ETV Bharat / bharat

ପଞ୍ଜାବ କଂଗ୍ରେସ ଦୁଇ ଫାଳ; ରାହୁଲ-ପ୍ରିୟଙ୍କାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ଅମରିନ୍ଦର - Farmer Punjab cm Amarinder singh

ଇସ୍ତଫା ଦେବାର କିଛି ଦିନ ପରେ ଦଳ ଓ ଦଳୀୟ ନେତାଙ୍କ ବିରୋଧରେ ମନଖୋଲି ବର୍ଷିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ । ବୁଧବାର ଗଣମାଧ୍ୟମରେ ଅନେକ କଥା କହିଛନ୍ତି କ୍ୟାପ୍ଟେନ । ଅଧିକ ପଢନ୍ତୁ...

Farmer Punjab cm Amarinder singh
Farmer Punjab cm Amarinder singh
author img

By

Published : Sep 22, 2021, 8:19 PM IST

ଚଣ୍ଡିଗଡ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଦିନ ପରେ ଦଳ ଓ ଦଳୀୟ ନେତାଙ୍କ ବିରୋଧରେ ମନଖୋଲି ବର୍ଷିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ। ଆଜି (ବୁଧବାର) ଗଣମାଧ୍ୟମରେ ଅନେକ କଥା କହିଛନ୍ତି କ୍ୟାପ୍ଟେନ । ସିଧା ସିଧା ଦଳୀୟ ନେତା ଓ ରାଜ୍ୟ କଂଗ୍ରେସ ସଭାପତିଙ୍କ ବିରୋଧରେ ଦେଇଛନ୍ତି ଯୁଦ୍ଧଂ ଦେହି ଡାକରା ।

ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଘୋଷଣା କରିଛନ୍ତି ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ବିରୋଧରେ ଦେବେ ସମାନ୍ତରାଳ ପ୍ରାର୍ଥି । ଏହାସହ କହିଛନ୍ତି କୌଣସି ସ୍ଥିତିରେ ସିଦ୍ଧୁଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଦେବେ ନାହିଁ । କାରଣ ସିଦ୍ଧୁ ଜାତୀୟ ସୁରକ୍ଷା ପାଇଁ ବିପଦ । କ୍ୟାପ୍ଟେନ ଆହୁରି କହିଛନ୍ତି , ସିଦ୍ଧୁ କେବଳ ପଞ୍ଜାବ ପାଇଁ ନୁହେଁ ସାରା ଦେଶ ପାଇଁ ବିପଦ । ସେ ୩ ସପ୍ତାହ ପୂର୍ବରୁ ପଦ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସୋନିଆ ଗାନ୍ଧୀଙ୍କ ପରାମର୍ଶରେ ସେ ଥିଲେ । ହେଲେ ସମସ୍ୟା ସମାଧାନ ନହେବା ପରେ ପଦ ଛାଡିବାକୁ ବାଧ୍ୟ ହେଲେ ।

କ୍ୟାପ୍ଟେନ ଖାଲି ସିଦ୍ଧୁଙ୍କୁ ଟାର୍ଗେଟ କରିନାହାଁନ୍ତି । ଜାତୀୟ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ଅଜୟ ମାକେନ ରଣଦୀପ ସୂର୍ଯ୍ୟେୱାଲା ଓ ହରିଶ ରାୱତଙ୍କ ବିରୋଧରେ ମଧ୍ୟ ବର୍ଷିଛନ୍ତି । ସେହିପରି ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ତାଙ୍କ ପାଖରେ କୌଣସି ପ୍ରଶାସନିକ ଅନୁଭବ ନାହିଁ । କିଭଳି ସମ୍ଭାଳିବେ ଗୃହ ବିଭାଗ । କାରଣ ଶତ୍ରୁ ପାକିସ୍ତାନ ସହ ପଞ୍ଜାବର ୬ ଶହ କିମି ସୀମା ସଂଲଗ୍ନ ରହିଛି । ଏପରି ସ୍ଥଳେ ରାଜ୍ୟର ସୁରକ୍ଷା ଚିନ୍ତାଜନକ ବୋଲି କ୍ୟାପ୍ଟେନ କହିଛନ୍ତି ।

ସେହିଭଳି ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଛାଡି ନାହାଁନ୍ତି କ୍ୟାପ୍ଟେନ । ଉଭୟ ରାଜନୀତିରେ ଅନୁଭବହୀନ । କୌଣସି ଅଭିଜ୍ଞତା ନାହିଁ । ଉଭୟଙ୍କ ପରାମର୍ଶଦାତା ସେମାନଙ୍କୁ ଭୁଲ ପରାମର୍ଶ ଦେଉଛନ୍ତି ବୋଲି କହିଛନ୍ତି ଅମରିନ୍ଦର ।

ଅନ୍ୟପଟେ ନିଜର ଭବିଷ୍ୟତ ରାଜନୀତି ଓ ଆଗାମୀ ନିର୍ବାଚନକୁ ନେଇ କ୍ୟାପ୍ଟେନ ପାଗ ଭିଡିଛନ୍ତି । କହିଛନ୍ତି ମୁଁ ଜଣେ ସିପାହୀ, ମତେ ଜଣା ଅଛି କେଉଁ କାମ କେମିତି କରାଯାଏ । ୭ ଥର ବିଧାନସଭା ୨ ଥର ଲୋକସଭା ଯାଇଛି । ମୁଁ ହାରିବା ଲୋକ ନୁହେଁ । ଆଗାମୀ ଦିନରେ ପଞ୍ଜାବ ପାଇଁ ଲଢେଇ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.