ETV Bharat / bharat

ପ୍ରେମ ଦିବସରେ ପ୍ରେମୀଯୁଗଳଙ୍କୁ ଫେସବୁକର ପ୍ରେମ ଶୁଭେଚ୍ଛା

author img

By

Published : Feb 14, 2021, 5:45 PM IST

ପ୍ରେମର ଦିବସ ଭାଲେଣ୍ଟାଇନ ଡେ'କୁ ଯୁବପିଢି ଓ ପ୍ରେମୀଯୁଗଳମାନେ ପାଳନ କରୁଥିବା ବେଳେ ସୋସିଆଲ ମିଡିଆ‌ ଫେସବୁକ ମଧ୍ୟ ନିଆରା ଓ ଆକର୍ଷଣୀୟ ଢଙ୍ଗରେ ଏହି ଦିବସର ଶୁଭେଚ୍ଛା ଜଣାଇଛି । ଅଧିକ ପଢନ୍ତୁ...

Facebook wishes Valentine's Day to its users in different way
ନିଆରା ଢଙ୍ଗରେ ଭାଲେଣ୍ଟାଇନ ଡେ'ର ଶୁଭେଚ୍ଛା ଜଣାଇଲା 'ଫେସବୁକ୍‌'

ଭୁବନେଶ୍ବର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଫେବୃଆରୀ 14 ତାରିଖରେ ଭାଲେଣ୍ଟାଇନ୍ସ ଡେ'କୁ ପ୍ରେମୀ ଯୁଗଳମାନେ ପାଳନ କରିବା ସହିତ ଯୁବପିଢି ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି । ତେବେ ଏହି ଦିବସକୁ ସୋସିଆଲ ମିଡିଆ‌ 'ଫେସବୁକ୍‌' ମଧ୍ୟ ନିଆରା ଢଙ୍ଗରେ ଏହାର ଉପଭୋକ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛି । ଏହି ଆପ ଖୋଲିବା ମାତ୍ରେ ଫେସବୁକ ଲେଖାଥିବା ସ୍ଥାନରେ ପ୍ରେମୀ ଯୁଗଳଙ୍କ ଫଟୋଚିତ୍ର ଆସିବା ସହିତ ଏହା ପ୍ରେମର ସଙ୍କେତ ଦର୍ଶାଉଥିବା ଦେଖିବାକୁ ମିଳିଛି ।

ଫେସବୁକ ଆପକୁ ଖୋଲିବା ପରେ ମୋବାଇଲର ବାମ ପାର୍ଶ୍ବର ଉପରି ଭାଗରେ ଫେସବୁକ୍‌ ଶବ୍ଦଟି ଇଂରାଜୀ ଭାଷାରେ ଲେଖାଯାଇଥାଏ । କିନ୍ତୁ ଆଜି ପ୍ରେମ ଦିବସରେ ଏହାର ଲେଖାରେ ସାମାନ୍ୟ ପରିବର୍ତ୍ତନ ଆସିଛି । ଫେସବୁକ ସଂସ୍ଥା ନିଜ ଉପଭୋକ୍ତାମାନଙ୍କୁ ପ୍ରେମର ଶୁଭେଚ୍ଛା ଜଣାଇବା ପାଇଁ ନିଜ ଆପ୍‌ରେ ପ୍ରେମର ସଙ୍କେତ ଦେଇଛି । ଫେସବୁକର 'ବୁକ' ଶବ୍ଦରେ ଥିବା ଇଂରାଜୀ ଅକ୍ଷର 'O'ରେ ଏକ ପ୍ରେମୀଯୁଗଳଙ୍କ ଫଟୋଚିତ୍ର ଆସିବା ଦେଖିବାକୁ ମିଳିଛି । ଯେଉଁଠାରେ ସେମାନେ ଏକ ଛତା ତଳେ ବସିଛନ୍ତି ଏବଂ ସେଠାରେ ପ୍ରେମର ସଙ୍କେତ ସ୍ବରୂପ ଏକ ଲାଲ ରଙ୍ଗର ହୃଦୟ ଚିତ୍ର ମଧ୍ୟ ଆସୁଥିବା ଦେଖିବାକୁ ମିଳିଛି ।

ଏହି ନୂତନ ରୂପେ ଫେସବୁକ ଲେଖା ଉପରେ କ୍ଲିକ କରିବା ମାତ୍ରେ ଭାଲେଣ୍ଟାଇନ ସମ୍ବନ୍ଧୀୟ ସମସ୍ତ ଫେସବୁକ ପୋଷ୍ଟଗୁଡିକ ଆସୁଥିବା ଦେଖିବାକୁ ମିଳିଛି । ତେବେ ପୂର୍ବରୁ ବିଭିନ୍ନ ଉତ୍ସବ ଲାଗି ଅନଲାଇନ ସର୍ଚ୍ଚିଂ ଆପ 'ଗୁଗଲ' ଏଭଳି ଶୁଭେଚ୍ଛା ଜଣାଉଥିବା ବେଳେ ଫେସବୁକ୍‌ ଆପ୍‌ ମଧ୍ୟ ଏଭଳି ଆକର୍ଷଣୀୟ ଓ ନିଆରା ଢଙ୍ଗରେ ନିଜ ଆପ୍‌ର ବ୍ୟବହାରକାରୀଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.