ETV Bharat / bharat

60 ଲକ୍ଷ ଭାରତୀୟଙ୍କ ବ୍ୟକ୍ତିଗତ ସୂଚନା ଓ ଫୋନ ନମ୍ବର ଲିକ୍ - Indian users data leaked

ଅନଲାଇନରେ ଉପଲବ୍ଧ 60 ଲକ୍ଷ ଭାରତୀୟଙ୍କ ବ୍ୟକ୍ତିଗତ ସୂଚନା ଓ ଫୋନ ନମ୍ବର। ଏହି ଡାଟା ଲିକ୍ ଲିଷ୍ଟରେ, 100 ରୁ ଅଧିକ ଦେଶରୁ 53.30 କୋଟି ଫେସବୁକ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି। ଅଧିକ ପଢନ୍ତୁ...

60 ଲକ୍ଷ ଭାରତୀୟଙ୍କ ବ୍ୟକ୍ତିଗତ ସୂଚନା ଓ ଫୋନ ନମ୍ବର ଲିକ୍

author img

By

Published : Apr 5, 2021, 10:26 AM IST

ନୂଆଦିଲ୍ଲୀ: ଆପଣଙ୍କ ବ୍ୟକ୍ତିଗତ ଡାଟା ଓ ଫୋନ ନମ୍ବର ଏବେ ଅସୁରକ୍ଷିତ ! କାରଣ କେତେ ବେଳେ ବି ଏହା ଲିକ୍ ହୋଇପାରେ। କାରଣ ସୋସିଆଲ ମିଡିଆରେ ଡାଟା ଲିକ୍ ଏବେ ଏହାର ବ୍ୟବହାରକାରୀଙ୍କ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି।

ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି 60 ଲକ୍ଷ ଭାରତୀୟ। ଯାହାଙ୍କ ବ୍ୟକ୍ତିଗତ ସୂଚନା ଓ ଫୋନ ନମ୍ବର ଅନଲାଇନରେ ବିତରଣ ହୋଇସାରିଛି। ଏହି ଲିଷ୍ଟରେ, 100 ରୁ ଅଧିକ ଦେଶରୁ 53.30 କୋଟି ଫେସବୁକ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି। ଯାହାକୁ ଫେସବୁକ ଇତିହାସରେ ସବୁଠାରୁ ବଡ ଡାଟା ଲିକ୍ ମାମଲା ବୋଲି ବିବେଚନା କରାଯାଉଛି।

ବିଶେଷ କଥା ହେଉଛି ଏହି ସମସ୍ତ ତଥ୍ୟ ଅନଲାଇନରେ ଏବଂ ମାଗଣାରେ ଉପଲବ୍ଧ କରାଯାଇଛି । ଏହି ଲିକ୍ ଏତେ ପରିମାଣରେ ହେଉଛି ଯେ ବହୁ ସଂଖ୍ୟକ ହ୍ୟାକର୍ ଏହାକୁ ସଂରକ୍ଷଣ କରିପାରିବେ ଏବଂ ଏହାକୁ ନିଜ ହିସାବରେ ସମୟ ଅନୁସାରେ ବ୍ୟବହାର କରିପାରିବେ ।

ଆଇଟି ଆଇନ ବିଶେଷଜ୍ଞ ସଲମାନ ୱାରିସଙ୍କ ଅନୁଯାୟୀ, ଲିକ୍ ହୋଇଥିବା ବ୍ୟକ୍ତିଗତ ସୂଚନାରେ ଫେସବୁକ୍ ବ୍ୟବହାରକାରୀଙ୍କ ଜନ୍ମ ତାରିଖ, ପୂର୍ଣ୍ଣ ନାମ, ବାୟୋ, ଅବସ୍ଥାନ ଏବଂ ଇ-ମେଲ୍ ଠିକଣା ରହିଛି। ଅନେକ କ୍ଷେତ୍ରରେ ଫୋନ୍ ନମ୍ବର ମଧ୍ୟ ଲିକ୍ ହୋଇଛି ।

2019 ରେ ଫେସବୁକର ବୈଷୟିକ ଦୁର୍ବଳତା ହେତୁ ଏହି ଲିକ୍ ହୋଇଥିବା ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ତଥ୍ୟ ଦେଢ ବର୍ଷ ଓ ଦୁଇ ବର୍ଷ ପୁରୁଣା ହୋଇପାରେ, ତଥାପି ଏହା ଉପଯୋଗୀ ବୋଲି ବିବେଚନା କରାଯାଏ କାରଣ ଅଧିକାଂଶ ତଥ୍ୟ ସ୍ଥାୟୀ ଅଟେ। ଫୋନ୍ ନମ୍ବର ଏବଂ ଇମେଲ୍ ଇତ୍ୟାଦି ମଧ୍ୟ ସାଧାରଣ ବ୍ୟବହାରକାରୀ ଅଳ୍ପ ବର୍ଷ ବ୍ୟବଧାନରେ ପରିବର୍ତ୍ତନ କରନ୍ତି ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.