ETV Bharat / bharat

ପ୍ରେମିକାକୁ ପଟେଇବା ପାଇଁ ନକଲି IPS ବନିଥିଲେ ପ୍ରେମିକ, ଆଉ ତାପରେ...

author img

By

Published : Oct 28, 2021, 12:19 PM IST

ପ୍ରେମିକାକୁ ଇମ୍ପ୍ରେସ କରିବା ଲାଗି ନକଲି IPS ଅଫିସର ବନିଥିଲେ ଯୁବକ । IPS ବର୍ଦ୍ଦିର ରୁବାବ୍ ଦେଖାଇ ପାଉଥିଲେ ସରକାରୀ ସେବା । ନିଜ ସୁରକ୍ଷା ପାଇଁ କନେଷ୍ଟବଳ ପଠାଇବାକୁ ଡିମାଣ୍ଡ କରିବା ପରେ ଫିଟିଗଲା ଗୁମର। ଅଧିକ ପଢନ୍ତୁ...

ପ୍ରେମିକାକୁ ଇମ୍ପ୍ରେସ ପାଇଁ ନକଲି IPS ବନିଥିଲେ ପ୍ରେମିକ, ଜାଣନ୍ତୁ କ'ଣ ହେଲା...

ଡେରାଡୁନ: ପ୍ରେମିକାକୁ ଇମ୍ପ୍ରେସ କରିବା ଲାଗି ନକଲି IPS ସାଜିଥିଲେ ପ୍ରେମିକ । ମୁମ୍ବାଇରୁ ଆସି ଉତ୍ତରାଖଣ୍ଡ ହରିଦ୍ବାରରେ ବୁଲିଥିଲେ ପ୍ରେମୀଯୁଗଳ । ସରକାରୀ ଖର୍ଚ୍ଚରେ ଚାଲିଥିଲା ମଉଜ ମଜଲିସ । IPS ବର୍ଦ୍ଦିର ରୁବାଦ୍ ଦେଖାଇ ପ୍ରେମିକା ଠାରେ ନିଜର ଇମ୍ପ୍ରେସନ ଜମାଉଥିଲେ ନକଲି ଅଫିସର । ସେତିକିରେ ମନ ମାନିଲାନି ଯେ ନିଜର ଅଧିକ ପାୱାର ଦେଖାଇବାକୁ ଯାଇ ତାଙ୍କ ସୁରକ୍ଷା ପାଇଁ ପୋଲିସ ଠାରୁ ସୁରକ୍ଷାକର୍ମୀ ନିୟୋଜିତ କରିବାକୁ ଡିମାଣ୍ଡ କରିଥିଲେ । ହେଲେ ସୁରକ୍ଷାକର୍ମୀ ଡିମାଣ୍ଡ କରିବା ନକଲି IPSଙ୍କ ପାଇଁ ପଡିଗଲା ମହଙ୍ଗା । ଗର୍ଲଫ୍ରେଣ୍ଡକୁ ଇମ୍ପ୍ରେସ କରିବାକୁ ଯାଇ ଏଭଳି ନାଟକ ରଚିଥିବା ଜଣେ ଯୁବକଙ୍କୁ ହରିଦ୍ବାରରୁ ଗିରଫ କରିଛି ପୋଲିସ ।

ଯୁବକଙ୍କ ନାମ ସାଗର ବାଘମାରେ । ସେ ଜଣେ UPSC ଆଶାୟୀ ଅଟନ୍ତି । ଗତ ଦୁଇ ଦିନ ହେଲା ସାଗର ମୁମ୍ବାଇରୁ ହରିଦ୍ବାର ବୁଲିବାକୁ ଆସିଥିଲେ । ହରିଦ୍ବାରରେ ପହଞ୍ଚି ସବୁଠି ନିଜକୁ 2018 ବ୍ୟାଚର IPS ଅଫିସର ବୋଲି ପରିଚୟ ଦେବା ସଙ୍ଗେ ସଙ୍ଗେ IPS ଅନ୍ଦାଜରେ ସରକାରୀ ସେବାର ବ୍ୟବହାର କରିଥିଲେ । ନିଜକୁ IPS କହି ବନ୍ଧୁଙ୍କ ପାଇଁ ଗେଷ୍ଟ ହାଉସର ବନ୍ଦୋବସ୍ତ କରିବାକୁ ମଧ୍ୟ କହିଥିଲେ ଏବଂ ଥାନାରୁ ଏକ କନେଷ୍ଟବଳ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ହେଲେ ଯୁବକଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା । ଯାହାପରେ ଯାଞ୍ଚରୁ ସେ ନକଲି IPS ଅଫିସର ବୋଲି ଜଣାପଡିଥିଲା । ବର୍ତ୍ତମାନ ସମ୍ପୃକ୍ତ ଯୁବକକୁ ଗିରଫ କରାଯାଇଛି ଏବଂ ସେ ମଧ୍ୟ ନିଜ ଦୋଷ ସ୍ବୀକାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.