ETV Bharat / bharat

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତିଥ୍ୟ, ଶାଶୁ ପରସିଲେ ୩୭୯ ପ୍ରକାରର ଖାଦ୍ୟ

author img

By

Published : Jan 17, 2023, 10:09 PM IST

ଶ୍ବଶୁର ଘରକୁ ଆସିଥିବା ବେଳେ ଜ୍ବାଇଁଙ୍କୁ ୩୭୯ ପ୍ରକାର ଖାଦ୍ୟ ପରସିଲେ ଶାଶୁ । ଆଶ୍ଚର୍ଯ୍ୟ ହୋଇଗଲେ ଜ୍ବାଇଁ । ଅଧିକ ପଢନ୍ତୁ

family serves son in law 379 food items
ଶ୍ବଶୁର ଘରେ ଜ୍ବାଇଁଙ୍କ ଆତିଥ୍ୟ
ଶ୍ବଶୁର ଘରେ ଜ୍ବାଇଁଙ୍କ ଆତିଥ୍ୟ

ଅମରାବତୀ: ସାଧାରଣତଃ ଝିଅର ବିବାହ ପରେ ଜ୍ବାଇଁ ଡାକରା ହୋଇଥାଏ । ବିବାହର କିଛି ଦିନ ପରେ ଝିଅ ସହ ଜ୍ବାଇଁ ଶ୍ବଶୁର ଘରକୁ ଆସିଥାନ୍ତି । ବିବାହ ପରେ ପ୍ରଥମ ଥର ଘରକୁ ଜ୍ବାଇଁ ଆସିବା ନେଇ ଝିଅଘର ପରିବାର ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥାଏ । ଜ୍ବାଇଁ ଆସିବେ କେମିତି, ତାଙ୍କୁ କିପରି ସ୍ବାଗତ କରାଯିବ, ସେ କଣ ଖାଇବେ ସେନେଇ ପୂର୍ବରୁ ପ୍ରସ୍ତୁତି ହୋଇଥାଏ । ଜ୍ବାଇଁଙ୍କ ଆତିଥ୍ୟରେ ଯେମିତି କିଛି ବି କମି ନରହିବ ତାକୁ ଗୁରୁତ୍ବ ଦେଇଥାନ୍ତି ଶ୍ବଶୁର ଘର ଲୋକେ । ଜ୍ବାଇଁ ଘରକୁ ଆସିଥିବା ବେଳେ ତାଙ୍କୁ ୩୭୯ ପ୍ରକାର ଖାଦ୍ୟ ପରସିଛନ୍ତି ଶାଶୁ । ଯାହାର ଭିଡିଓ ଫଟୋ ଏବେ ସାମ୍ନାକୁ ଆସିଛି ।

ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର ଇଲୁରି ସହରର ଭିମ ରାଓ ଓ ଚନ୍ଦ୍ର ଲିଳା ତାଙ୍କ ଝିଅକୁ ଗତ ଏପ୍ରିଲ ମାସରେ ଅଲକପଲ୍ଲିର ମୁରଲିଙ୍କ ସହ ବିବାହ ଦେଇଥିଲେ । ମକର ସଂକ୍ରନ୍ତି ଦିନ ଉଭୟ ଝିଅ ଓ ଜ୍ବାଇଁ ଘରକୁ ଆସିବା ପରେ ଶାଶୁ ଜ୍ବାଇଁଙ୍କ ପାଇଁ ୩୭୯ ପ୍ରକାରର ଖାଦ୍ୟ ପରସି ଦେଇଥିଲେ । ଯାହା ଦେଖି ଜ୍ବାଇଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମିଠା, କୋଲ ଡ୍ରିକ୍ସ, ବ୍ୟଞ୍ଜନ, ଫଳ ପରି ଏମିତି କେତେ କଣ ଖାଦ୍ୟ ପରସା ଯାଇଥିଲା ଜ୍ବାଇଁଙ୍କୁ । ତେବେ ଡାଇନିଂରେ ପରସା ଯାଇଥିବା ସମସ୍ତ ଖାଦ୍ୟକୁ ଉଭୟ ଶାଶୁ ଓ ଶ୍ବଶୁର ଜ୍ବାଇଁ ଝିଅଙ୍କୁ ଖୁଆଇ ଦେଇଥିଲେ ।

ଏନେଇ ଶାଶୁ ଶ୍ୱଶୁ ର ଦମ୍ପତି କହିଛନ୍ତି, ''ଗୋଦାବରୀ ଜିଲ୍ଲା ହେଉଛି ସଂସ୍କୃତି ଓ ପରମ୍ପରାର ଏକ ଘର , ଏଠାରେ ଆତିଥ୍ୟ ସମୟରେ ଆମେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥାଉ । ବିଶେଷ କରି ଘରକୁ ଜ୍ବାଇଁ ଆସିଲେ ଆମେ ବହୁ ପ୍ରକାରର ଖାଦ୍ୟ ତିଆରି କରି ପରସି ଥାଉ । ଆତିଥ୍ୟରେ ଯେମିତି ଜ୍ବାଇଁ ଖୁସି ହେବେ ସେଥି ପାଇଁ ଆମେ ସମସ୍ତ ବ୍ୟବସ୍ଥା କରିଥାଉ । ଜ୍ବାଇଁ ଙ୍କୁ ୩୭୯ ପ୍ରକାର ଖାଦ୍ୟ ପରସା ଯିବାପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।''

ଏନେଇ ଜ୍ବାଇଁ କହିଥିଲେ, ''ମୁଁ ସମସ୍ତ ଖାଦ୍ୟ ଚାଖିଥିଲି । ପ୍ରତି ଖାଦ୍ୟର ସ୍ବାଦ ଭିନ୍ନ ଭିନ୍ନ ଥିଲା । ଏହା ଏକ ଭିନ୍ନ ଅନୁଭୁତି ମୋ ପାଇଁ । ଶ୍ବଶୁର ଘରର ପରମ୍ପରା ସବୁଠାରୁ ଭିନ୍ନ । ଏପରି ଆତିଥ୍ୟ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.