ETV Bharat / bharat

ଭୂତ ନାଁରେ ମେଡିସିନ ବିଲ! ତଦନ୍ତ ପରେ ସାମନାକୁ ଆସିଲା ସତ - ଭୂତ ନାଁରେ ମେଡିସିନ ବିଲ

ଭୂତ ନାଁରେ କଟାଯାଉଛି ଔଷଧ ବିଲ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ପଶ୍ଚିମବଙ୍ଗର ଜଲପାଇଗୁରି ଜିଲ୍ଲାରୁ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି । ଏକ ବର୍ଷ ଧରି ଜଣେ ମୃତକଙ୍କ ନାମରେ ଡାକ୍ତରଖାନାରେ ଔଷଧ ବିଲ କଟାଯାଉଛି । ଅଧିକ ପଢ଼ନ୍ତୁ

Fake dialysis bills submitted in the name of deceased patient for a year in west bengal
ଭୂତ ନାଁରେ ମେଡିସିନ ବିଲ! ତଦନ୍ତ ପରେ ସାମନାକୁ ଆସିଲା ସତ
author img

By

Published : May 29, 2022, 9:39 PM IST

କୋଲକାତା: ଭୂତ ନାଁରେ କଟାଯାଉଛି ଔଷଧ ବିଲ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ପଶ୍ଚିମବଙ୍ଗର ଜଲପାଇଗୁରି ଜିଲ୍ଲାରୁ ଏଭଳି ଅଭବାନୀୟ ଘଟଣା ସାମନାକୁ ଆସିଛି । ଏକ ବର୍ଷ ଧରି ଜଣେ ମୃତକଙ୍କ ନାମରେ ଡାକ୍ତରଖାନାରେ ଔଷଧ ବିଲ କଟାଯାଉଛି ।

ସୁବାଷ ଉନ୍ନୟନ ପଲ୍ଲୀ ଅଞ୍ଚଳର ଜଣେ ପୋଲିସ କର୍ମଚାରୀ ବାହାଦୁର ବିଶ୍ବକର୍ମା ଗତ ୨୩ ଜୁନ ୨୦୨୧ରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ପୂର୍ବରୁ ଡାକ୍ତରଖାନାରେ ତାଙ୍କର ଡାଇଲିସିସ ଚାଲିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଡାଇଲିସିସର ବିଲ କଟାଯାଉଥିବା ତାଙ୍କ ପୁଅ ଅଭିଯୋଗ ଆଣିଛନ୍ତି ଏବଂ ଦୋଷୀ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଏଭଳି ଘଟଣା ସାମନାକୁ ଆସିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଜିଲ୍ଲା ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଡାୟଲିସିସ ୟୁନିଟକୁ ଛଦ୍ମ ବେଶରେ ଯାଇ ଅନେକ ଡକ୍ୟୁମେଣ୍ଟ ଜବତ କରିଥିଲେ । ଏହାପରେ ୟୁନିଟର ଯାଞ୍ଚ ହୋଇଥିଲା । ଏକ ଘରୋଇ ସଂସ୍ଥା ଦ୍ବାରା ଡାଇଲିସିସ ୟୁନିଟ ପରିଚାଳିତ ହୋଇଥିଲା ଏବଂ ରୋଗୀଙ୍କୁ ମାଗଣାରେ ଡାଏଲିସିସ୍ ପ୍ରଦାନ କରାଯିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିକଟରେ ବିଲ ଦାଖଲ କରାଯାଉଥିଲା । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଖୁବ ଶୀଘ୍ର ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.