ETV Bharat / bharat

ସିରିଞ୍ଜରେ ନାହିଁ ଭ୍ୟାକ୍ସିନ, ନର୍ସ ଫୋଡିଦେଲେ ଛୁଞ୍ଚି

author img

By

Published : Jun 25, 2021, 8:29 PM IST

ବିହାରର ସାରଣ ଜିଲ୍ଲାରେ ଜଣେ ସ୍ବାସ୍ଥ୍ୟକର୍ମୀ କୋଭିଡ ଭ୍ୟାକ୍ସିନ ଭର୍ତ୍ତି ନକରି ଖାଲି ସିରିଞ୍ଜରେ ଲଗାଇଦେଇଛନ୍ତି ଇଞ୍ଜେକ୍ସନ । ଅଧିକ ପଢନ୍ତୁ...

ସିରିଞ୍ଜରେ ନାହିଁ ଭ୍ୟାକ୍ସିନ, ନର୍ସ ଫୋଡିଦେଲେ ଛୁଞ୍ଚି
ସିରିଞ୍ଜରେ ନାହିଁ ଭ୍ୟାକ୍ସିନ, ନର୍ସ ଫୋଡିଦେଲେ ଛୁଞ୍ଚି

ପାଟନା: କୋଭିଡ ଟୀକାକରଣକୁ ନେଇ ସାମ୍ନାକୁ ଆସିଛି ଅବହେଳାର ଗୁରୁତର ମାମଲା । ବିହାରର ସାରଣ ଜିଲ୍ଲାରେ ଜଣେ ସ୍ବାସ୍ଥ୍ୟକର୍ମୀ କୋଭିଡ ଭ୍ୟାକ୍ସିନ ଭର୍ତ୍ତି ନକରି ଖାଲି ସିରିଞ୍ଜରେ ଲଗାଇ ଦେଇଛନ୍ତି ଇଞ୍ଜେକ୍ସନ ।

ଖାଲି ସିରିଞ୍ଜରେ ଛୁଞ୍ଚି ଫୋଡିଥିବା ନର୍ସଙ୍କ ବିରୋଧରେ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି । ଅନ୍ୟପକ୍ଷେ ଯେଉଁ ଯୁବକଙ୍କ ସହ ଏହି ଘଟଣା ଘଟିଛି, ତାଙ୍କୁ ସଠିକ ଢଙ୍ଗରେ ଆଉଥରେ ଭ୍ୟାକ୍ସିନ ଲଗାଯିବ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀ ସିରିଞ୍ଜର ରାପର ଖୋଲୁଥିବା ନଜର ଆସିଛନ୍ତି। ଏହା ପରେ ସେ କୋଭିଡ ଭ୍ୟାକ୍ସିନ ଭର୍ତ୍ତି ନକରି ଖାଲି ସିରିଞ୍ଜରେ ଇଞ୍ଜେକ୍ସନ ଦେଉଥିବା ଦେଖିବାକୁ ମିଳିଛି । ପୁରା ଘଟଣାର ଭିଡିଓ ଯୁବକଙ୍କର ଜଣେ ବନ୍ଧୁ ରେକର୍ଡ କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.