ଲକ୍ଷ୍ନୌ: ପାଣି ଟାଙ୍କିରେ ଚଢି ସପରିବାର ଦେଲେ ଆତ୍ମହତ୍ୟା ଧମକ । ଉତ୍ତର ପ୍ରଦେଶ ପ୍ରୟାଗରାଜର ହରୋଦଇରେ ଦୋଷୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଦାବି କରି ଆତ୍ମହତ୍ୟାର ଧମକ ଦେଇଛନ୍ତି ସପରିବାର ।
ସୂଚନା ଅନୁଯାୟୀ ପ୍ରୟାଗରାଜ ହରୋଦଇରେ ଏକ ପରିବାରର ସମ୍ପତ୍ତି ଓ ଘର ଜରଜବରଦସ୍ତ ଦଖଲ କରି ନେଇଛନ୍ତି କିଛି ଗ୍ରାମବାସୀ । ଏହାକୁ ବିରୋଧ କରି ସେମାନେ ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ କିନ୍ତୁ ତାଙ୍କୁ ନ୍ୟାୟ ମିଳିନାହିଁ । ଦୋଷୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ପାଣି ଟ୍ୟାଙ୍କିର ଶୀର୍ଷରେ ଚଢି ଆତ୍ମହତ୍ୟା ଧମକ ଦେଇଛନ୍ତି । ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିଶୃତି ଦେଇଛି ।
@ANI