରେ ହାଜର ହେବା ସହ ଛେଳି ମାଲିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଛେଳି ମାଲିକଙ୍କୁ ଥାନାକୁ ଡକାଇଥିଲା ପୋଲିସ । ଏହାପରେ ଉଭୟଙ୍କ ମଧ୍ୟରେ ପୋଲିସ ଆପୋଷ ବୁଝାମଣା କରିଥିବା ଜଣାପଡିଛି ।
ଏସଏଆଇ ପ୍ରମୋଦ କୁମାରଙ୍କ ସୂଚନା ଅନୁଯାୟୀ, "କୃଷକ ଶୈଳେନ୍ଦ୍ର ନିଷାଦ ଅଭିଯୋଗପତ୍ର ଆଣି ଥାନାରେ ପହଞ୍ଚିଥିଲେ । ତାଙ୍କ ସହ ଛେଳିପଲକୁ ଆଣି ଆସିଥିବା ଦେଖି ଥାନା ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ପୋଲିସ ଶୈଳେନ୍ଦ୍ରଙ୍କଠାରୁ ସବୁ କଥା ଶୁଣିବା ପରେ ଅଭିଯୋଗ ଗ୍ରହଣ କରାଯାଇଥିଲା ।" ଅଭିଯୋଗ ଆଧାରରେ ଛେଳି ମାଲିକଙ୍କୁ ଥାନାକୁ ଡକାଇଥିଲା ପୋଲିସ । ଭୁଲ ସ୍ବୀକାର କରିବା ସହ ଭବିଷ୍ୟତରେ ଏଭଳି ଘଟଣା କିଭଳି ନଘଟିବ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିବା ପରେ ପୋଲିସ ଛେଳି ମାଲିକଙ୍କୁ ଛାଡି ଦେଇଥିବା ଜଣାପଡିଛି ।
ଏହା ବି ପଢନ୍ତୁ...3ମାସ ଧରି ଥାନାରେ 2ଟି ଛେଳି, ସେବା ଯତ୍ନ କରୁଛି ପୋଲିସ
ଏହା ବି ପଢନ୍ତୁ...ଛେଳି ପାଇଁ ଟ୍ରେନ ଟିକେଟ କାଟିଲେ ମହିଳା, ସଚ୍ଚୋଟତାର ପରିଚୟ ଦେଇ କିଣିଲେ ମନ
ଏନେଇ ଅଭିଯୋଗକାରୀ କୃଷକ ଶୈଳେନ୍ଦ୍ର ନିଷାଦ କହିଛନ୍ତି, "ଗୌରୀକକରା ଗାଁରେଏକ ଚାଷଜମି ରହିଛି । ଯେଉଁଥିରେ ମୁଁ ଗେଣ୍ଡୁ (Marie Gold) ଚାଷ କରିଥିଲି । ହେଲେ ଲଗାତାର ୧୦ ଦିନ ଧରି ଛେଳିମାନେ ପଶି ଚରିଯାଉଛନ୍ତି । ଫଳରେ ବ୍ୟାପକ ଫସଲ ନଷ୍ଟ ହେଉଛି । ମଙ୍ଗଳବାର ଯେତେବେଳେ ମୁଁ ଚାଷଜମିରେ ଛେଳି ଚରୁଥିବାର ଦେଖିଥିଲି ସେହି ସମୟପରେ ମତେ ପ୍ରବଳ ରାଗ ଲାଗିଥିଲା । ତେଣୁ ମୁଁ ସମସ୍ତ ଛେଳିଙ୍କୁ ଅଟୋରେ ଆଣି ସିଧା ଥାନାରେ ପହଞ୍ଚିଥିଲି । " ଏପରିକି ଛେଳି ମାଲିକଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ କରିଥିବା କଥା ମଧ୍ୟ ସେ କହିଛନ୍ତି । ହେଲେ ପୋଲିସ ଛେଳି ମାଲିକଙ୍କୁ ଥାନାକୁ ଡକାଇ ପଚରାଉଚରା କରିବା ପରେ ଆପୋଷ ବୁଝାମଣା କରି ଛାଡିଦେଇଥିବା ପ୍ରକାଶ କରିଛନ୍ତି ଶୈଳେନ୍ଦ୍ର ନିଷାଦ । ତେବେ ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।