ହାଇଦ୍ରାବାଦ: ନିକଟରେ ପାକିସ୍ତାନରେ କବର ଉପରେ ଲୁହାଗ୍ରୀଲ ଲଗାଯାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କୁହାଯାଉଥିଲା ଯେ, ଯୁବତୀ କିମ୍ବା ମହିଳାଙ୍କ ମୃତଦେହକୁ କାଳେ କିଏ ଦୁଷ୍କର୍ମ କରିଦେବ ସେହି ଭୟରେ କବର ଉପରେ ଗ୍ରୀଲ ଲଗାଯାଉଛି । କିନ୍ତୁ ଭାଇରାଲ ହୋଇଥିବା ଫଟୋ ପାକିସ୍ତାନର ନୁହଁ ବରଂ ହାଇଦ୍ରାବାଦର । ଯାହାର ସତ୍ୟାସତ୍ୟ ଏବେ ସାମ୍ନାକୁ ଆସିଛି ।
-
This Grave is in India not from Pakistan.
— زماں (@Delhiite_) April 30, 2023 " class="align-text-top noRightClick twitterSection" data="
It is in DarabJung Colony, Madannapet, Hyderabad, Telangana
And a lock has been put on this grave so that no one should bury someone else in this grave. pic.twitter.com/p1WaUlwDcf
">This Grave is in India not from Pakistan.
— زماں (@Delhiite_) April 30, 2023
It is in DarabJung Colony, Madannapet, Hyderabad, Telangana
And a lock has been put on this grave so that no one should bury someone else in this grave. pic.twitter.com/p1WaUlwDcfThis Grave is in India not from Pakistan.
— زماں (@Delhiite_) April 30, 2023
It is in DarabJung Colony, Madannapet, Hyderabad, Telangana
And a lock has been put on this grave so that no one should bury someone else in this grave. pic.twitter.com/p1WaUlwDcf
ଏପ୍ରିଲ 29 ତାରିଖ ଦିନ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ହାଇଦ୍ରାବାଦର କବର ଫଟୋକୁ ବ୍ୟବହାର କରି ପାକିସ୍ତାନରେ ଯୁବତୀ କିମ୍ବା ମହିଳାଙ୍କ ମୃତଦେହକୁ ଦୁଷ୍କର୍ମ ଭୟରେ କବର ଉପରେ ଗ୍ରୀଲ ଲଗାଯାଉଥିବା ଖବର ପ୍ରକାଶ କରିଥିଲା । ଏହି ଖବରକୁ ନେଇ ପାକିସ୍ତାନର ବିବାଦୀୟ ଆଥେଷ୍ଟ ଲେଖକ ହ୍ୟାରିସ୍ ସୁଲତାନ ଟ୍ୱିଟ୍ କରି ଏହି ଫଟୋ ପାକିସ୍ତାନର ନୁହଁ ବୋଲି ଦାବି କରିଥିଲେ ।
ହ୍ୟାରିସ୍ ସୁଲତାନ ସେହି ସମାନ ଫଟୋଟି ସେୟାର କରି ଟ୍ବିଟ କରି କହିଥିଲେ ଯେ, କବର ଉପରେ ଲୁହାଗ୍ରୀଲ ଲଗାଯାଇଥିବା ଫଟୋ ଯିଏବି ସେୟାର କରି କହିଛନ୍ତି ଯେ ଏହା ପାକିସ୍ତାନର ଓ ଯୁବତୀ କିମ୍ବା ମହିଳାଙ୍କ ମୃତଦେହକୁ ଦୁଷ୍କର୍ମକାରୀଙ୍କ ଠାରୁ ବଞ୍ଚାଇବା ପାଇଁ କବର ଉପରେ ଗ୍ରିଲ ଲଗାଉଛନ୍ତି । ଏହି ଖବର ସଂପୂର୍ଣ୍ଣ ମିଥ୍ୟା । କାରଣ ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଯେ ଏହି ଫଟୋ ପାକିସ୍ତାନର ନୁହଁ ବରଂ ହାଇଦ୍ରାବାଦର । ଏହାପରେ ହ୍ୟାରିସ ତାଙ୍କ ଟ୍ବିଟକୁ ଡିଲିଟ କରିଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ପାକିସ୍ତାନରେ ଯୌନ ପିପାସୁଙ୍କଠୁ ସୁରକ୍ଷିତ ନୁହେଁ ମୃତଦେହ, କବର ଉପରେ ଲାଗୁଛି ଲୁହା ଗ୍ରୀଲ
ତେବେ ଭାଇରାଲ ହୋଇଥିବା ଫଟୋ ଟି ପ୍ରକୃତରେ ପାକିସ୍ତାନର ନୁହଁ ବରଂ ହାଇଦ୍ରାବାଦର ମଦନ୍ନାପେଟର ଦାରବ ଜଙ୍ଗ କଲୋନିର ଅଟେ । ଯାହା ତେଲେଙ୍ଗାନା ରାଜ୍ୟରେ ରହିଛି । ଜମାନ ନାମକ ଜଣେ ବ୍ୟକ୍ତି କବର ସ୍ଥାନର ଭିଡିଓ ଟ୍ବିଟରରେ ସେୟାର କରି ଏପରି ଉଲ୍ଲେଖ କରିଛନ୍ତି । ଏହି କବରଟି ପ୍ରାୟ ଦେଢ ବର୍ଷରୁ 2 ବର୍ଷ ପୁରୁଣା ହେବ । କବରଟି ସ୍ଥାନୀୟ ମସଜିଦ କମିଟିର ଅନୁମତି ବିନା ନିର୍ମିତ ହୋଇଛି । କାରଣ ଏହା ପ୍ରବେଶ ଦ୍ୱାର ସମ୍ମୁଖରେ ରହିଥିବାରୁ ରାସ୍ତା ଅବରୋଧ କରୁଛି ।
ଅନେକ ଲୋକ ଏଠାକୁ ଆସି ବିନା ଅନୁମତିରେ ପୁରୁଣା କବର ଉପରେ ମୃତଦେହକୁ କବର ଦେଇ ଚାଲିଯାଆନ୍ତି । ତେଣୁ ଯେଉଁ ମାନେ ପୂର୍ବରୁ ମୃତଦେହକୁ କବର ଦେଇ ଯାଇଥିଲେ ସେମାନେ ମୃତଦେହ ଉପରେ ଆଉ ଏକ ମୃତଦେହ କବର ଦେବାକୁ ବାରଣ କରିଥିଲେ । ଏହାକୁ ରୋକିବାକୁ ମୃତକଙ୍କ ପରିବାର ଲୋକେ ମୃତଦେହ କବର ଉପରେ ଗ୍ରିଲ ଲଗାଇ ଦେଇଥିଲେ ବୋଲି କହିଛନ୍ତି ୟୁଜର୍ସ ଜଣଙ୍କ ।
ଅନ୍ୟ ଏକ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଭାଇରାଲ ହୋଇଥିବା ଫଟୋରେ କବର ଉପରେ ଗ୍ରିଲ ଲାଗିଛି । ଏହା ଜଣେ ବୃଦ୍ଧା ମହିଳାଙ୍କ କବର । ଯିଏକି ବହୁ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ । ମୃତ ବୃଦ୍ଧାଙ୍କ ପୁଅ କବରର ସୁରକ୍ଷା ପାଇଁ ଗତ 40 ଦିନ ପୂର୍ବେ ଏହି ଲୁହା ଗ୍ରୀଲ ଲଗାଇଥିଲେ ।