ETV Bharat / bharat

Honor Killing: ପ୍ରେମିକ ସହ କଥା ହେବାରୁ ନାବାଳିବାକୁ ହତ୍ୟା କଲେ ପରିବାର ଲୋକେ

author img

By ETV Bharat Odisha Team

Published : Aug 26, 2023, 10:53 PM IST

ନାବାଳିକାଙ୍କୁ କୁରାଢ଼ୀରେ ହାଣି ହତ୍ୟାକଲେ ନିଜ ପରିବାର ଲୋକ। ପ୍ରେମିକ ସହ ମୋବାଇଲରେ କଥା ହୋବ ପଡି଼ଲା ଭାରି। ଅଧିକ ପଢ଼ନ୍ତୁ

ନାବାଳିବାକୁ ହତ୍ୟା କଲେ ପରିବାର ଲୋକେ
ନାବାଳିବାକୁ ହତ୍ୟା କଲେ ପରିବାର ଲୋକେ

ଲକ୍ଷ୍ନୌ: ପ୍ରେମିକ ସହ ମୋବାଇଲରେ କଥା ହେବ ପଡି଼ଲା ଭାରି। ପରିବାର ଆଗରେ ଧରା ପଡ଼ିବା ପରେ ନାବାଳିକାଙ୍କୁ କୁରାଢ଼ୀରେ ହାଣି ହତ୍ୟାକଲେ ନିଜ ପରିବାର ଲୋକ। ଘଟଣା ବିଷୟରେ ଜଣା ପଡିବା ପେର ପୋଲିସ ପହଞ୍ଚି ଯୁବତୀଙ୍କ ଭାଇ ସମେତ ତିନି ଜଣଙ୍କୁ ଗିରଫ କରିଛି। ତେବେ ଏଭଳି ଏକ ଅନରକିଲିଂ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କୌଶମ୍ବି ଜିଲ୍ଲାରେ।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶ କୌଶମ୍ବି ଜିଲ୍ଲା ସରାୟ ଥାନା ଅଞ୍ଚଳର ଏକ ଗାଁରେ ରହୁଥିବା 17 ବର୍ଷିୟ ନାବାଳିକାଙ୍କର ପଡୋଶୀ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ପ୍ରୟତଃ ଦୁଇଜଣ ଉଭୟ ଉଭୟଙ୍କୁ ଦେଖା ହେବା ସହ ମୋବାଇଲରେ କଥା ହେଉଥିଲେ। ତେବେ ପ୍ରେମିକ ଜଣକ ଅନ୍ୟ ସମ୍ପ୍ରଦାୟର ଥିଲେ। ଉଭୟଙ୍କ ପରିବାର ଲୋକ ଦୁଇଜଣଙ୍କ ସମ୍ପର୍କ ବିସୟରେ ଜାଣିବା ପରେ ସେମାନଙ୍କୁ କଥା ହେବା ପାଇଁ ବିରୋଦ୍ଧ କରିଥିଲେ। ତଥାପି ଦୁହେଁ ପରିବାର ଠାରୁ ଲୁଚିଛପି ମୋବାଇଲରେ କଥା ହେଉଥିଲେ।

ଏହା ମଧ୍ୟ ପଢ଼ନ୍ତୁ...ଭାଣିଜୀକୁ ହତ୍ୟା କରିବା ଅଭିଯୋଗରେ ବନ୍ଧା ହେଲା କଂସ ମାମୁ

ତେବେ ଶନିବାର ନାବାଳିକା ଯୁବତୀ ଜଣଙ୍କ ମଧ୍ୟ ନିଜ ପ୍ରେମିକ ସହ କଥା ହେଉଥିଲେ। ଏହି ସମୟରେ ନାବାଳିକାଙ୍କ ବାପା ମାଆ ତାଙ୍କୁ କଥା ହେବାର ଦେଖି ଦେଇଥିଲେ। ତେବେ ଏହାକୁ ନେଇ ଘରେ ଝଗଡ଼ା ଆରମ୍ଭ ହୋଇଥିଲା। ତେବେ ଝଗଡାରେ ଉତ୍‌ଖୀପ୍ତ ହୋଇ ନାବାଳିକାଙ୍କ ବାପା ଓ ଦୁଇ ଭାଇ ମିଶି ଯୁବତୀଙ୍କୁ ଏକ କୁରାଢ଼ିରେ ଆକ୍ରମଣ କରିଥିଲେ। ତେବେ ଘଟଣାସ୍ଥଳରେ ହିଁ ନାବାଳିକାର ମୃତ୍ୟୁ ହୋଇଥିଲା।

ତେବେ ଏହାକୁ ନେଇ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ଜିଲ୍ଲା ଅଧିକାରୀ ସୁରଜ କୁମାର, ପୋଲିସ ଅଧିକ୍ଷକ ବ୍ରୁଜେଶ କୁମାର ଶ୍ରୀବାସ୍ତବ ପୋଲିସ ଫୋର୍ସ ସହ ଗାଁରେ ପହଞ୍ଚି ଥିଲେ। ଏହାସହ ଫରେନ୍ସିକ ଟିମକୁ ମଧ୍ୟ ଡକାଯାଇଥିଲା। ତେବେ ପୋଲିସ ମାମଲା ରୁଜୁ କରି ନାବାଳିକାଙ୍କ ବାପା ମନରାଖନ ଏବଂ ଦୁଇଭାଇ ଘନଶ୍ୟାମ ଓ ରାଧେଶ୍ୟାମକୁ ଗିରଫ କରିଛି । ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ପୂର୍ବରୁ ଭୁବନେଶ୍ବରରେ ମଧ୍ୟ ମାମୁଙ୍କ କଥା ନଶୁଣିବାରୁ କାଠଫାଳିଆରେ ଭାଣେଜୀକୁ ଆକ୍ରମଣ କରିଥିଲା ମାମୁ। ତେବେ ଆକ୍ରମଣ ପରେ ଘଟଣା ସ୍ଥଳରେ ହିଁ ଭାଣେଜୀର ମୃତ୍ୟୁ ହୋଇଥିଲା। ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତ ଦେହକୁ ଏକ ଶୌଚାଳୟରେ ଫିଙ୍ଗି ଦେଇଥିଲେ ନୃଶଂସ ମାମୁ । ଏହି ଘଟଣାର ଦୁଇଦିନ ପରେ ପୋଲିସ ମୃତ ଦେହକୁ ଜବତ କରି ଅଭିଯୁକ୍ତ ମାମୁକୁ ଗିରଫ କରିଥିଲା ପୋଲିସ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.