ETV Bharat / bharat

Farm Laws Repeal Bill: ଆଇନ ପ୍ରତ୍ୟାହାର ପରେ MSP ଦାବି ଜୋରଦାର କରିବ କିଷାନ ମୋର୍ଚ୍ଚା

author img

By

Published : Nov 29, 2021, 7:52 PM IST

କୃଷି ଆଇନ ହଟିବା (Farm Laws Repeal ) ପରେ ମଧ୍ୟ ଆନ୍ଦୋଳନ ବନ୍ଦ କରିବା ଲକ୍ଷ୍ୟରେ ନାହିଁ ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) । MSP ଗ୍ୟାରେଣ୍ଟି ଦାବି ନେଇ ବଳବତ୍ତର ରହିପାରେ ଆନ୍ଦୋଳନ । ଡିସେମ୍ବର ପହିଲାରେ ହେବାକୁ ଥିବା ବୈଠକରେ ହେବ ଚୂଡାନ୍ତ ନିଷ୍ପତ୍ତି ନେବ ମୋର୍ଚ୍ଚା । ଅଧିକ ପଢନ୍ତୁ

Farm Laws Repeal Bill: ଆଇନ ପ୍ରତ୍ୟାହାର ପରେ MSP ଦାବି ଜୋରଦାର କରିବ କିଷାନ ମୋର୍ଚ୍ଚା
Farm Laws Repeal Bill: ଆଇନ ପ୍ରତ୍ୟାହାର ପରେ MSP ଦାବି ଜୋରଦାର କରିବ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ: ସଂସଦରେ ବିିଧିବଦ୍ଧ ଭାବେ କୃଷି ଆଇନ ପ୍ରତ୍ୟାହାର (Farm Laws Repeal ) ହେବା ପରେ ଦୀର୍ଘ ଏକ ବର୍ଷ ଧରି ଆନ୍ଦୋଳନ କରିଆସୁଥିବା କୃଷକମାନେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏହା ପରେ ମଧ୍ୟ କୃଷକ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି । ରାକେଶ ଟିକାୟତଙ୍କ ପରି ବଡ କୃଷକ ନେତାମାନେ MSP ଅର୍ଥାତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଗ୍ୟାରେଣ୍ଟି ଆଇନ ପରି ଗୁରୁତ୍ୱପୂର୍ଣ୍ଣ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଯୋଜନା କରୁଥିବା ସୂଚନା ମିଳିଛି ।

ବିବାଦୀୟ ଆଇନ ପ୍ରତ୍ୟାହାର ହେବା ପରେ ଆନ୍ଦୋଳନ ବନ୍ଦ କରି ଘରକୁ ଫେରିବାକୁ କୃଷକଙ୍କୁ ପ୍ରଧାନମନ୍ତ୍ରୀ ଓ କୃଷିମନ୍ତ୍ରୀ ନିବେଦନ କରିସାରି ଥିବାବେଳେ କୃଷକମାନେ ଧାରଣା ଜାରି ରଖିବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ନିରନ୍ତର ବିଚାର ମଧ୍ୟ ଜାରି ରଖିଛନ୍ତି । ଆଗାମୀ ରଣନୀତି ସ୍ଥିର କରିବାକୁ ଡିସେମ୍ବର ପହିଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚା (SKM)ର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆଇନ ପ୍ରତ୍ୟାହାର ହେବା ପରେ ଏହି ବୈଠକରେ କିଷାନ ଆନ୍ଦୋଳନର ଗତି ନେଇ କିଛି ବଡ ନିର୍ଣ୍ଣୟ ଆସିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ଆଜି ସଂସଦରେ ଆଇନ ପ୍ରତ୍ୟାହାର ମଧ୍ୟରେ ସିଙ୍ଘୁ ସୀମାରେ ପଞ୍ଜାବର 32ଟି କୃଷକ ସଂଗଠନର କର୍ମକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- Farm Laws Repeal Bill passed: ୭୫୦ ଚାଷୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି କହିଲେ ଟିକାୟତ

ସୂଚନାନୁସାରେ, ପଞ୍ଜାବର କିଛି କୃଷକ ସଂଗଠନ କୃଷି ଆଇନ ପ୍ରତ୍ୟାହାର ପରେ ଆନ୍ଦୋଳନକୁ ଏହିଠାରେ ହିଁ ଶେଷ କରିବାକୁ ଚାହୁଁଥିବାବେଳେ ଅନ୍ୟ କିଛି ସଂଗଠନ MSP ଆକ୍ଟ ସମେତ ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ସପକ୍ଷରେ ଅଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ନିର୍ଣ୍ଣୟରେ ସହମତି ଆଣିବା ନେଇ ପ୍ରୟାସ ଜାରି ରହିଛି । ତେବେ ଡିସେମ୍ବର ପହିଲାରେ ହେବାକୁ ଥିବା ବୈଠକରେ ଚୂଡାନ୍ତ ନିର୍ଣ୍ଣୟ ଆସିପାରେ ବୋଲି ଅନୁମାନ କରାଯାଉଛି ।

୧୦ ଦିନ ପୂର୍ବେ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ ହିଁ ଏହି ଆନ୍ଦୋଳନ ସାମାନ୍ୟ ଶାନ୍ତ ପଡିଥିଲା । ତେବେ ଆନୁଷ୍ଠାନିକ ଭାବେ ଗୃହରେ ଆଇନକୁ ରଦ୍ଧ ନ କରିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ କହିଥିଲା କୃଷକ ମୋର୍ଚ୍ଚା । ଆଜି ସଂସଦରେ ଏହି ବିବାଦୀୟ ଆଇନ ପ୍ରତ୍ୟାହାର ହେବା ପରେ କୃଷକଙ୍କ ଆଗାମୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.